ଶାମୀଙ୍କ ବୋଲିଂକୁ ତାରିଫ କଲେ ସଚ୍ଚିନ, ଏଜବେଷ୍ଟନରେ ଇଂଲଣ୍ଡର ନେଇଥିଲେ୫ ୱିକେଟ୍
1/07/2019 at 5:28 PM

ମୁମ୍ବାଇ: ୱାର୍ଲଡ କପ୍ ରେ ଭାରତୀୟ ବୋଲର ମହମ୍ମଦ ଶାମୀଙ୍କ ବୋଲିଂ ଲଗାତାର ସଫଳ ହେବାରେ ଲାଗିଛି। ପୂର୍ବ ମ୍ୟାଚ୍ ମାନଙ୍କରେ ଶାମୀ ୪ଟି ଲେଖାଏଁ ୱିକେଟ୍ ହାସଲ କରିଥିବା ବେଳେ ରବିବାର ବର୍ମିଂହମ ଏଜବେଷ୍ଟନରେ ଇଂଲଣ୍ଡର ୫ଟି ୱିକେଟ୍ ଉଡାଇଛନ୍ତି। ତେବେ ତାଙ୍କର ଚିତାକର୍ଷକ ବୋଲିଂକୁ ତାରିଫ କରିଛନ୍ତି ପୂର୍ବତନ କ୍ରିକେଟର ତଥା ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର। ଏନେଇ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ମ୍ୟାସେଜ୍ ଟ୍ୱିଟ୍ କରିଥିବା ବେଳେ ଆଗାମୀ ମ୍ୟାଚଗୁଡିକ ପାଇଁ ଶାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେନ୍ଦୁଲକର ଶାମୀଙ୍କ ଗତ ୩ଟି ମ୍ୟାଚ୍ ରେ ବୋଲିଂ ଦେଖିବା ପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଏପରି ’ଗତ ୩ଟି ଖେଳରେ ତୁମକୁ ବୋଲିଂ କରୁଥିବା ଦେଖି ଖୁସି ଲାଗୁଛି। ବିଶେଷ କରି ତୁମର ଫାଷ୍ଟ ସ୍ପେଲ ବିଶେଷ କରି ତୁମର ଅପ ରାଇଟ୍ ସିମ ପୋଜିସନ ବେଶ ଭଲ ଲାଗିଛି। ନିଶ୍ଚିତ ରୂପେ ଆଗାମୀ ଖେଳମାନଙ୍କରେ ତୁମେସୌଭାଗ୍ୟର କାରଣ ହେବ’। ସୂଚନା ଯୋଗ୍ୟଯେ ବିଶ୍ୱକପ୍ ରେ ଶାମିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି। ଏପର୍ଯ୍ୟନ୍ତ ଭାରତ ଖେଳିଥିବା ପ୍ରତିଟି ମ୍ୟାଚରୁ ସେ ୱିକେଟ୍ ହାସଲ କରିଥିବା ବେଳେ ତାଙ୍କର ମୋଟ ୱିକେଟ୍ ସଂଖ୍ୟା ଏବେ ୧୩ରେ ପହଞ୍ଚିଛି।

.@MdShami11 it’s been a joy to watch you bowl in the last 3 games. Loved your first spell and especially the consistent upright seam position. You are surely due for luck in the coming games. #INDvENG #CWC19
— Sachin Tendulkar (@sachin_rt) July 1, 2019
ଶାମୀଙ୍କୁ ୱାର୍ଲଡକପ୍ ପ୍ରଥମ ଏକାଦଶରେ ସ୍ଥାନ ମିଳିନଥିଲା। ତେବେ ତାଙ୍କୁ ସୁଯୋଗ ମିଳିବା ମାତ୍ରେ ସେ ଏହାର ସଦୁପଯୋଗ କରିଛନ୍ତି। ରବିବାର ମ୍ୟାଚରେ ମଧ୍ୟ ଇଁଲଣ୍ଡର ଛକ୍କା ଛଡେଇଥିଲେ ଶାମି। ହେଲେ ପରାଜୟକୁ ରୋକି ପାରିନଥିଲା। ଇଂଲଣ୍ଡର ବିଶାଳ ସ୍କୋର ଆଗରେ ଟିମ୍ ଇଣ୍ଡିଆର ଧିମା ବ୍ୟାଟିଂ ଦଳର ଜୟଯାତ୍ରାରେ ପ୍ରତିବନ୍ଧକ ପାଲଟିଥିଲା।