ଶୁକ୍ରବାର ପାଇଲଟଙ୍କ ଆବେଦନର ହେବ ଶୁଣାଣି, ଖଣ୍ଡପୀଠଙ୍କ ରାୟକୁ ଅପେକ୍ଷା

Published By : Prameya-News7 Bureau | July 16, 2020 IST

ଜୟପୁର, ୧୬|୦୭:  ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି । କଂଗ୍ରେସର ଅସୁନ୍ତୁଷ୍ଟ ନେତା ସଚିନ ପାଇଲଟଙ୍କ ଆବେଦନର ଗୁରୁବାର ଶୁଣାଣି ହୋଇଛି । ରାଜସ୍ଥାନ ହାଇକୋର୍ଟ ସଚିନଙ୍କ ଆବେଦନ ସ୍ୱୀକାର କରିଛନ୍ତି । ଏହାର ଶୁଣାଣି ଶୁକ୍ରବାର ଦ୍ୱିପ୍ରହରରେ ହେବ ।

ରାଜସ୍ଥାନ ହାଇକୋର୍ଟରେ ପାଇଲଟ୍ ଆବେଦନ କରିଥିଲେ । କୋର୍ଟ ଏହାକୁ ସ୍ୱୀକାର କରି ଦୁଇ ଜଣିଆ ବେଞ୍ଚକୁ ପାଇଲଟଙ୍କ ଆବେଦନ ପଠାଇ ଦେଇଛନ୍ତି । ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମୋହାନ୍ତି ଓ ପ୍ରକାଶ ଗୁପ୍ତା ଏହାର ଶୁଣାଣି କରିବେ । ଶୁକ୍ରବାର ଦିନ ୧ଟାରେ ଏହାର ଶୁଣାଣି ହେବ ।

ସୂଚନାଯୋଗ୍ୟ, ସଚିନ ପାଇଲଟ ଓ ତାଙ୍କର ସମର୍ଥକ ବିଧାୟକ ବାଚସ୍ପତିଙ୍କ ତରଫରୁ ଅଯୋଗ୍ୟତା ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏ ମାମଲାରେ ଗୁରୁବାର ଅପରାହ୍ନ ୩ଟା ରେ ହାଇକୋର୍ଟରେ ଶୁଣାଣି ଥିଲା । ବିଧାନସଭା ଅଧ୍ୟକ୍ଷ ବୁଧବାର ଦିନ ସଚିନ ପାଇଲଟଙ୍କ ସମେତ ୧୯ କଂଗ୍ରେସ ବିଧାୟକଙ୍କୁ ନୋଟିସ ପଠାଇ ଜୁଲାଇ ୧୭ ତାରିଖ ସୁଦ୍ଧା ଜବାବ ଦେବାକୁ କହିଥିଲେ ।

କଂଗ୍ରେସ ଅଭିଯୋଗ କରିଛି ଯେ ପାଇଲଟ କ୍ୟାମ୍ପର ବିଧାୟକ ଦଳ କଂଗ୍ରେସ ବୈଠକରେ ସାମିଲ ହୋଇନଥିଲା। ବର୍ତ୍ତମାନ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିବ ।  ଆବେଦନକାରୀଙ୍କ ତରଫରୁ ହରିଶ ସାଲଭେ ଓ ମୁକୁଲ ରୋହତଗୀ ଭିଡିଓ କନଫରେନସିଂ ଜରିଆରେ ପକ୍ଷ ରଖିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.