Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କାର୍ଯ୍ୟାନୁଷ୍ଠାନ ପରେ ସଚିନ ପାଇଲଟ୍‌ଙ୍କ ଟ୍ଵିଟ୍, ସତ୍ୟକୁ ଅପମାନିତ କରାଯାଇପାରେ, ପରାଜିତ କରାଯାଇନପାରେ

14/07/2020 at 3:08 PM

ନୂଆଦିଲ୍ଲୀ ୧୪।୦୭: ରାଜସ୍ଥାନରେ କଂଗ୍ରେସର ଗେହଲଟ ସରକାର ବିରୋଧରେ ବିଦ୍ରୋହ କରିଥିବା ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ କଂଗ୍ରେସ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ପାର୍ଟି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହିତ କଂଗ୍ରେସ ପ୍ରଦେଶ ସଭାପତି ପଦରୁ ମଧ୍ୟ ବରଖାସ୍ତ କରିଛି। ପାର୍ଟିର ଏହି ନିଷ୍ପତ୍ତି ପରେ ସଚିନ ପାଇଲଟ୍‌ ଟ୍ଵିଟ୍ କରି ନିଜର ରାୟ ରଖିଛନ୍ତି। ସେ କହିଛନ୍ତି ସତ୍ୟକୁ ଅପମାନିତ କରାଯାଇପାରେ, ପରାଜିତ ନୁହେଁ। କେବଳ ଏତିକି ନୁହେଁ ସଚିନ ନିଜର ଟ୍ଵିଟର ଆକାଉଣ୍ଟର  ବାୟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ ସଚିନ ପାଇଲଟ ଆଜି ୫ଟାରେ ପୂରା ଘଟଣାକ୍ରମ ଉପରେ  ନିଜର ପକ୍ଷ ରଖିବେ। କୁହାଯାଉଛି ଏଥିରେ ସଚିନ ନିଜର ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ କହି ପାରନ୍ତି।

ରାଜସ୍ଥାନ କଂଗ୍ରେସରେ ଜାରି ଅନ୍ତର୍ଦ୍ଵନ୍ଦ ମଧ୍ୟରେ ପାର୍ଟି ଆଜି ସଚିନ ପାଇଲଟଙ୍କୁ ଲଗାତାର ମନାଇବାକୁ ପ୍ରୟାସ କରିଥିଲା। ପାର୍ଟି ପକ୍ଷରୁ ପ୍ରଥମେ ସୋମବାର ତାଙ୍କୁ ବିଧାୟକ ଦଳ ବୈଠକକୁ ଆମନ୍ତ୍ରିତ କରାଯାଇଥିଲା। ପୁଣି ମଙ୍ଗଳବାର ମଧ୍ୟ ବିଧାୟକ ଦଳ ବୈଠକକୁ ଡକାଯାଇଥିଲା। ହେଲେ ପାଇଲଟ ଗୋଷ୍ଠୀର ଜଣେ ହେଲେ ବିଧାୟକ ବୈଠକରେ ଉପସ୍ଥିତ ହୋଇନଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ କରାଯାଇଥିଲା। ସୋମବାର ମଧ୍ୟ ପାର୍ଟି ବିରୋଧୀ କାର୍ଯ୍ୟକଳାପ ନେଇ ପ୍ରସ୍ତାବ ପାରିତ କରି ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ଚେତାବନୀ ଦିଆଯାଇଥିଲା।

ଏହା ପରେ ସଚିନ ପାଇଲଟଙ୍କୁ ମନାଇବାକୁ କଂଗ୍ରେସ ଯଥା ସମ୍ଭବ ପ୍ରୟାସ କରିଥିଲା। ପାଇଲଟ ମଙ୍ଗଳବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଉପସ୍ଥିତ ନହେବାରୁ ଶେଷରେ ପାର୍ଟି କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲା। ପାର୍ଟି ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ସହିତ କଂଗ୍ରେସ ପ୍ରଦେଶ ସଭାପତି ପଦରୁ ହଟାଇ ଦେଇଛି। ତାଙ୍କ ସାହିତ ସାମିଲ ମନ୍ତ୍ରୀଙ୍କୁ ମଧ୍ୟ ପଦରୁ ବରଖାସ୍ତ କରାଯାଇଛି। କଂଗ୍ରେସ ପାର୍ଟିର ଏହି କାର୍ଯ୍ୟାନୁଷ୍ଠାନ ଉପରେ ସଚିନ ପାଇଲଟ୍ ଟ୍ଵିଟ୍ କରି ଲେଖିଛନ୍ତି, ସତ୍ୟକୁ ଅପମାନିତ କରାଯାଇପାରେ, ପରାଜିତ ନୁହେଁ।

   Related Posts