ମୁମ୍ବାଇ ୦୯|୦୫: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ପୁଣି କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ସେ କରୋନା ମହାମାରୀର ସାମ୍ନା କରୁଥିବା ପ୍ରାୟ ୪୦୦୦ ଗରିବଙ୍କୁ ଆର୍ଥିକ ସହାୟତା କରିଛନ୍ତି । ତେବେ ସେ କେତେଟଙ୍କା ସାହାଯ୍ୟ କରିଛନ୍ତି ସେନଇ କୌଣସି ସୂଚନା ଦେଇନାହାଁନ୍ତି । ମୁମ୍ବାଇର ଏକ ଏନଜିଓ ସଂସ୍ଥା ହାଇ୫କୁ ସଚିନ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।
wp:core-embed/twitter {"url":"https://twitter.com/sachin_rt/status/1258642945810427904","type":"rich","providerNameSlug":"twitter","className":""} /wp:core-embed/twitterସଚିନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଦିନ ମଜୁରିଆଙ୍କ ପରିବାରର ସମର୍ଥନ ପାଇଁ ହାଇ୫ର ପ୍ରୟାସକୁ ଶୁଭକାମନା । ଏହି ସଂସ୍ଥା ମଧ୍ଯ ଟ୍ୱିଟ୍ କରି ସଚିନଙ୍କୁ ଧନ୍ୟବାଦ ଜଣାଇଛି ।
ତେନ୍ଦୁଲକରଙ୍କୁ ଟ୍ୟାଗ୍ କରି ହାଇ୫ ଟ୍ୱିଟରେ ଲେଖିଛି ଯେ, ଧନ୍ୟବାଦ ସଚିନ । ଏହି ଦାନ ପାଇଁ କରୋନା ଭାଇରସର ସାମ୍ନା କରୁଥିବା ୪୦୦୦ ଗରିବ ଲୋକଙ୍କୁ ସାହାଯ୍ୟ ମିଳିପାରିବ । ଏଥିରେ ମୁମ୍ବାଇ ନଗର ନିଗମର କିଛି ସ୍କୁଲ ଛାତ୍ର ମଧ୍ୟ ସାମିଲ ଅଛନ୍ତି ।
ପୂର୍ବରୁ ସଚିନ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହାପରେ ସେ ମୁମ୍ବାଇର ୫ ହଜାର ପରିବାର ପାଇଁ ଗୋଟିଏ ମାସର ଖାଦ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ ।