Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ବିଜେପିରେ ଯୋଗ ଦେଇପାରନ୍ତି ସଚିନ ପାଇଲଟ୍, ସଙ୍କଟରେ ଗେହଲଟ୍ ସରକାର

13/07/2020 at 7:30 AM

ଜୟପୁର, ୧୩|୦୭: ରାଜସ୍ଥାନରେ ରାଜନୈତିକ ସସପେନ୍ସ ଲାଗି ରହିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଅସନ୍ତୁଷ୍ଟ ହେବା ପରେ ଦଳ ପ୍ରତି ସଙ୍କଟ ଗନେଇଛି । ୩୦ ବିଧାୟକଙ୍କ ସମର୍ଥନ ରହିଥିବା ସଚିନ୍ ଦାବି କରିଛନ୍ତି । ଏହି ସମସ୍ତ ବିଧାୟକ ତାଙ୍କ ସହ ଜୟପୁର ବାହାରେ ରହିଛନ୍ତି । ଅନ୍ୟପଟେ ଅଶୋକ ଗେହଲଟ୍ ନିଜ ସରକାର ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ସୋମବାର ସକାଳେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ  । ଏଥିରେ ହିଁ ସମସ୍ତ ଚିତ୍ର ସ୍ପଷ୍ଟ ହେବ ।

ଏହାମଧ୍ୟରେ ଦିଲ୍ଲୀର ୩ଜଣ କଂଗ୍ରେସ ନେତା ଜୟପୁରରେ ଆସି ପହଁଚିଛନ୍ତି । ସେମାନେ ଅଶୋକ ଗେହଲଟ୍ ଓ ଅନ୍ୟ ବିଧାୟକଙ୍କ ସହ ବୈଠକ କରିଛନ୍ତି । ଯେଉଁ ବିଧାୟକ  ଏହି ବୈଠକରେ ସାମିଲ ନହେବେ ସେମାନଙ୍କ ବିରୋଧରେ ଦଳ ଆକ୍ସନ ନେଇପାରେ । ସଚିନ ବିଜେପିରେ ସାମିଲ ହେବା ନେଇ କୁହାଯାଉଛି । ରବିବାର ସେ ନିଜର ପୂର୍ବତନ କଂଗ୍ରେସ ସହଯୋଗୀ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଅନୁମାନ କରାଯାଉଛି । ସୋମବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇପାରନ୍ତି ।

ସଚିନଙ୍କ ସମର୍ଥନରେ ଥିବା ପ୍ରାୟ ୩୦ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫାପତ୍ର ଦେଇପାରନ୍ତି । ତେବେ କଂଗ୍ରେସ କିନ୍ତୁ ଏହି ସମ୍ଭାବନାକୁ ଖଣ୍ଡନ କରିଛି । କିନ୍ତୁ ରବିବାର ଅଶୋକ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ମାତ୍ର ୭୫ଜଣ ବିଦାୟକ ଉପସ୍ଥିତ ଥିଲେ । ଯାହା କଂଗ୍ରେସକୁ ସତର୍କ କରିଦେଇଛି ।

ରାଜସ୍ଥାନରେ ମୋଟ ଆସନ ସଂଖ୍ୟା ୨୦୦ । କଂଗ୍ରେସ ପୂର୍ଣ୍ଣ ବହୁମତ ପାଇଛି । ବିଜେପି ମ୍ୟାଜିକ୍ ନମ୍ବରରୁ ଅଧିକ ଦୂରରେ ରହିଛି । କଂଗ୍ରେସ ପାଖରେ ୧୦୭ଜଣ ବିଧାୟକ ଥିବା ବେଳେ କିଛି ସ୍ୱାଧିନ ବିଧାୟକ ସାମିଲ ଅଛନ୍ତି । ବିଜେପି ପାଖରେ ମାତ୍ର ୭୨ଜଣ ବିଧାୟକ ରହିଛନ୍ତି । ଯଦି ସଚିନଙ୍କ ସମର୍ଥନରେ ୩୦ ବିଧାୟକ ଦଳ ବଦଳାନ୍ତି ତେବେ ଅଶୋକ ଗେହଲଟଙ୍କ ଉପରେ ସଙ୍କଟ ଆସିଯିବ ।

   Related Posts