Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପାଞ୍ଚ ବର୍ଷର ପରିଶ୍ରମ ପରେ ମଧ୍ୟ ଗେହେଲତ ହେଲେ ମୁଖ୍ୟମନ୍ତ୍ରୀ, ପଦ ପାଇଁ ନୁହେଁ ବରଂ ଆତ୍ମସମ୍ମାନ ପାଇଁ ଲଢେଇ- ସଚିନ ପାଇଲଟ୍

15/07/2020 at 11:35 AM

ନୂଆଦିଲ୍ଲୀ ୧୫।୦୭: ରାଜସ୍ଥାନ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଘଟୁଛି । ଗୋଟିଏ ପଟେ କଂଗ୍ରେସ ନିଜ ସରକାର ବଞ୍ଚାଇବାକୁ ଦଳର ବରିଷ୍ଠ ନେତାଙ୍କୁ ବିଦା କରୁଛି । ରାଜ୍ୟର ପିସିସି ମୁଖ୍ୟ ଓ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ସହ , ତାଙ୍କ ୨ଅନଗୁତ ମନ୍ତ୍ରୀଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି ।  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲାଟଙ୍କ ବିରୋଧରେ ମୋର୍ଚ୍ଚ ଖୋଳିବା ସଚ୍ଚିନ ପାଇଲଟଙ୍କୁ ମହଙ୍ଗା ପଡିଛି । ବିଜେପି ସହିତ ମିଶି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ତେବେ ଦଳ ପକ୍ଷରୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାଇଲଟ । ସରକରା ଠିକ୍‌ ଭାବେ କାମ କରୁନାହିଁ, ଏବଂ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରୁନାହିଁ ବୋଲି କହିଛନ୍ତି । ଏହାକୁ ସେ ବିରୋଧ କରିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏକ ଜାତୀୟ ଗଣାମାଧ୍ୟମର ରିପୋର୍ଟ ଅନୁସାରେ , ସଚ୍ଚିନ ପାଇଲଟଙ୍କୁ କଣ ଦଳ ଉପମୁଖ୍ୟମନ୍ତ୍ରୀ ପଦ ଓ ପିସିସି ସଭାପତି ପଦରୁ ବରଖାସ୍ତ କରାଗଲା । ଏହା ଉତ୍ତର ଦେଇ ପାଇଲଟ କହିଛନ୍ତି ଯେ, ମୁଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଠାରୁ କୌଣସି ସ୍ୱତନ୍ତ୍ର ଦାବି ରଖିନଥିଲା । କେବଳ ନିର୍ବାଚନ ସମୟରେ କରାଯାଇଥିବା ପ୍ରତିଶୃତିକୁ ପୂରଣ କରିବା ପାଇଁ କହିଥିଲି । ପୂର୍ବତନ  ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସରକାର ସମୟରେ ଖଣି ମାଫିଆ ଖୁବ୍‌ ସକ୍ରିୟ ଥିଲେ, ଏହା ବିରୋଧରେ ଆମେ ପ୍ରଚାର କରିଥିଲୁ । ସାଧାରଣଲୋକମାନେ ସରକାର ବିରୋଧରେ ଭୋଟ ଦେଇ ଆମକୁ ବିଜୟୀ କରିଥିଲେ । କିନ୍ତୁ ଆମେ ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ଏସବୁ ଭୁଲିଯାଇଥିଲେ । କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍‌ ହୋଇ ବସିରହିଥିଲେ । ସେହିପରି ଗତ ବର୍ଷ ରାଜସ୍ଥାନ ହାଇକୋର୍ଟ ଏହା ପୁରୁଣା ମାମଲାର ଶୁଣାଣି କରି ବସୁନ୍ଧରା ରାଜେଙ୍କ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ରାୟ ଉପର ପଦକ୍ଷେପ ନେବା ବଦଳରେ ଏହି ମାମଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅଶୋକ ଗେହଲଟ କହିବାକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରୁଥିଲେ । ସେହିପରି ଅନ୍ୟପଟେ ମୋତେ (ସଚ୍ଚିନ ପାଇଲଟ) କାମ କରିବାକୁ ଅଟକାଇଥିଲେ । ମୋତେ ଓ ମୋର ସମର୍ଥକମାନଙ୍କୁ ରାଜସ୍ଥାନର ବିକାଶରେ କାମ କରିବାରେ ବାଧା ସୃଷ୍ଟି କରୁଥିଲେ । ଅଫିସରମାନଙ୍କୁ ମୋ ଆଦେଶ ନମାନିବାକୁ ନିର୍ଦ୍ଦେଶ କହିଥିଲେ । ମୋ ପାଖକୁ କୌଣସି ଫାଇଲ୍‌ ନଆଣିବାକୁ ମଧ୍ୟ କୁହାଯାଇଥିଲା । ମାସ ମାସ ଧରି ବିଧାୟକ ଦଳ ଓ କ୍ୟାବିନେଟର କୌଣସି ବୈଠକ ବସିନଥିଲା । ଏଭଳି ପଦରେ ରହି କଣ ଲାଭ , ଯେଉଁଠାରେ ଆମେ ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନକରିପାରିବା । ଏ ସମସ୍ତ ପ୍ରସଙ୍ଗକୁ ନେଇ ମୁଁ (ସଚ୍ଚିନ ପାଇଲଟ) ରାଜ୍ୟ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ କଥା ହୋଇଥିଲି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମଧ୍ୟ ଆଲୋଚନା କରିଥିଲା । ଯେତେବେଳେ ମନ୍ତ୍ରୀ ଓ ବିଧାୟକମାନଙ୍କର କୌଣସି ବୈଠକ ହିଁ ହେଉନାହିଁ, ତେବେ ଏସବୁ କଥା ଉଠିବାର କୌଣସି ଆବଶ୍ୟକତା ନାହିଁ । ମୁଁ ଜଣେ ଏମିତି ନେତା ଥିଲି, ଯେ ନିଜ ଦଳର ସରକାର ଥାଇ ବି ମୋ ବିରୋଧରେ ଏକ ନୋଟିସ୍ ଆସିଥିଲା । ଶେଷରେ ମୁଁ ବାଧ୍ୟ ହୋଇ ବିଧାୟକ ଦଳର ବୈଠକକୁ ଯାଇନଥିଲି ବୋଲି ସଚ୍ଚିନ ପାଇଲଟ କହିଛନ୍ତି ।

