Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସଚ୍ଚିନ ବନସାଲଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ : ତାଙ୍କ ବାପା, ମା’ ଓ ଭାଇ ମଧ୍ୟ ଜଡିତ

5/03/2020 at 5:33 PM

ନୂଆଦିଲ୍ଲୀ ୫।୩: ଜଣାସୁଣ ବ୍ୟବସାୟୀ ସଚ୍ଚିନ୍ ବନସାଲଙ୍କ ବିରୋଧରେ  ତାଙ୍କ ପତ୍ନୀଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସଚ୍ଚିନ୍‌ଙ୍କ ପତ୍ନୀ ପ୍ରିୟା ବେଙ୍ଗାଲୁରର କୋରାମଙ୍ଗଲା ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରିଥିବା ବେଳେ ଏଥିରେ ସଚ୍ଚିନଙ୍କ ପିତା ସତ୍ୟପ୍ରକାଶ ଅଗ୍ରୱାଲ, ମା କିରଣ ବନସଲ ଓ ଭାଇ ନିତିନ ବନସଲଙ୍କୁ  ମଧ୍ୟ ଅଭିଯୁକ୍ତ କରିଛନ୍ତି।  ସଚ୍ଚିନ ଭାରତରେ ଅନ୍‌ଲାଇନ ଷ୍ଟୋର ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା।  

ବିବାହ ପରେ ପରିବାର କରୁଥିଲେ ଯୌତୁକ ଦାବି
ଅଭିଯୋଗ ଅନୁସାରେ ସଚ୍ଚିନ ଓ ପ୍ରିୟା ବନସାଲ ୨୦୦୮ ମସିହାରେ ବିବାହ କରିଥିଲେ । ପ୍ରିୟାଙ୍କ  ଅଭିଯୋଗ ବିବାହ ପରେ ସଚ୍ଚିନଙ୍କ ପରିବାର ଯୌତୁକ କଥା ଉଠାଇଥିଲେ। ଗତ ଫେବୃଆରୀ ୨୮ ତାରିଖରେ ପ୍ରିୟା ଏହି ଅଭିଯୋଗ କରିଥିବା ବେଳେ ତାଙ୍କ ବିବାହ ଲାଗି ୫୦ ଲକ୍ଷ ଟଙ୍କା ଖର୍ଚ୍ଚହୋଇଥିବା ଓ ସଚ୍ଚିନଙ୍କୁ ନଗଦ ୧୧ଲକ୍ଷ ଟଙ୍କା ଦିଆଯାଇଥିବା ପ୍ରିୟା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ପ୍ରିୟା ଜଣେ ଡେଣ୍ଟିଷ୍ଟ ସଚ୍ଚିନ ଟଙ୍କା ଲାଗି ତାଙ୍କୁ ମାଡ ମାରୁଥିବା ଅଭିଯୋଗ କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ସଚ୍ଚିନ  ପ୍ରିୟାଙ୍କୁ ମାଡ ମାରିଥିଲେ ଓ ପ୍ରିୟାଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି  ତାଙ୍କ ନାମରେ କରିବାକୁ କହିଥିଲେ। ସଚ୍ଚିନ ଦିଲ୍ଲୀଯାଇଥିବା ବେଳେ ପ୍ରିୟାଙ୍କ ଭଉଣୀକୁ ଯୌନ ନିର୍ଯାତନା ଦେଇଥିବା ବି ପ୍ରିୟା ଅଭିଯୋଗ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ପ୍ରିୟା ତାଙ୍କ ସମ୍ପତ୍ତିରୁ ସଚ୍ଚିନକୁ ଟଙ୍କାଟିଏବି ଦେବେନି ବୋଲି ମନା କରିଦେଇଥିଲେ। ତେବେ ସଚ୍ଚିନଙ୍କ ପିତା, ମା ଓ ଭାଇ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ ବୋଲି ପ୍ରିୟା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

   Related Posts