ସେ ବୋଧ ହୁଏ ସଚ୍ଚିନ ତେନ୍ଦୁଲକରଙ୍କ ସହ କଥା ହୋଇଛନ୍ତି , କଂଗ୍ରେସ ଛାଡିବା ନେଇ ବିଜେପିର ଦାବି ଉପରେ କାହାକୁ ଏପରି କହିଲେ ପାଇଲଟ୍ ?

Published By : Prameya-News7 Bureau | June 11, 2021 IST

ଜୟପୁର ୧୧/ ୦୬ : ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେନି କଂଗ୍ରେସ ନେତା ସଚିନ ପାଇଲଟ । ରାଜସ୍ଥାନ କଂଗ୍ରେସ ମଧ୍ୟରେ ଲାଗିରହିଥିବା ରାଜନୈତିକ ସଙ୍କଟ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଶୁଣିବାକୁ ମିଳିଥିଲା ଯେ ସଚିନ ପାଇଲଟ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ । କିନ୍ତୁ ଶେଷରେ ଏହାକୁ ଖଣ୍ଡନ କରିଛନ୍ତି ପାଇଲଟ । ବିଜେପିକୁ ଯିବା ଖବର ସମ୍ପୂର୍ଣ୍ଣ ମିଛ । ଏହାକୁ ନେଇ ମିଛ ଖବର ପ୍ରଚାର କରାଯାଉଛି ବୋଲି ପାଇଲଟ କହିଛନ୍ତି । ବଜେପି ନେତ୍ରୀ ରୀତା ବହୁଗୁଣାଙ୍କ ବୟାନର ମଧ୍ୟ ଜବାବ ରଖିଛନ୍ତି ସଚିନ ପାଇଲଟ ।


ସୂଚନା ଅନୁଯାୟୀ, ବିଜେପି ନେତ୍ରୀ ରୀତା ବହୁୁଗୁଣା କହିଥିଲେ ଯେ, ସଚିନ ପାଇଲଟ ଖୁବଶୀଘ୍ର ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ଏହା ସହିତ ରାଜସ୍ଥାନ ରାଜନୀତିରେ ଏକ ବଡଧରଣର ପରିବର୍ତ୍ତନ ହେବାକୁ ଯାଉଥିବା କହିଥିଲା ରୀତା । ଏହାର ଜବାବ ଦେବାକୁ ଯାଇ ପାଇଲଟ କହିଛନ୍ତି ଯେ, 'ରୀତା ବହୁଗୁଣା ଅନ୍ୟ କେଉଁ ସଚିନଙ୍କୁ ବିଜେପିରେ ଯୋଗଦେବାକୁ କହୁଥିବେ । ବୋଧ ହୁଏ କ୍ରିକେଟର ସଚିନ ତେନ୍ଦୁଲକରଙ୍କ କଥା କହୁଥିବେ । ମୋ କଥା କହୁନଥିବେ ।'

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସାରା ଦେଶରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଆନ୍ଦୋଳନ କରିଛି କଂଗ୍ରେସ । ସଚିନ ପାଇଲଯ ମଧ୍ୟ ଏହି ପ୍ରତିବାଦରେ ସାମିଲ ହେବା ସହିତ କେନ୍ଦ୍ରକୁ କଡା ସମାଲୋଚନା କରିଛନ୍ତି । ଧାରଣା ପରେ ସଚିନ ପାଇଲଟ କହିଛନ୍ତି ଯେ, ' ଦେଶରେ ଅତ୍ୟାବଶ୍ୟକ ଜିନିଷ ମହଙ୍ଗା ହେବାରେ ଲାଗିଛି । ଏଥି ପାଇଁ କେନ୍ଦ୍ର ସରକାର ହିଁ ଦାୟୀ । ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଆକାଶ ଛୁଆଁ ହେଲାଣି ।ଏଲପିଜି ମୂଲ୍ୟ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଆଜି ଦେଶରେ ପ୍ରତ୍ୟେକ କଂଗ୍ରେସ କର୍ମୀ କେନ୍ଦ୍ରର ଆଖି ଖୋଲିବାକୁ ଧାରଣା ଦେଇଛନ୍ତି । ଦେଶରେ ଟ୍ୟାକ୍ସ ମଧ୍ୟ ବୃଦ୍ଧି ପାଉଛି। ଏହା ସରକାରଙ୍କ ପକେଟକୁ ଯାଉଛି। ସାଧାରଣ ଲୋକଙ୍କ ପକେଟକୁ ଦରଦାମ ବୃଦ୍ଧି ସୁହାଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.