ସେହିପରି ସଚ୍ଚିନ ପାଇଲଟ ବିଜେପି ସହିତ ମିଶି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିଲେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଥିଲେ  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ତେବେ ଅଶୋକ ଗେହଲଟଙ୍କ ଅଭିଯୋଗର ଜବାବା ଦେଇ ସଚ୍ଚିନ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ରାଜ୍ୟରେ କଂଗ୍ରେସ ସରକାର ଗଢିବା ପାଇଁ ମୁଁ କଛିନ ପରିଶ୍ରମ କରିଛି । କଣ ପାଇଁ ପାର୍ଟି ବିରୋଧରେ ଯିବି ବୋଲି କହିଛନ୍ତି ସଚ୍ଚିନ । ସେହିପରି ନିଜ ପଦରୁ ହଟାଇବା ନେଇ ସଚ୍ଚିନ ଆହୁରି ମଧ୍ୟ କହିଛନ୍ତି ଯେ, ମାମଲା ଟିକେ ଶାନ୍ତ ହୋଇଯାଉ। ବର୍ତ୍ତମାନ ତ ଘଟଣାକୁ ୨୪ଘଣ୍ଟା ପୂରିନି । ମୁଁ ବର୍ତ୍ତମାନ କଂଗ୍ରେସର କର୍ମକତ୍ତା ରହିଛି ।ନିଜ ସମର୍ଥକମାନଙ୍କ ସହିତ କଥା ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି ନେବି । ବିଜେପିକୁ ଯିବାର କୌଣସି ପ୍ରଶ୍ନ ଉଠୁନାହିଁ । ପୂର୍ବରୁ ମଧ୍ୟ ମୁଁ (ସଚ୍ଚିନ ପାଇଲଟ) ମନାକରିସାରିଛି ସେ ଦଳକୁ ଯିବା ବୋଲି କହିଛନ୍ତି । ଗତ ୬ମାସ ହେଲା ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ଭେଟ ହୋଇନାହିଁ କି ଓମ୍‌ ମାଥୁରଙ୍କ ସହିତ ବି ଭେଟ ହୋଇନାହିଁ ।

ସଚ୍ଚିନ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା କେବଳ ନୁହେଁ, ବରଂ ଏହା ମୋ ଆତ୍ମସମ୍ମାନର କଥା । ମୁଁ ଯେତେବେଳେ ପାର୍ଟିର ଅଧ୍ୟକ୍ଷ ହେଲ, ସେତେବେଳ ପାର୍ଟି ପାଖରେ କେବଳ ୨୧ଟି ସିଟ୍‌ ରହିଥିଲା । ଲଗାତର ଭାବେ ମୁଁ କାମ କରିଚାଲିଲି । ଶେଷରେ ପାର୍ଟି ନିର୍ବାଚନରେ ବିଜୟୀ ହୋଇଥିଲା । ପାଞ୍ଚ ବର୍ଷ ପାଇଁ ମୁଁ ପାର୍ଟି ପାଇଁ କାମ କରିଥିଲି । ନିର୍ବାଚନ ସମୟରେ ଗେହଲୋଟ ଜି ଙ୍କ ନଜର ନଥିଲା । କିନ୍ତୁ ନିର୍ବାଚନରେ ବିଜୟୀ ହେବା ପରେ ତୁରନ୍ତ ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବି ରଖିଥିଲେ । ପାର୍ଟିର ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଁ ଉପ-ମୁଖ୍ୟମନ୍ତ୍ରୀ ହେଲି । ପାର୍ଟି ମେତେ ସମାନ ସମାନ କାର୍ଯ୍ୟଭାର ନେଇ ଭରସା ଦେଇଥିଲା । କିନ୍ତୁ ସରାକରା ଗଢିବା ପରେ ମୋତେ ସାଇଡ୍‌ଲାଇନ୍‌ କରିବା ଆରମ୍ଭ ହୋଇଯାଇଥିଲା । ରାହୁଲ ଗାନ୍ଧୀ ଯେତେବେଳେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଗେହେଲଟ ବାବୁ ମୋ ବିରୋଧରେ ଷଡଯନ୍ତ୍ର କରିବା ଆରମ୍ଭ କରିଦେଇଥିଲେ । AICC ରେଥିବା ଗେହେଲଟଙ୍କ ସାଙ୍ଗ ମୋ ବିରୋଧରେ ମୋର୍ଚ୍ଚା ଖୋଲିଦେଇଥିଲେ ।ଏହା ମୋ ଆତ୍ମସମ୍ମାନ ପାଇଁ ବହୁତ ବଡ ଧୋକ୍କା ଥିଲା । ମୁଁ ଦଳରୁ କୌଣସି ଦାବି ରଖିନାହିଁ । କେବଳ ମୋ ଆତ୍ମସମ୍ମାନ ସହିତ କାମ କରିବା ପାଇଁ କହିଥିଲି ।ଯାହା ମୋ ସହିତ ପ୍ରତିଶୃତି ହୋଇଥିଲା ।

   Related Posts