କଳିଙ୍ଗ ଷ୍ଟାଡିୟମରେ ତେନ୍ଦୁଲକର
16/12/2018 at 7:05 PM

ଭୁବନେଶ୍ୱର ୧୬/୧୨ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପହଂଚିଛନ୍ତି ମାଷ୍ଟର ବ୍ଲଷ୍ଟର ସଚିନ ତେନ୍ଦୁଲକର | କଳିଙ୍ଗ ଷ୍ଟାଡିୟମ ପରିସରରେ ହାତ ହଲାଇ ନିଜ ପ୍ରଶଂସକଙ୍କୁ ସମ୍ବୋଧନ କରିଛନ୍ତି ସଚିନ |

ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ହକି ବିଶ୍ୱକପର ଆଜି ଫାଇନାଲ ମ୍ୟାଚ | ଫାଇନାଲ ମ୍ୟାଚ ସହ ଆଜି ହେଉଛି ଉଦଯାପନୀ ଉତ୍ସବ | ହକି ବିଶ୍ୱକପର ଉଦଯାପନୀ ସମାରୋହରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଛନ୍ତି ସଚିନ |
