Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସଚିନ ପାଇଲଟଙ୍କ ସପକ୍ଷରେ ଯିବ କି ହାଇକୋର୍ଟଙ୍କ ରାୟ ? ଆଜି ଶୁଣାଣି, ସେପଟେ ସାମ୍ବାଦିକ ସମ୍ମିଳନୀ ଡାକିଲେ ଗେହଲଟ୍

17/07/2020 at 7:53 AM

ଜୟପୁର, ୧୭|୦୭: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ହାଇକୋର୍ଟରେ ପହଁଚିଛି । ଗୁରୁବାର ସଚିନ ପାଇଲଟଙ୍କ ସମର୍ଥକଙ୍କ ପକ୍ଷରୁ ରାଜସ୍ଥାନ ହାଇକୋର୍ଟରେ ଆବେଦନ ହୋଇଥିଲା । ଏହି ସମର୍ଥକ ବିଧାୟକମାନେ ବାଚସ୍ପତିଙ୍କ ନୋଟିସ୍ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଏହାର ଶୁଣାଣି କରାଯିବ ।

ଗୁରୁବାର କୋର୍ଟରେ  ଅଳ୍ପ ସମୟ ପାଇଁ ଶୁଣାଣି ହୋଇଥିଲା । ଏହାସହ ପାଇଲଟଙ୍କ ସମର୍ଥକ ବିଧାୟକମାନେ ନୋଟିସ୍ ରବ୍ଦ କରିବାକୁ ଦାବି କରିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପୁଣି ଶୁକ୍ରବାର ପ୍ରେସ କନଫରେନ୍ସ କରିବେ ବୋଲି ସୂଚନା ମିଳିଛି ।

ରାଜସ୍ଥାନ ହାଇକୋର୍ଟରେ ଗୁରୁବାର ପାଇଲଟ୍ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନକୁ ସ୍ୱୀକାର କରି ଦୁଇ ଜଣିଆ ବେଞ୍ଚକୁ ପଠାଇ ଦେଇଛନ୍ତି । ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମୋହାନ୍ତି ଓ ପ୍ରକାଶ ଗୁପ୍ତା ଏହାର ଶୁଣାଣି କରିବେ । ଶୁକ୍ରବାର ଦିନ ୧ଟାରେ ଏହାର ଶୁଣାଣି ହେବ ।

ସୂଚନାଯୋଗ୍ୟ, ସଚିନ ପାଇଲଟ ଓ ତାଙ୍କର ସମର୍ଥକ ବିଧାୟକ ବାଚସ୍ପତିଙ୍କ ତରଫରୁ ଅଯୋଗ୍ୟତା ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏ ମାମଲାରେ ଗୁରୁବାର ଅପରାହ୍ନ ୩ଟା ରେ ହାଇକୋର୍ଟରେ ଶୁଣାଣି ଥିଲା । ବିଧାନସଭା ଅଧ୍ୟକ୍ଷ ବୁଧବାର ଦିନ ସଚିନ ପାଇଲଟଙ୍କ ସମେତ ୧୯ କଂଗ୍ରେସ ବିଧାୟକଙ୍କୁ ନୋଟିସ ପଠାଇ ଜୁଲାଇ ୧୭ ତାରିଖ ସୁଦ୍ଧା ଜବାବ ଦେବାକୁ କହିଥିଲେ ।

କଂଗ୍ରେସ ଅଭିଯୋଗ କରିଛି ଯେ ପାଇଲଟ କ୍ୟାମ୍ପର ବିଧାୟକ ଦଳ କଂଗ୍ରେସ ବୈଠକରେ ସାମିଲ ହୋଇନଥିଲା। ବର୍ତ୍ତମାନ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିବ ।  ଆବେଦନକାରୀଙ୍କ ତରଫରୁ ହରିଶ ସାଲଭେ ଓ ମୁକୁଲ ରୋହତଗୀ ଭିଡିଓ କନଫରେନସିଂ ଜରିଆରେ ପକ୍ଷ ରଖିବେ । 

   Related Posts