ଧୂଳିଝଡରୁ ରକ୍ଷା ପାଇବାକୁ ଗିଲଖ୍ରୀଷ୍ଟଙ୍କୁ ଧରି ପକାଇବାକୁ ଯାଉଥିଲେ ସଚିନ, ଏକ ନିଆରା ଅନୁଭୂତିର କଥା ଏବେ ଖୋଲିଲେ

Published By : Prameya-News7 Bureau | May 05, 2020 IST

ଦୁବାଇ, ୦୫|୦୫ :  ଶାରଜାହ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ୧୪୩ର ଇନିଂସକୁ କେହି ଭୁଲି ପାରିବେ ନାହିଁ । ସଚିନ ୪୯ଟି ଦିନିକିଆ ଶତକ ଲଗାଇଥିଲେ ମଧ୍ୟ  ଏହି ଶତକ ତାଙ୍କ ପାଇଁ ଖାସ ଅଟେ । ଏହି ମ୍ୟାଚ ପୂର୍ବରୁ ପଡିଆରେ ଏପରି କିଛି ହୋଇଥିଲା ଯାହା ଦେଖି ସଚିନ ଡରିଯାଇଥିଲେ । ତେବେ ମ୍ୟାଚ ପୂର୍ବରୁ ପଡିଆରେ ଧୂଳିଝଡ ଆସିଥିଲା ।

ସଚିନ ଷ୍ଟାର ସ୍ପୋର୍ଟସକୁ କହିଛନ୍ତି ଯେ, ସେ ପ୍ରଥମ ଥର ପାଇଁ ଜୀବନରେ ଏପରି ଧୂଳିଝଡର ସାମ୍ନା କରିଥିଲେ ।ଏହା ଦେଖିବା ପରେ ସେ ନିଜେ ଉଡିଯିବେ ବୋଲି ଭାବିଥିଲେ । ଆଡାମ ଗିଲଖ୍ରୀଷ୍ଟ ତାଙ୍କ ପଛରେ ଠିଆ ହୋଇଥିଲେ । ତୋଫାନର ଗତି ବଢିବାରେ ଲାଗିଥିଲା । ସେ ଭୟରେ ଗିଲଖ୍ରୀଷ୍ଟଙ୍କୁ ଧରି ପକାଇବା ପାଇଁ ଚିନ୍ତା କରିଥିଲେ । କାରଣ ତୋଫାନରେ ସେ ଯଦି ଉଡିଯାନ୍ତି ତେବେ ତାଙ୍କ ସହ ୮୦-୯୦ କେଜିର ଗିଲଖ୍ରୀଷ୍ଟ ମଧ୍ୟ ରହିଥିବେ । ଏହି ସମୟରେ କିନ୍ତୁ ଅମ୍ପାୟାର ପଡିଆରୁ ବାହାରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

{"id":265174,"width":685,"height":391,"sizeSlug":"large"}

ଏହି ତୋଫାନ ବନ୍ଦ ହେବା ପରେ ସଚିନ ଝଡ ପଡିଆରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଭାରତକୁ ବିଜୟୀ ପାଇଁ ୪୬ ଓଭରରେ ୨୭୬ ରନର ଲକ୍ଷ୍ୟ ମିଳିଥିଲା । ଏପରିକି ତ୍ରିକୋଣୀୟ ସିରିଜ ପାଇନାଲରେ ପହଁଚିବା ପାଇଁ ନ୍ୟୁଜିଲାଣ୍ଡଠୁ ଅଧିକ ରନରେଟ୍ ଦରକାର ଥିଲା । ସଚିନ ୧୩୧ ବଲରୁ ୧୨ ଚୌକା ଓ ୩ ଛକା ସହ ୧୪୩ ରନ କରିଥିଲେ । କିନ୍ତୁ ଦଳ ହାରି ଯାଇଥିଲା । ଭାରତ ୫୦ ଓଭରରେ ୨୫୦ ରନ କରିପାରିଥିଲା । ତଥାପି ଭାରତ ରନ୍ ରେଟ୍ ଆଧାରରେ ୨୫୦ ରନ କରି ଫାଇନାଲରେ ପ୍ରବେଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.