Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଉଗ୍ର ହେଲା ରାଜସ୍ଥାନ କଂଗ୍ରେସର ଗୋଷ୍ଠୀ କନ୍ଦଳ ! ଗେହଲଟଙ୍କ ମନ୍ତ୍ରୀଙ୍କୁ ଗାଁରୁ ଘଉଡ଼ାଇଲେ ପାଇଲଟଙ୍କ ସମର୍ଥକ

1/06/2021 at 6:56 PM

ଜୟପୁର ୧/୬: ରାଜସ୍ଥାନ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିଛି। ସଚିନ ପାଇଲଟଙ୍କ ସମର୍ଥକଙ୍କ ଧୈର୍ଯ୍ୟ ସୀମା ପାର କରୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ମଧ୍ୟ ମଙ୍ଗଳାବାର ଦେଖିବାକୁ ମିଳିଛି। ରାଜସ୍ଥାନ ସରକାରରେ ମନ୍ତ୍ରୀ ଭଜନଲାଲ ଜାଟଭ ନିଜର ବିଧାନସଭା କ୍ଷେତ୍ର ଜସପୁରା ମୋରୋଲି (ଭରତପୁର)ରେ ଏକ କଲେଜ୍‌ ଉଦଘାଟନ ପାଇଁ ଯାଉଥିବା ବେଳେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଏହି ବିରୋଧ ଆଉ କେହି ନୁହେଁ ବରଂ ପାଇଲଟଙ୍କ ସମର୍ଥକମାନେ କରିଥିବା ଜଣାପଡ଼ିଛି। ବିରୋଧର ସାମ୍ନା କରିଥିବା ମନ୍ତ୍ରୀ କୌଣସି ମତେ ଗାଁ​‌ରେ ପହଞ୍ଚିଥିଲେ। ବିରୋଧୀମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ, କଲେଜରୁ ତରବରିଆ ଭାବେ ବାହାରି ଆସିଥିଲେ ମନ୍ତ୍ରୀ।

ସୂଚନା ଅନୁସାରେ ଭଜନଲାଲ ଜାଟଭ ପାଇଲଟ୍‌ଙ୍କ ଟିମ୍‌ରେ ଥିଲେ। ଏପରିକି ପାଇଲ୍‌ଟ କହିବା ପରେ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ହେବାରୁ ଭଜନଲାଲ ଗେହଲଟଙ୍କ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ । ଗତବର୍ଷ ଜୁଲାଇ ଭଳି ପୁଣି ଥରେ ରାଜସ୍ଥାନରେ ସ୍ଥିତି ଉପୁଜିବ ବୋଲି କୁହାଯାଉଛି। କାରଣ ସଚିନ ପାଇଲଟଙ୍କ ଗୋଷ୍ଠୀର ଅନେକ ବିଧାୟକ ଏବେ ବିଦ୍ରୋହ କରିବା ମୁଡ୍‌ରେ ଅଛନ୍ତି। ସଚିନ ପାଇଲଟଙ୍କ ମାନ ସମ୍ମାନ ପାଇଁ ଯେଉଁ କମିଟି ଗଠନ କରାଯାଇଥିଲା ତାହା ମଧ୍ୟ ଅହମଦ ପଟେଲଙ୍କ ମୃତ୍ୟୁ ପରେ ଠପ୍‌ ହୋଇଯାଇଛି। ଏବେ ପାଇଲଟଙ୍କ ଗୋଷ୍ଠୀର ବିଧାୟକଙ୍କ ଧୈର୍ଯ ବନ୍ଧବାଡ ଅତିକ୍ରମ କରିଛି।

ଏହା ସହ ରାଜସ୍ଥାନର ଅଶୋକ ଗେହଲଟଙ୍କ ସରକାର ବିରୋଧରେ ଦଳର ବିଧାୟକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହା ପୂର୍ବରୁ କ୍ଂଗ୍ରେସର ୮ ବିଧାୟକ ନିଜ ସରକାର ବିରୋଧରେ ପ୍ରଦର୍ଶନ କରିଥିଲେ। ନିକଟରେ ରାଜସ୍ଥାନ ବିଧାନସଭାରେ ୫୦ ବିଧାୟକଙ୍କୁ ବିନା ମାଇକ୍‌ ଥିବା ସିଟ୍‌ ଦେବାକୁ ନେଇ ମଧ୍ୟ ମାମଲା ଗରମ ହୋଇଥିଲା। ଏପରିକି ବିଧାନସଭା ବାଚସ୍ପତି ସିପି ଜୋଶୀ ଏବଂ କଂଗ୍ରେସ ବିଧାୟକ ରମେଶ ମୀନାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ନିଜର ସମସ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣାଇବେ ବୋଲି କହିଥି​‌ଲେ ରମେଶ। ଯଦି ସମସ୍ୟାର ସମାଧାନ ନହୁଏ ତେବେ ଇସ୍ତଫା ଦେବାକୁ ପଛାଇବି ନାହିଁ ବୋଲି ମଧ୍ୟ ସେ କହିଥିଲେ। ରମେଶ ମୀନାଙ୍କ ବ୍ୟତୀତ ହେମରାଜ ଚୌଧୁରୀ, ବିଧାୟକ ବେଦପ୍ରକାଶ ସୋଲଙ୍କି, ମୁରାରୀ ଲାଲ ମୀନା ଏବଂ ପୂର୍ବତନ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂହ ରାଜସ୍ଥାନ ସରକାରଙ୍କ କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

   Related Posts