ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ସଚିନ୍, ଟ୍ୱିଟ୍ କରି ଜଣାଇଲେ ସମବେଦନା

Published By : Prameya-News7 Bureau | January 16, 2021 IST

ମୁମ୍ବାଇ ୧୬/୦୧ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଶନିବାର ଦିନ ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ଶନିବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି। ସଚିନ ତେନ୍ଦୁଲକର ପାଣ୍ଡ୍ୟା ବ୍ରଦର୍ସଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ପାଣ୍ଡ୍ୟା ବ୍ରଦର୍ସଙ୍କୁ ସମବେଦନା ଜଣାଇଛନ୍ତି।

{"id":393336,"sizeSlug":"large","linkDestination":"none"}

ସଚିନ ଲେଖିଛନ୍ତି. "ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମୋ ସମବେଦନା ପାଣ୍ଡ୍ୟା ପରିବାର ସହ ରହିଛି। ଏହିଭଳି ମୁସକିଲ ସମୟର ସାମ୍ନା କରିବାକୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ସାହସ ମିଳୁ"

wp:embed {"url":"https://twitter.com/sachin_rt/status/1350317807251046405","type":"rich","providerNameSlug":"twitter","responsive":true,"className":""}
https://twitter.com/sachin_rt/status/1350317807251046405
/wp:embed

ସୂଚନାଯୋଗ୍ୟ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ହଠାତ ହୃଦଘାତରେ ଦେହାନ୍ତ ହୋଇଛି। ପାଣ୍ଡ୍ୟା ବ୍ରଦର୍ସ କ୍ରିକେଟରେ ନିଜର ସଫଳତାର ଶ୍ରେୟ ପିତାଙ୍କୁ ଦେଇଥାନ୍ତି। ପିତାଙ୍କ ନିଧନ ଖବର ଶୁଣି ପାଣ୍ଡ୍ୟା ବ୍ରଦର୍ସ ମୁସ୍ତାକ ଅଲ୍ଲୀ ଟି୨୦ରୁ ନିଜ ନାଁ ହଟାଇ ଦେଇଛନ୍ତି। କୄଣାଲ ପାଣ୍ଡ୍ୟା ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ବରୋଦାରାର ଅଧିନାୟକତ୍ୱ କରୁଥିଲେ। ତାଙ୍କୁ ୩ଟି ମ୍ୟାଚ୍ ଖେଳିବାକୁ ମନୋନୀତ କରାଯାଇଥିଲା।

{"id":393335,"sizeSlug":"large","linkDestination":"none"}

ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ନିଜ ଘରେ ହିଁ ଥିଲେ। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ହେବାକୁଥିବା ସିରିଜ ପାଇଁ ସେ ପ୍ରସ୍ତୁତି କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.