Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୁଖ୍ୟମନ୍ତ୍ରୀ ହେବା ଜିଦ୍‌ରେ ଅଟଳ ସଚିନ ପାଇଲଟ, କଣ କରିବ କଂଗ୍ରେସ ?

14/07/2020 at 8:06 AM

ଜୟପୁର, ୧୪|୦୭: ରାଜସ୍ଥାନ କଂଗ୍ରେସରେ ଦେଖାଯାଇଥିବା ବିଦ୍ରୋହ ଏବେ ଥମିବାର ନା ନେଉନାହିଁ । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମନାଇବାରେ ଦଳ ଲାଗି ପଡିଛି । ଏହାସହ ଦଳ ସଚିନଙ୍କୁ ମଙ୍ଗଳବାର ଆୟୋଜିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ କୁହାଯାଇଛି ।

ସୂତ୍ରାନୁସାରେ, ଦଳ ଏହି ବିବାଦକୁ ଅଧିକ ଟାଣିବାକୁ ଚାହୁଁନି । କାରଣ ଦଲର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବାରେ ଲାଗିଛି । ସଚିନଙ୍କୁ ଦଳ ଛାଡିବାକୁ ଚାହୁଁନି । କାରଣ ତାଙ୍କ ପାଖରେ ୧୫ ବିଧାୟକଙ୍କ ସମର୍ଥନ ରହିଛି । ବିଧାୟକମାନେ ପ୍ରଥମେ ଇସ୍ତଫା ଦିଅନ୍ତୁ ବୋଲି ସଚିନ ଚାହୁଁଥିଲେ । କିନ୍ତୁ ବିଧାୟକମାନେ ଇସ୍ତଫା ଦେବାକୁ ନାରାଜ ।

ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି  ଯେ,  ସଚିନ ମୁଖ୍ୟମନ୍ତ୍ରୀ ପଦ ଦାବି କରୁଛନ୍ତି । ସେ ଏହି ଦାବିରୁ ଓହରୁ ନାହାଁନ୍ତି । ଏହି ଦାବି ସଠିକ ନୁହେଁ ବୋଲି ଦଳ ଭାବୁଛି । ଏହାପରେ ମଧ୍ୟ ସଚିନଙ୍କୁ ମନାଇବାରେ ଦଳ ଅଟଳ ରହିଛି ।

ଆଉ ଜଣେ ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବିଧାୟକମାନେ ସ୍ଥିର କରିବେ । ଏପରି ନହେଲେ ଦଳରେ ବିରୋଧଭାସ ଦେଖାଯିବ । ଏବେ ଦଳର ଛବି ଉପରେ ମଧ୍ୟ ପ୍ରଭାବ ପଡୁଛି । ଅତିଶୀଘ୍ର ଏହି ବିବାଦର ସମାଧାନ ଚାହୁଁଛି ଦଳ ।  

   Related Posts