Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପାଇଲଟଙ୍କ ଉପରେ ଆକ୍ସନ: ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ସଭାପତି ପଦରୁ ବରଖାସ୍ତ, ହଟିଲେ ଦୁଇ ଅନୁଗତ ମନ୍ତ୍ରୀ

14/07/2020 at 1:34 PM

ନୂଆଦିଲ୍ଲୀ ୧୪।୦୭: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରତି ଦିନ ନୂଆ ନୂଆ ରାଜନୀତି ସମୀକରଣ ଦେଖିବାକୁ ମିଳିଛି । କେଉଁ ଦିନ ବିଜେପି ସରକାର ଭାଙ୍ଗିବାକୁ ଯୋଜନା କରୁଛି ବୋଲି କଂଗ୍ରେସ ଦାବି କରୁଛି ।  ତ କେତେବେ ପୁଣି କଂଗ୍ରେସ ଦଳରେ ବର୍ତ୍ତମାନର ସ୍ଥିତିକୁ ନେଇ ରିସର୍ଟ ପଲିଟିକ୍ସ ଆରମ୍ଭ ହେଉଛି ।ଏହିପରିପ୍ରେକ୍ଷୀରେ ଆଜି ରାଜସ୍ଥାନ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦଳର ନେତା ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟର ପିସିସି ଅଧ୍ୟକ୍ଷ ପଦରୁ ବିଦା କରିଛି କଂଗ୍ରେସ । କେବଳ ସଚିନ ପାଇଲଟ ନୁହେଁ, ତାଙ୍କ ସହ ୨ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମଧ୍ୟ ବିଦା କରାଯାଇଛି । ତେବେ ବିଦା ହୋଇଥିବା ନେତାମାନେ ହେଲେ ରମେଶ ମୀଣା ଓ ବିଶେନ୍ଦ୍ର ସିଂହ ।

ତେବେ ସଚିନ ପାଇଲଟଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ ଗୋବିନ୍ଦ ସିଂହ ଡୋଟାସରା ହେଲେ ନୂଆ PCC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

ସଚିନ ପାଇଲଟଙ୍କ ଉପରେ ଆକ୍ସନ ନେଇ କଂଗ୍ରେସ ତାଙ୍କୁ ସମସ୍ତ ପଦବୀରୁ ହଟାଇ ଦେଇଛି। ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ପାଇଲଟ୍ ମଧ୍ୟ ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ ।କିନ୍ତୁ ଆଜି ଗତ କିଛି ଦିନ ରାଜସ୍ଥାନରେ ଚାଲିଥିବା ମହାଡ୍ରାମାକୁ ନେଇ ଆଜି କଂଗ୍ରେସର ଏକ ବୈଠକ ବସିଥିଲା । ବୈଠକରେ ସଚ୍ଚିନ ପାଇଲଟକୁ ଉପ-ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତିରୁ ହଟାଇବା ନେଇ ଘୋଷଣା କରାଯାଇଛି । ଏନେଇ କଂଗ୍ରେସ ନେତା ରଣଦୀପ ସୁରଜଓ୍ୱାଲା ଘୋଷଣା କରିଛନ୍ତି । କିଛି ଦିନ ହେଲ  ଅନେକ କଂଗ୍ରେସ ନେତା ପାଇଲଟଙ୍କୁ ମନାଇବା ପାଇଁ ବହୁ  ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ଏହା ପରେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ  ଦଳର ପାଇଲଟଙ୍କୁ ଅନେକ ସହାନୁଭୂତି ଦେଖାଇଛି । କମ୍ ବୟସରେ ଦଳ ତାଙ୍କୁ ଖୁବ୍‌ ଉଚ୍ଚ ପଦବୀ ଦେଇଛି । କିନ୍ତୁ ସେ ଗତ କିଛି ଦିନ ହେଲେ ଯେପରି ଭାବେ ନିଜର ଆଚରଣ ଦେଖଉଥିଲେ, ତାହାକୁ ଦେଖି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରଣଦୀପ କହିଛନ୍ତି ।

   Related Posts