ରିଏଲ୍‌ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବେ ସବ୍ୟସାଚୀ, ଆସନ୍ତାକାଲି ବାହାଘର

Published By : Prameya-News7 Bureau | February 28, 2021 IST

ଭୁବନେଶ୍ବର୨୮/୨: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ରିଲ୍‌ ଲାଇଫ୍‌ ପରେ ରିଏଲ ଲାଇଫ୍‌ରେ ଘର ସଂସାର କରିବେ ସବ୍ୟ ଓ ଅର୍ଚ୍ଚିତା।

{"id":416166,"sizeSlug":"large","linkDestination":"none"}

ପୂର୍ବରୁ ଭଉୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ସୋସିଆଲ ମିଡିଆରେ ସବ୍ୟ ସୂଚନା ଦେଇଛନ୍ତି। ଏପରି କି ସୋସିଆଲ ମିଡିଆରେ ସମସ୍ତଙ୍କ ଆର୍ଶିବାଦ ଲୋଡିଛନ୍ତି ସବ୍ୟ।

wp:embed {"url":"https://twitter.com/sabyaactor/status/1366024688862785537?s=20","type":"rich","providerNameSlug":"twitter","responsive":true,"className":""}
https://twitter.com/sabyaactor/status/1366024688862785537?s=20
/wp:embed

ଏ ନେଇ ରବିବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ସବ୍ୟ। ଆସନ୍ତାକାଲି ରାଜସ୍ଥାନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ଓଲିଉଡ୍‌ର ଚୁଲବୁଲ ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବେ ପାଗଳପ୍ରେମୀ ସବ୍ୟ। ଦୁହିଁଙ୍କ ଯୋଡିକୁ ନେଇ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା। ଅର୍ଚ୍ଚିତା ଏବଂ ସବ୍ୟସାଚୀ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଯେଉଁ ଫିଲ୍ମ ଓଡିଆ ଦର୍ଶକଙ୍କ ମନକୁ ଛୁଇଁଛି।

{"id":416167,"sizeSlug":"large","linkDestination":"none"}

ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ପ୍ରଂଶସକଙ୍କ ଶୁଭେଚ୍ଛାର ସୁଅ ସୁଟିଛି। ତୋର ମୋର ଯୋଡି ସୁନ୍ଦର, କେଉଁ ଦୁନିଁଆରୁ ଆସିଲ ବନ୍ଧୁ, ହେଲା ମୋତେ ପ୍ରେମ ଜର, ପିଲାଟା ବିଗିଡି ଗଲା, ମୁଁ ସପନର ସୌଦାଘର, ପାଗଳ କରିଛି ପାଉଁଜି ତୋର, କେବେ ତୁମେ ନାହଁ,କେବେ ମୁଁ ନାହିଁ, ମୁଁ ଏକା ତୁମର ଓ ମୋତେ ଆଣି ଦେଲ ଲକ୍ଷ ଫଗୁଣ ଆଦି ଫିଲ୍ମରେ ୨ ଜଣ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.