ଆଜି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିଲେ କ୍ରିକେଟର ଭଗବାନ, ଛିଡା କରିଛନ୍ତି ରେକର୍ଡର ମାଇଲଖୁଣ୍ଟ

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫/୧୧ : କ୍ରିକେଟ ଇତିହାସରେ ନଭେମ୍ବର ୧୫ ବହୁତ ଖାସ । ୧୯୮୯ ଆଜିର ଦିନରେ ମାତ୍ର ୧୬ ବର୍ଷ ବୟସରେ ଜଣେ ବାଳକ ପାକିସ୍ତାନର କରାଚୀ ନେସନାଲ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ମୁସ୍ତାକ ମହମ୍ମଦ ଏବଂ ଆକିବ ଜାବେଦଙ୍କ ପରେ, ସେ ତୃତୀୟ ଖେଳାଳୀ ଭାବେ କମ ବୟସରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେତେବେଳେ କେହି କଳ୍ପନା ମଧ୍ୟ କରିନଥିଲେ ଯେ ସେହି ୧୬ ବର୍ଷ ବୟସର ଲିଟିଲ ମାଷ୍ଟର ଦି​‌ନେ କ୍ରିକେଟର ଭଗବାନ ଭାବେ ପରିଚୟ ପାଇବେ । ସେ ହେଉଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ।

wp:html /wp:html

ସେହିଠାରୁ ହିଁ ଆରମ୍ଭ ହୋଇଥିଲା ସଚିନଙ୍କ ସଫର ଯିଏକି ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବା ସହିତ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ସଚିନ ମୋଟ ୨୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨୪ ବର୍ଷର କ୍ରିକେଟ କ୍ୟାରିୟରରେ ସଚିନ ୫୩.୭୮ହାରରେ ୧୫୯୨୧ ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୫୧ ଶତକ ଓ ୬୮ ଅର୍ଦ୍ଧଶତକ ସାମିଲ ଅଛି । ପ୍ରଥମ ଟେଷ୍ଟରେ ସଚିନ ତେନ୍ଦୁଲକର ୬ନଂରେ ବ୍ୟାଟିଂ ଆସିଥିଲେ । ପାକିସ୍ତାନ ପ୍ରଥମ ଇନିଂସରେ ୪୦୯ରନ କରି ଭାରତ ଉପରେ ଚାପ ସୃଷ୍ଟି କରିଥିଲା । ଏକଦା ୪୧ ରନରେ ୪ଟି ଓ୍ବିକେଟ ହରାଇବା ପରେ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର । ପ୍ରଥମ ମ୍ୟାଚରେ ସଚିନ ୨୪ ବଲ ଖେଳି ୨ଟି ଚୌକା ସହାୟତାରେ ୧୫ ରନ କରିଥିଲେ । ଆଝାରଉଦ୍ଦିନଙ୍କ ସହିତ ୩୨ରନର ପାର୍ଟନରସିପ କରିଥିଲେ ସଚିନ । ସଚିନଙ୍କ ଓ୍ବିକେଟ ନେଇଥିବା ପାକିସ୍ତାନୀ ପେସ ବୋଲର ମଧ୍ୟ ସେହି ମ୍ୟାଚରେ ଡେବ୍ୟୁ କରିଥିଲେ । ସେ ଥିଲେ କ୍ରିକେଟର ଆଉ ଜଣେ ଜଣାଶୁଣା ଚେହେରା ଓ୍ବକାର ୟୁନିସ । ଭାରତ ପ୍ରଥମ ପାଳିରେ ୨୬୨ ରନ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ୨ୟ ଇନିଂସରେ ୩୦୫/୫ ସ୍କୋରରେ ପାଳି ଘୋଷଣା କରିଥିଲା । ତେବେ ଭାରତକୁ ୪୫୩ ରନର ବିଜୟ ଲକ୍ଷ ଥିବାବେଳେ ଭାରତ ୩୦୩/୩ ସ୍କୋର କରିବା ପରେ ମ୍ୟାଚ ଡ୍ର ହୋଇଯାଇଥିଲା ।

{"id":362027,"sizeSlug":"large"}

ଆଶ୍ଚର୍ଯ୍ୟର କଥା ହେଉଛି ସଚିନ ୨୦୧୩ ନଭେମ୍ବର ୧୫ ଅର୍ଥାତ ଆଜିର ଦିନରେ କ୍ୟାରିୟରର ଶେଷ ଇନିଂସ ଖେଳିଥିଲେ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ମ୍ୟାଚ ଖେଳୁଥିବା ସଚିନ ୭୪ ରନ କରି ଆଉଟ ହୋଇଥିଲେ । ସଚିନଙ୍କ ଶେଷ ମ୍ୟାଚ ସହିତ କ୍ରିକେଟରେ ଗୋଟିଏ ଯୁଗର ଅବସାନ ଘଟିଥିଲା । ଏହି ମ୍ୟାଚକୁ ଭାରତ ଇନିଂସ ଏବଂ ୧୨୬ ରନରେ ଜିତି ସଚିନଙ୍କୁ ବିଦାୟୀ ବିଜୟ ଭେଟି ଦେଇଥିଲା ।

{"id":362028,"sizeSlug":"large"}

ବିସିସିଆଇ ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେପକାଇବା ସହିତ ଟ୍ବିଟ କରି କହିଛି “ଆଜିର ଦିନ ୧୯୮୯ ମସିହାରେ ସଚିନ ତେନ୍ଦୁଲକର ନିଜର ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ । ୨୦୧୩ରେ ଏହି ମହାନ ଖେଳାଳୀ ଶେଷ ଥର ପାଇଁ ପଡିଆକୁ ଓଲ୍ହାଇ ଥିଲେ । ସାରା ବିଶ୍ବରେ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଥିବାରୁ ଧନ୍ୟବାଦ “।

wp:html /wp:html

 ସଚିନ ତେନ୍ଦୁଲକର ଭାରତ ପକ୍ଷରୁ ୨୦୦ ଟେଷ୍ଟ ଏବଂ ୪୬୩  ଦିନିକିଆ ମ୍ୟାଚ ଖେଳିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦ଟି ଶତକ ହାସଲ କରିବାର ରେକର୍ଡ ବର୍ତ୍ତମାନ ମଧ୍ୟ ସଚିନଙ୍କ ନାଁରେ ହିଁ ରହିଛି । ଦିନିକିଆରେ ୧୮,୪୨୬ ରନ କରିଛନ୍ତି ସଚିନ ଯେଉଁଥିରେ ୪୯ଟି ଶତକ ସାମିଲ ଅଛି । ସେହିପରି ଟେଷ୍ଟରେ ୧୫,୯୨୧ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୫୧ ଶତକ ସାମିଲ ଅଛି । ସଚିନ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକମାତ୍ର ଟି-ଟ୍ବେଣ୍ଟି ମ୍ୟାଚ ଖେଳିଥିଲେ ଯେଉଁଥରେ ୧୦ ରନ କରିଥିଲେ । କ୍ରିକେଟ ପ୍ରତି ସଚିନଙ୍କ ଅବଦାନ ଯୁଗଯୁଗ ଧରି ମନେ ରହିବ । ତାଙ୍କ ବ୍ୟାଟିଂ ଶୈଳି ଏବଂ ରେକର୍ଡର ମାଇଲଖୁଣ୍ଟ ଅନେକ ଯୁବ ଖେଳାଳୀଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.