‘ମୁଁ ୧୦୦ଥର କହୁଛି ଯେ ବିଜେପିରେ ଯୋଗ ଦେଉ ନାହିଁ’- ସଚିନ ପାଇଲଟ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୭: ରାଜସ୍ଥାନ କଂଗ୍ରେସ୍ ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ପରେ ସଚିନ ପାଇଲଟ ନିଜ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସଚିନ ପାଇଲଟ କହିଛନ୍ତି ଯେ ସେ ଶହେ ଥର କହି ସାରିଲେଣି ଯେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉ ନାହାନ୍ତି। ଗତ ୫ବର୍ଷ ସେ ବିଜେପି ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି।

ସଚିନ କହିଛନ୍ତି ଯେ ରାଜସ୍ଥାନ କଂଗ୍ରେସର ଅଂଶ ରହି ବିଜେପି ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି ଏବଂ ରାଜସ୍ଥାନରେ କଂଗ୍ରେସ୍ ଗଠନ କରିଛନ୍ତି। ଯଦି କୌଣସି ବ୍ୟକ୍ତି କିମ୍ବା ପାର୍ଟି ରାଜନୈତିକ ଫାଇଦା ଉଠାଇବାର ଉଦ୍ୟମ କରୁଛନ୍ତି ତେବେ ଏହା କୁହାଯାଇପାରିବ ଯେ ସେ ଏଥିରେ ସାମିଲ ହେବେ।

ସଚିନ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି ଯେ ସେ ବିଜେପିରେ ସାମିଲ ହେବେ ସେମାନେ ତାଙ୍କ ଇମେଜ ଖରାପ କରିବାକୁ ଉଦ୍ୟମ କରୁଛନ୍ତି। ସେ ପ୍ରଲୋଭିତ କରିବା ଏବଂ ପଦଚ୍ୟୁତ କରିବା ସତ୍ବେ ପାର୍ଟି ବିରୋଧରେ ଗୋଟିଏ ବି ଶବ୍ଦ କହି ନାହାନ୍ତି। ସେ ଭବିଷ୍ୟତ ପାଇଁ ରଣନୀତି ସ୍ଥିର କରିବାକୁ ଯାଉଛନ୍ତି।

ସେ ଶହେ ଥର କହିଛନ୍ତି ଯେ ସେ ବିଜେପିରେ ସାମିଲ ହେଉ ନାହାନ୍ତି। ବିରୋଧୀ କ୍ୟାମ୍ପ ଲୋକେ ଦିଲ୍ଲୀରେ ଥିବା ଲୋକଙ୍କ ମନରେ ଗୁଜବ ସୃଷ୍ଟି କରୁଛନ୍ତି। ସେ ଚାଲବାଜି ଏବଂ ହଡ଼ବଡ଼ି କରୁନାହାନ୍ତି।

ସଚିନ ନିଜ ଭବିଷ୍ୟତକୁ ନେଇ କହିଛନ୍ତି ଯେ ମାହୋଲକୁ ଅଳ୍ପ ଶାନ୍ତ ହେବାକୁ ଦିଅନ୍ତୁ,ଏବେ ୨୪ଘଣ୍ଟା ବି ହୋଇନାହିଁ। ସେ ଏବେ ବି କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଅଛନ୍ତି। ତାଙ୍କୁ ନିଜ ସମର୍ଥକଙ୍କ ସହ ନିଜ ନିଷ୍ପତ୍ତି ବିଷୟରେ ଚର୍ଚ୍ଚା କରିବାର ଅଛି। ସେ ପୂର୍ବରୁ କ୍ଲିୟର କରିଦେବାକୁ ଚାହୁଁଛନ୍ତି ଯେ ସେ ଭାଜପା ଜଏନ୍ କରୁନାହାନ୍ତି।

କଂଗ୍ରେସ୍ ହାଇକମାଣ୍ଡ ରାହୁଲ ଗାନ୍ଧୀ ସହ କଥାବାର୍ତ୍ତାକୁ ନେଇ ପ୍ରଶ୍ନ ଉପରେ ପାଇଲଟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବେ କଂଗ୍ରେସ୍ ଅଧ୍ୟକ୍ଷ ନୁହଁନ୍ତି। ରାହୁଲ ଯେତେବେଳେ ଇସ୍ତଫା ଦେଲେ ଗେହଲୋତ ଜୀ ଏବଂ ତାଙ୍କ ଅଲ୍ ଇଣ୍ଡିଆ କଂଗ୍ରେସ୍ କମିଟିର ବନ୍ଧୁ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଲେ। ସେବେଠାରୁ ସେ ନିଜ ଆତ୍ମସମ୍ମାନ ହରାଇ ବସିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.