Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଭାଙ୍ଗିପାରେ ବିଜେପିର ସ୍ୱପ୍ନ : ପଦ୍ମ ଧରିବେନି ସଚିନ ପାଇଲଟ ! ଗଢିବେ ନୂଆ ଦଳ

13/07/2020 at 10:58 AM

ଜୟପୁର, ୧୩।୦୭: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା  ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏହାମଧ୍ୟରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ବିଜେପିରେ ସାମିଲ ନହେବା ନେଇ ସ୍ପଷ୍ଟ କରିଛନ୍ତି । ସେ ଆଉ ଏକ ଦଳ ଗଠନ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ଯାହାର ନାଁ ହେବ ପ୍ରଗତିଶୀଳ କଂଗ୍ରେସ ।

ଶାସନରେ ଥିବା କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ପାଇଁ ସଚିନ ପାଇଲଟ୍ ରବିବାର ଦଳ ବିରୋଧୀ ହୋଇଥିଲେ । ସେ ଅସନ୍ତୁଷ୍ଟ ହୋଇ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ତାଙ୍କ ସହ ୩୦ରୁ ଅଧିକ ବିଧାୟକ ରହିଥିବା ସେ ଦାବି କରିଥିଲେ । ତାଙ୍କୁ ସମର୍ଥନ କରି ଯଦି ବିଧାୟକମାନେ ଇସ୍ତାଫା ଦିଅନ୍ତି ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଅଳ୍ପମତକୁ ଖସି ଆସିବ ।

କଂଗ୍ରେସ ସୂତ୍ରାନୁସାରେ, ପାଇଲଟ ଅନେକ ସର୍ତ୍ତ ରଖିଥିଲେ । ଯାହାକୁ ଦଳ ସମ୍ମତି ପ୍ରଦାନ କରିଥିଲା । କିନ୍ତୁ ପରେ ସେ ଦଳ ବିରୋଧରେ ଯାଇଥିଲେ ।

ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ବିଧାୟକ ଦଳ ବୈଠକ କରିଛନ୍ତି । ଏଥିରେ ପାଇଲଟଙ୍କ ସମର୍ଥକ ଥିବା ୪ ବିଧାୟକ ଯୋଗ ଦେଇଥିଲେ ।

   Related Posts