Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

‘ବିଜେପିରେ ମିଶିବାକୁ ୩୫ କୋଟି ଯାଚିଥିଲେ ପାଇଲଟ’- କଂଗ୍ରେସ ବିଧାୟକ ଗିରିରାଜଙ୍କ ଦାବିକୁ ନେଇ ତେଜିଲା ରାଜନୀତି : ସଚିନ କହିଲେ- ‘ନେବି ଆଇନଗତ ପଦକ୍ଷେପ’

20/07/2020 at 6:39 PM

ଜୟପୁର, ୨୦|୦୭: ରାଜସ୍ଥାନରେ ରାଜନୈତିକ ଡ୍ରାମା ଜାରି ରହିଛି । ରାଜ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ବଢିବାରେ ଲାଗିଛି । ନିକଟରେ କଂଗ୍ରେସ ନତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଦ୍ରୋହୀ ନେତା ସଚିନ ପାଇଲଟଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ । ଏବେ କଂଗ୍ରେସ ବିଧାୟକ ଗିରିରାଜ ସିଂ ମାଲିଙ୍ଗା ପାଇଲଟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ଗିରିରାଜ କହିଛନ୍ତି ଯେ, ପାଇଲଟ ନିଜେ ତାଙ୍କୁ ପ୍ରଲୋଭିତ କରିଥିଲେ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବାକୁ ତାଙ୍କୁ ପାଇଲଟ୍ କହିଥିଲେ । ଏପରିକି ବିଜେପିରେ ସାମିଲ ହେବାକୁ ମଧ୍ୟ. ୩୫ କୋଟି ଚଙ୍କା ଲାଞ୍ଚ ଯାଚିଥିଲେ । ଏବେ ଗିରିରାଜ ରାଜ୍ୟର ଧୋଲପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ରହିଛନ୍ତି ।

ଏହି ବୟାନ ପରେ ରାଜସ୍ଥାନରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । କଂଗ୍ରେସ ବାରମ୍ବାର ପାଇଲଟଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଆଣିଥିବା ବେଳେ ଏବି ବୟାନ ବହୁତ ଗୁରୁତ୍ୱ ବହନ କରୁଛି । କାରଣ ପାଇଲଟ ଏବେ କଂଗ୍ରେସର ବିଦ୍ରୋହୀ ନେତା । ତାଙ୍କଠାରୁ ଦଳ ଉପ ମୁଖ୍ୟମନ୍ତ୍ରୀ ପଦ ଓ ରାଜ୍ୟ ସଭାପତି ପଦ ଛଡାଇ ନେଇଛି । ଏପରିକି ସେ ବିଜେପି କଥାରେ ଚାଲୁଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରୁଛି ।

ଅଶୋକ ଗେହଲଟ୍ ଅଭିଯୋଗ କରିଥିଲେ ଯେ, ପାଇଲଟ୍ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଚାହୁଁଛିଲେ । ଅନେକ କର୍ପୋରେଟ୍ ଓ ବିଜେପି ମଧ୍ୟ ତାଙ୍କୁ ଫଣ୍ଡିଂ କରିଥାନ୍ତି । କିନ୍ତୁ ସମସ୍ତ ଷଡଯନ୍ତ୍ର ଫେଲ୍ ମାରିଛି । ପାଇଲଟ୍ ନିଜେ ଗାଡି ଚଲାଇ ଦିଲ୍ଲୀ ଯାଆନ୍ତି । ଲୁଚି କରି ମଧ୍ୟ ଯାଆନ୍ତି । କଂଗ୍ରେସ ପାଇଲଟଙ୍କ ଷଡଯନ୍ତ୍ରର ଫର୍ଦ୍ଦାଫାଶ କରିଛି । ବିଜେପି ତାଙ୍କ ପଛରେ ଖେଳୁଛି ବୋଲି ଗେହଲଟ୍ କହିଥିଲେ ।

ଏହି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ୍ । ସେ କହିଛନ୍ତି ଯେ, ଅଭିଯୋଗକୁ ନେଇ ସେ ଦୁଖିତ ନୁହେଁ କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି । ଏହାସହ ଏହି ମିଛ ଅଭିଯୋଗ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ କହିଛନ୍ତି ।

   Related Posts