ସେହ୍ୱାଗଙ୍କୁ ବାଟ ଛାଡିଥିଲେ ସଚିନ୍, ଓପନିଂ ବଦଳରେ ବାଛିଥିଲେ ଥାର୍ଡ୍ ଡାଉନ୍

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ, ୧୬|୦୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅନେକ ନିଷ୍ପତ୍ତି ନେବା ସହ ଟିମ୍‌ରେ କେତେକ ପରିବର୍ତ୍ତନ ମଧ୍ୟ କରିଥିଲେ । ସେ ବିରେନ୍ଦ୍ର ସେହ୍ୱାଗଙ୍ଗୁ ଓପନିଂ ବ୍ୟାଟସମ୍ୟାନ୍ ଭାବେ ପଠାଇଥିଲେ । ତେବେ ଏହାର ଶ୍ରେୟ କେବଳ ଗାଙ୍ଗୁଲି ନୁହେଁ ବରଂ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଦିଆଯାଏ । ଏପରି କହିଛନ୍ତି ପୂର୍ବତନ ଓ୍ୱିକେଟ୍ କିପର୍ ଅଜୟ ରତ୍ରା ।

ଅଜୟ କହିଛନ୍ତି ଯେ,ସେହ୍ୱାଗଙ୍କୁ ଦିନିକିଆରେ ଓପନିଂ ଦାୟିତ୍ୱ ଦେବାକୁ ବିଚାର ଚାଲିଥିଲା । କାରଣ ସଚିନ୍ ଓପନର୍ ଭାବେ ଭଲ ପ୍ରଦର୍ଶନ କରୁଥିଲେ । ଏହା ସତ୍ୱେ ସଚିନ ଓପନିଂ ବଦଳରେ ୪ ନମ୍ବରରେ ବ୍ୟାଟିଂ କରିବାକୁ ରାଜି ହୋଇଥିଲେ । ସଚିନ୍ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେହ୍ୱାଗଙ୍କୁ ଓପନିଂ କରିବା ପାଇଁ କୁହାଗଲା । ସଚିନ ଗାଙ୍ଗୁଲିଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବେ ବୋଲି କହିଥିଲେ କାରଣ କ୍ରିଜରେ ଉଭୟ ଦକ୍ଷିଣ ଓ ବାମହାତୀ ବ୍ୟାଟସମ୍ୟାନ ରହିବେ । ଯଦି ସେହ୍ୱାଗଙ୍କୁ ଓପନିଂ ମିଳିନଥାନ୍ତା ତେବେ ତାଙ୍କ କ୍ୟାରିଅର ଭିନ୍ନ ରହିଥାନ୍ତା ।

{"id":301201,"width":684,"height":513,"sizeSlug":"large"}

୨୦୦୧ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତୀୟ ଦଳରୁ ସଚିନ ବାଦ୍ ପଡିଥିଲେ । ତାଙ୍କ ସ୍ଥାନରେ ଯୁବରାଜ ସିଂ ଓ ଅମୟ କୁରାସିଆଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଗାଙ୍ଗୁଲି ସେହ୍ୱାଗଙ୍କୁ ଓପନିଂ ପାଇଁ କହିଥିଲେ । ପ୍ରଥମ ମ୍ୟାଚରେ ସେହ୍ୱାଗ ୫୪ ବଲରୁ ୩୩ ରନ୍ କରିଥିଲେ । ଦୁଇଟି ମ୍ୟାଚ୍ ପରେ ସେ ୭୦ ବଲରୁ ୧୦୦ ରନ୍ ସ୍କୋର କରି ନିଜ ବ୍ୟାଟିଂ ଦକ୍ଷତାର ପ୍ରମାଣ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.