ବିଧାୟକ ଦଳ ବୈଠକରେ ଯୋଗ ଦେଲେନି ପାଇଲଟ୍, କଂଗ୍ରେସ ନେଇପାରେ ଆକ୍ସନ

Published By : Prameya-News7 Bureau | July 14, 2020 IST

ଜୟପୁର, ୧୪।୦୭: ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକରେ ସାମିଲ ହୋଇନାହାଁନ୍ତି ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଏପରିକି ତାଙ୍କ ସମର୍ଥକ ବିଧାୟକମାନେ ମଧ୍ୟ ବୈଠକରେ ଯୋଗ ଦେଇନାହାଁନ୍ତି । ତାଙ୍କୁ ବାରମ୍ବାର ବୈଠକରେ ଯୋଗ ଦେବାତୁ ଚେତାବନୀ ଜାରି କରାଯାଇଥିଲା । ଏହା ସତ୍ୱେ ମଧ୍ୟ ସେ ସାମିଲ ହୋଇ ନାହାଁନ୍ତି । ଦଳ ତରଫରୁ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା ଜାରି ରହିଥିଲା । ଏବେ ପାଇଲଟଙ୍କ ସହ ଆଲୋଚନାର ରାସ୍ତା ବନ୍ଦ ହୋଇଯାଇଛି ।

ବିଧାୟକ ଦଳର ବୈଠକରେ ନେତା ପରିବର୍ତ୍ତନ ନେଇ ଆଲୋଚନା ହୋଇନଥିଲା । କାରଣ ସମସ୍ତ ବିଧାୟକ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିତିଲେ । ଏହା ସଚିନଙ୍କ ପାଇଁ ବଡ ଝଟକା କୁହାଯାଉଛି । ତେବେ ବୈଠକରେ ଯୋଗ ଦେଇନଥିବା ବିଧାୟକଙ୍କୁ ଦଳ ନୋଟିସ୍ ଜାରି କରିପାରେ ।

ଏହା ମଧ୍ୟରେ ସଚିନଙ୍କ ସମର୍ଥକ ବିଧାୟକ ଭମ୍ବରଲାଲ୍ ବର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରୁ ଅଶୋକ ଗେହଲଟ୍ ନହଟିବା ଯାଏଁ ସଙ୍ଘର୍ଷ ଜାରି ରହିବ । ତେବେ ଗେହଲଟ୍ ଡାକିଥିବା ବୈଠକରେ ୧୦୦ରୁ ଅଧିକ ବିଧାୟକ ଥିବା ଦାବି ହେଉଛି । ବିଜେପି ମଧ୍ୟ ସକ୍ରିୟ ହୋଇ ଉଠିଛି । ଦଳ ବୈଠକ ଡାକିଛି । ଏଥିରେ ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.