Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ସଚିନଙ୍କ ପିତା ରାଜେଶ ପାଇଲଟ ମଧ୍ୟ ଦିନେ କଂଗ୍ରେସ ବିରୋଧରେ ବିଦ୍ରୋହ କରିଥିଲେ କିନ୍ତୁ ଶେଷ ନିଶ୍ୱାସ ଯାଏଁ ଦଳ ଛାଡ଼ିନଥିଲେ

13/07/2020 at 5:42 PM

ଜୟପୁର ୧୩/୦୭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏବଂ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଗତିରୋଧ ଜାରି ରହିଛି | ବର୍ତ୍ତମାନ ସଚିନ ପାଇଲଟଙ୍କ ସ୍ବର୍ଗୀୟ ପିତା ରାଜେଶ ପାଇଲଟଙ୍କୁ ମନେପକାଯାଉଛି ଯିଏ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କଂଗ୍ରେସର ହାତ ଛାଡି ନଥିଲେ | ସେ ବଞ୍ଚିଥିଲାବେଳେ କହିଥିଲେ ଯେ ଦଳରେ ଆଉ ପାରଦର୍ଶିତା ନାହିଁ, ଚୌକିକୁ ସଲାମ କରାଯାଉଛି | ଅନେକ ସମୟରେ ରାଜେଶ ପାଇଲଟ ଦଳକୁ ସାର୍ବଜନିକ ସ୍ଥରରେ ପରାମର୍ଶ ଦେଇଥିଲେ | ଥରେ ସେ ସିଧାସଳଖ ଗାନ୍ଧୀ ପରିବାରକୁ ଚେତାବନୀ ଦେଇଥିଲେ | କିନ୍ତୁ ରାଜନୀତିରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ଶେଷ ନିଶ୍ୱାସ ଯାଏଁ ସେ କଂଗ୍ରେସର ହାତ ଧରି ରଖିଥିଲେ |

ରାଜେଶ ପାଇଲଟ ୧୯୪୫ ମସିହାରେ ଜନ୍ମ ହୋଇଥିଲେ | ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ | ୧୩ ବର୍ଷ ବାୟୁସେନାରେ ସେବା କରିବା ପରେ ଇସ୍ତଫା ଦେଇ ସେ ରାଜନୀତିରେ ପ୍ରବେଶ କରିଥିଲେ | ସେ ଗାନ୍ଧୀ ପରିବାର ଜରିଆରେ ରାଜନୀତିରେ ପ୍ରବେଶ କରିଥିଲେ | ୧୯୮୦ ମସିହାରେ ରାଜେଶ ପାଇଲଟ ରାଜସ୍ତାନ ଭରତପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ | ପାଇଲଟ ଥିବା ଯୋଗୁଁ ସଞ୍ଜୟ ଗାନ୍ଧୀଙ୍କର ସେ ନିକଟତର ଥିଲେ | ପରେ ସେ ରାଜୀବ ଗାନ୍ଧୀଙ୍କର ମଧ୍ୟ ନିକଟତର ହୋଇଥିଲେ | ଏହାପରେ ସେ ଲଗାତାର ନିର୍ବାଚନ ଜିତିଥିଲେ ଏବଂ କେନ୍ଦ୍ରରେ ନିଜର ଭୂମିକା ବଜାୟ ରଖିଥିଲେ | ରାଜୀବ ଗାନ୍ଧୀଙ୍କ ହତ୍ୟା ସମୟରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା | ସେତେବେଳେ ରାଜେଶ ପାଇଲଟ ଅନେକ ସମୟରେ ମଉକା ଦେଖି ନିଜର ତେୱର ଦେଖାଇଥିଲେ |

୧୯୯୭ ମସିହାରେ ଏହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଥିଲା | ରାଜେଶ ପାଇଲଟ ସୀତାରାମ କେଶରୀଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ | କିନ୍ତୁ ସେ ସଫଳ ହୋଇନଥିଲେ | ସେତେବେଳେ କଂଗ୍ରେସ ଗାନ୍ଧୀ ପରିବାରର ନେତୃତ୍ୱ ବିନା ଚାଲିଥିଲା ଏବଂ ଦଳରେ ଫାଟ ସୃଷ୍ଟି ହେଲା ଭଳି ଜଣାପଡୁଥିଲା | ସେଥିପାଇଁ ୧୯୯୭ ମସିହାରେ ସୋନିଆ ଗାନ୍ଧୀ ଦଳରେ ସାମିଲ ହୋଇଥିଲେ ବୋଲି କୁହାଯାଏ | ୧୯୯୮ ରେ ସେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ | ୧୯୯୯ ମସିହାରେ ସୋନିଆ ଗାନ୍ଧୀ କର୍ଣ୍ଣାଟକ ବିଲ୍ଲୋର ଓ ଉତ୍ତର ପ୍ରଦେଶ ଅମେଠି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ | ଏହାପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଚର୍ଚ୍ଚା ଜୋର ଧରିଲା | ଏତିକିବେଳେ ପିଏ ସାଙ୍ଗମା, ଶରଦ ପାୱାର ଓ ତାରିକ ଆନୱାରଙ୍କ ଭଳି ବଡ ବଡ ନେତା ଦଳ ଛାଡି ଦେଇଥିଲେ |

ସେତେବେଳେ ରାଜେଶ ପାଇଲଟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ ସେ ମଧ୍ୟ ଦଳ ଛାଡି ପାରନ୍ତି | କିନ୍ତୁ ସମସ୍ତଙ୍କ ଆଶଙ୍କାକୁ ଦୂର କରି ରାଜେଶ ପାଇଲଟ ଦଳର ହାତ ଧରି ରଖିଥିଲେ | କିନ୍ତୁ ସେତେବେଳେ ଦଳରୁ ତାଙ୍କର ଦୂରତ୍ୱ ବଢି ଚାଲିଥିଲା | ଏହାର ଉଦାହରଣ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା | ସେତେବେଳେ ଜିତେନ୍ଦ୍ର ପ୍ରସାଦ ସୋନିଆଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ ଏବଂ ରାଜେଶ ପାଇଲଟ ଜିତେନ୍ଦ୍ରଙ୍କୁ ସପୋର୍ଟ କରିଥିଲେ | ୨୦୦୦ ମସିହା ଜୁନ ୧୧ ତାରିଖରେ ସଡକ ଦୁର୍ଘଟଣାରେ ରାଜେଶ ପାଇଲଟଙ୍କ ମୃତ୍ୟୁ ହୋଇଥିଲା | ଜିତେନ୍ଦ୍ର ପ୍ରସାଦ ନିର୍ବାଚନ ହାରିଗଲେ ଓ ସୋନିଆ ଗାନ୍ଧୀ ଲଗାତାର କଂଗ୍ରେସ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିରଖିଲେ | କିନ୍ତୁ ଶେଷ ପର୍ଯ୍ୟନ୍ତ ମଧ୍ୟ ରାଜେଶ ପାଇଲଟ କଂଗ୍ରେସର ହାତ ଛାଡ଼ିନଥିଲେ |

   Related Posts