Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

କ୍ୟାରିୟର ଓ ଲୋକପ୍ରିୟତାର ଜବାବ ନାହିଁ ,ରକ୍ତରେ ଅଛି ରାଜନୀତି କିନ୍ତୁ ‘ଲଭଷ୍ଟୋରି ସବୁଠୁ ଜବରଦସ୍ତ…ସଚିନଙ୍କ ବ୍ୟକ୍ତିତ୍ବର ନିଆରା କଥା

14/07/2020 at 5:28 PM

ନୂଆଦିଲ୍ଲୀ ୧୪/୭: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ନିଜ ସରକାର ବିରୋଧରେ ହିଁ ବିଶ୍ବାସଘାତକତା କରିଛନ୍ତି ଏବଂ କହିଛନ୍ତି ଯେ ଅଶୋକ ଗେହଲତ ସରକାର ଅଳ୍ପମତରେ ଅଛନ୍ତି। ଏହା ସହିତ ତାଙ୍କୁ ୩୦ଜଣ ବିଧାୟକଙ୍କ ସମର୍ଥନ ମଧ୍ୟ ମିଳିଛି । ତାଙ୍କର ଏହି ବୟାନ ପରେ ରାଜସ୍ଥାନରେ ସରଗରମ ମାହୋଲ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଦିଲ୍ଲୀ ଯାଏଁ ଅନୁଭୂତ ହୋଇଛି। ପାଇଲଟଙ୍କ ବିଜେପିକୁ ଯିବାର ଅନୁମାନ ଲଗାଯାଉଛି। ସଚିନଙ୍କ ବାପା ରାଜେଶ ପାଇଲଟ ମଧ୍ୟ ଜଣେ ବରିଷ୍ଠ ରାଜନୈତିକ ନେତା ଥିଲେ। ସେ ମାତ୍ର ୨୬ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ।  ୪୨ବର୍ଷ ବୟସ୍କ ପାଇଲଟଙ୍କ ରାଜନୈତିକ ଯାତ୍ରା ଭଳି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଆଗ୍ରହପ୍ରଦ।

ସଚିନ ପାଇଲଟ ୨୦୦୪ମସିହାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଝିଅ ଏବଂ ଉମର ଅବଦୁଲ୍ଲାଙ୍କ ଭଉଣୀ ସାରାଙ୍କୁ ବିବାହ କରିଥିଲେ। ଅବଦୁଲ୍ଲା ପରିବାର ଏହି ବିବାହ ବିରୋଧୀ ଥିଲା। ଏପରିକି ସେମାନେ ବିବାହରେ ଯୋଗ ମଧ୍ୟ ଦେଇନଥିଲେ। ଏହା ସତ୍ବେ ସଚିନ ସାରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମଠୁ ବିବାହ ପର୍ଯ୍ୟନ୍ତ ତାଙ୍କ ଯାତ୍ରାରେ ଆହୁରି ଅନେକ ବାଧାବନ୍ଧନ ଥିଲା। କିନ୍ତୁ ଏସବୁକୁ ଅତିକ୍ରମ କରି ସେମାନେ ବିବାହ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ଲଭଷ୍ଟୋରି ବିଷୟରେ

