Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସଚିନ ପାଇଲଟଙ୍କୁ ଆହୁରି କରିବାକୁ ପଡ଼ିବ ଅପେକ୍ଷା : ରାଜସ୍ଥାନ ହାଇକୋର୍ଟଙ୍କ ନୂଆ ବେଞ୍ଚ କରିବେ ଶୁଣାଣି

16/07/2020 at 3:53 PM

ଜୟପୁର ୧୬/୦୭ : ସଚିନ ପାଇଲଟ ଓ ତାଙ୍କର ସମର୍ଥକ ବିଧାୟକ ବାଚସ୍ପତିଙ୍କ ତରଫରୁ ଅଯୋଗ୍ୟତା ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ | ଏ ମାମଲାରେ ଆଜି ଅପରାହ୍ନ ୩ଟା ରେ ହାଇକୋର୍ଟରେ ଶୁଣାଣି ଥିଲା | ବିଧାନସଭା ଅଧ୍ୟକ୍ଷ ବୁଧବାର ଦିନ ସଚିନ ପାଇଲଟଙ୍କ ସମେତ ୧୯ କଂଗ୍ରେସ ବିଧାୟକଙ୍କୁ ନୋଟିସ ପଠାଇ ଜୁଲାଇ ୧୭ ତାରିଖ ସୁଦ୍ଧା ଜବାବ ଦେବାକୁ କହିଥିଲେ | କଂଗ୍ରେସ ଅଭିଯୋଗ କରିଛି ଯେ ପାଇଲଟ କ୍ୟାମ୍ପର ବିଧାୟକ ଦଳ କଂଗ୍ରେସ ବୈଠକରେ ସାମିଲ ହୋଇନଥିଲା | ବର୍ତ୍ତମାନ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି |  ଆବେଦନକାରୀଙ୍କ ତରଫରୁ ହରିଶ ସାଲଭେ ଓ ମୁକୁଲ ରୋହତଗୀ ଭିଡିଓ କନଫରେନସିଂ ଜରିଆରେ ପକ୍ଷ ରଖିବେ | 

  • ପାଇଲଟଙ୍କ ଓକିଲ କହିଛନ୍ତି, ଆବେଦନରେ ସମ୍ବିଧାନ ସମ୍ବନ୍ଧୀୟ ବିଷୟ ରହିଛି ସେଥିପାଇଁ ଶୁଣାଣି ଡବଲ ବେଞ୍ଚ କରନ୍ତୁ | ସଂଶୋଧନ ପରେ ଆବେଦନ ଚିଫ ଜଷ୍ଟିସଙ୍କ ପାଖକୁ ପଠାଯିବ | ଚିଫ ଜଷ୍ଟିସ ଡବଲ ବେଞ୍ଚ ଗଠନ କରିବେ | ଆଜି ସନ୍ଧ୍ୟା ସୁଦ୍ଧା ଡବଲ ବେଞ୍ଚ ଗଠନ ହୋଇଯିବ |
  • ମହେଶ ଯୋଶୀଙ୍କୁ ପକ୍ଷକାର ନ କରିବାରୁ କୋର୍ଟ ଆପତ୍ତି କରିଛନ୍ତି | ଯୋଶୀ କହିଛନ୍ତି ପାଇଲଟ ଗ୍ରୁପ ପ୍ରସ୍ତୁତ ନ ହୋଇ ଆବେଦନ କରିଛନ୍ତି |
  • ପାଇଲଟ ଗ୍ରୁପ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ |
  • ଦାଏର ହୋଇଥିବା ଆବେଦନରେ ସଂଶୋଧନ କରିବାକୁ ଚାହୁଁଛନ୍ତି ପାଇଲଟ କ୍ୟାମ୍ପ, ସଂଶୋଧନ ପାଇଁ ସମୟ ମାଗିଛନ୍ତି |
  • ପାଇଲଟ କ୍ୟାମ୍ପକୁ ପୁଣି ଆବେଦନ କରିବାକୁ ହେବ | ନୂଆ ବେଞ୍ଚ ମାମଲାର ଶୁଣାଣି କରିବେ |

   Related Posts