ଜବାବ ଦେଲେ ସଚିନ, ଆଖିରେ କଳାପଟି ବାନ୍ଧି ସ୍ୱୀକାର କଲେ ଯୁବରାଜଙ୍କ ଚ୍ୟାଲେଞ୍ଜ

Published By : Prameya-News7 Bureau | May 17, 2020 IST

ମୁମ୍ବାଇ, ୧୭|୦୫: 'ଯୁବରାଜ ତମେ ବହୁତ ସହଜ ବିକଳ୍ପ ଦେଇଛ । ତେଣୁ ମୁଁ ତୁମକୁ କିଛି କଷ୍ଟକର ବିକଳ୍ପ ଦେଉଛି । ତୁମକୁ ଚୟନ କରିଛି ବନ୍ଧୁ । ଆସ ଏହାକୁ ମୋ ପାଇଁ କର ।' ଏହି ଚ୍ୟାଲେଞ୍ଚଭରା ଶବ୍ଦ ହେଉଛି ସଚିନ ତେନ୍ଦୁଲକରଙ୍କର । ସେ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ନିଜ ବ୍ୟାଟିଂରେ ଟାର୍ଗେଟ୍ କରିଛନ୍ତି ।ଏହାକୁ ଦେଖି ଯୁବରାଜ ମଧ୍ୟ ଚକିତ ହୋଇଯାଇଛନ୍ତି ।

wp:core-embed/twitter {"url":"https://twitter.com/sachin_rt/status/1261639234974179333?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261639234974179333\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fi-am-challenging-you-back-yuvraj-says-sachin-tendulkar-tspo-1-1191478.html","type":"rich","providerNameSlug":"twitter","className":""}
https://twitter.com/sachin_rt/status/1261639234974179333?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261639234974179333&ref_url=https%3A%2F%2Faajtak.intoday.in%2Fsports%2Fstory%2Fi-am-challenging-you-back-yuvraj-says-sachin-tendulkar-tspo-1-1191478.html
/wp:core-embed/twitter

ଶନିବାର ସଚିନ ନିଜ ଟ୍ୱିଟର ପେଜରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସଚିନ ନିଜ ଆଖିରେ କଳା ପଟି ବାନ୍ଧିଛନ୍ତି । ସଚିନଙ୍କ ହାତରେ ବ୍ୟାଟ୍ ରହିଛି । ସେ ବ୍ୟାଟର ଧାରରେ ବଲକୁ ଧରି ଖେଳୁଛନ୍ତି ।

ଏହି ୩୨ ସେକେଣ୍ଡର ଭିଡିଓ ପରେ ସଚିନ କହିଛନ୍ତି ଯେ, ଯୁବରାଜ, ତୁମ ଚ୍ୟାଲେଞ୍ଜ ମୁଁ ସ୍ୱୀକାର କରିଛି ।  ତୁମକୁ ମଧ୍ୟ ଏହି ଚ୍ୟାଲେଞ୍ଜ ଦେଉଛି । ଏହାସହ ଏହି କଳାପଟିରେ ମଧ୍ୟ ସଚିନ ଦେଖିବାରୁ ଥିବା କହିଛନ୍ତି ।

wp:core-embed/twitter {"url":"https://twitter.com/YUVSTRONG12/status/1260931470048129024?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260931470048129024\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fi-am-challenging-you-back-yuvraj-says-sachin-tendulkar-tspo-1-1191478.html","type":"rich","providerNameSlug":"twitter","className":""}
https://twitter.com/YUVSTRONG12/status/1260931470048129024?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260931470048129024&ref_url=https%3A%2F%2Faajtak.intoday.in%2Fsports%2Fstory%2Fi-am-challenging-you-back-yuvraj-says-sachin-tendulkar-tspo-1-1191478.html
/wp:core-embed/twitter

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ଖେଳାଳିମାନେ ମଧ୍ୟ ପ୍ରାକ୍ଟିସ କରିପାରୁ ନାହାଁନ୍ତି । ସେମାନେ ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଛନ୍ତି । ଗତ ୨ ଦିନ ତଳେ ଯୁବରାଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ । ସେ ବ୍ୟାଟ ଧାରରେ ବଲକୁ ଖେଳିବା ସହ ରୋହିତ ଶର୍ମା, ସଚିନ ତେନ୍ଦୁଲକର ଓ ହରଭଜନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ସଚିନ ଶନିବାର ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.