୧୯୯୦ମସିହାରେ ଯେତେବେଳେ କାଶ୍ମୀର ଘାଟିରେ ଆତଙ୍କବାଦୀ ଆକ୍ରମଣ ହେଉଥିଲା ସେତେବେଳେ ଫାରୁକ ଝିଅ ସାରାଙ୍କୁ ପାଠ ପଢ଼ିବାକୁ ଲଣ୍ଡନ ପଠାଇ ଦେଇଥିଲେ। ଏକ ବିବାହ ସମାରୋହରେ ସଚିନ ଏବଂ ସାରାଙ୍କ ପ୍ରଥମ ଥର ସାକ୍ଷାତ ହୋଇଥିଲା। ଏହା ପରେ ସଚିନ ୟୁନିଭର୍ସିଟି ଅଫ୍ ପେନସିଲଭାନିଆରେ ଏମବିଏ କରିବାକୁ ଚାଲିଯାଇଥିଲେ। ଏହି ସମୟରେ ତାଙ୍କର ଏବଂ ସାରାଙ୍କ ସାକ୍ଷାତ ପ୍ରେମରେ ବଦଳିଥିଲା। ଏହିପରି ସେମାନେ ପରସ୍ପରକୁ ଡେଟ୍ କରିଥିଲେ। ଏହା ପରେ ଲଣ୍ଡନରେ ହିଁ ସାରା ସଚିନଙ୍କୁ ନିଜ ମାଙ୍କ ସହ ଦେଖା କରାଇଥିଲେ ଏବଂ ସେମାନଙ୍କ ପ୍ରେମ କଥା ତାଙ୍କୁ କହିଥିଲେ। ସଚିନଙ୍କ ନିରୀହ ହସ ସାରାଙ୍କ ମାଙ୍କ ମନ ଜିତି ନେଇଥିଲା ଏବଂ ସେ ସେମାନଙ୍କ ସମ୍ପର୍କରେ ରାଜି ହୋଇଯାଇଥିଲେ। କିନ୍ତୁ କଥା ସେଠାରେ ସରି ଯାଇନଥିଲା।

୩ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ପରସ୍ପରଙ୍କ ବାକି ସଦସ୍ୟଙ୍କୁ ଏବିଷୟରେ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଧର୍ମ ଅଲଗା ହୋଇଥିବାରୁ ପରିବାର ସେମାନଙ୍କ ବିବାହକୁ ସମର୍ଥନ କରିନଥିଲେ। ସାରାଙ୍କ ମାଆ ଖ୍ରୀଷ୍ଟାନ ଥିବା ସତ୍ବେ ଫାରୁକ ଏହି ସମ୍ପର୍କରେ ଅରାଜି ଥିଲେ। ଏହାର ରାଜନୈତିକ କାରଣ ମଧ୍ୟ ଥିଲା। ସଚିନଙ୍କ ପରିବାର ମଧ୍ୟ ମୁସଲିମ ବୋହୂଙ୍କୁ ସ୍ବୀକାର କରିବା ପକ୍ଷରେ ନଥିଲେ।

ସବୁ ପ୍ରକାର ବାଧା ବନ୍ଧନ ସତ୍ବେ ସଚିନ୍ ୨୦୦୪ମସିହାରେ ସାରାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସଚିନଙ୍କ ମାଆ ଏବଂ କଂଗ୍ରେସ୍ ସାଂସଦ ରମା ପାଇଲଟଙ୍କ ଦିଲ୍ଲୀରେ ଥିବା ସରକାରୀ ବାସଭବନରେ ଅତ୍ୟନ୍ତ ସରଳ ଉପାୟରେ ବିବାହ ହୋଇଥିଲା। ସେହି ବିବାହରେ ଅବଦୁଲ୍ଲା ପରିବାରର କେହି ସାମିଲ ହୋଇନଥିଲେ। କୁହାଯାଇଥିଲା ଯେ ସେହି ସମୟରେ ଫାରୁକ ଅବଦୁଲ୍ଲା ଲଣ୍ଡନରେ ଥିବାବେଳେ ଉମର ଅବଦୁଲ୍ଲା ନିଜ ଆପେଣ୍ଡିକ୍ସ ଚିକିତ୍ସା ପାଇଁ ଦିଲ୍ଲୀର ବସ୍ତ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଏହାକୁ ନେଇ ତିକ୍ତତା ଲାଗି ରହିଥିଲା। ଏବେ ସବୁ ସାମାନ୍ୟ ହୋଇଯାଇଛି। ସଚିନ ଏବଂ ସାରାଙ୍କ ଦୁଇ ପୁଅ ଆରନ ଏବଂ ବିହାନ ଅଛନ୍ତି।


   Related Posts