Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମଡେଲ୍ କେବଳ ପିନ୍ଧିଛନ୍ତି ଅନ୍ତବସ୍ତ୍ର, ବେକରେ ସବ୍ୟସାଚୀଙ୍କ ଡିଜାଇନ୍ ମଙ୍ଗଳସୂତ୍ର : ଇଣ୍ଟରନେଟ୍‌ରେ ୟୁଜର୍ସ କହିଲେ ‘ଷ୍ଟାଇଲ୍ ବେଳେ ସଂସ୍କୃତି କଥା ଭାବ’…

28/10/2021 at 3:00 PM

ମୁମ୍ବାଇ ୨୮।୧୦ : ବଲିଉଡ୍‌ ହେଉ କିମ୍ବା ଅନ୍ୟ କେଉଁଠି ସବ୍ୟସାଚୀ ତାଙ୍କ କସଟ୍ୟୁମ୍‌ ପାଇଁ ବେଶ ଲୋକପ୍ରିୟ। ତାଙ୍କର ଏହି ୟୁନିକ୍‌ ଆଉଟ୍‌ଫିଟ୍‌ ଓ ସୁନ୍ଦର ବ୍ରାଇଡାଲ କଲେକ୍ସନ୍‌ ପାଇଁ ସବ୍ୟସାଚୀ ଖୁବ୍‌ ଜଣାଶୁଣା । ସେ ସବୁ ସେଲିବ୍ରିଟିଙ୍କ ପାଇଁ ପସନ୍ଦିତା ବା ଫେମସ୍ ଡିଜାଇନର। ବଲିଉଡ୍‌ରେ ତାଙ୍କ ଡିଜାଇନର ପୋଷାକ ପ୍ରାୟ ସମସ୍ତେ ପିନ୍ଧିବାକୁ ପସନ୍ଦ କରନ୍ତି । ହେଲେ ବର୍ତ୍ତମାନ ସେ ଏବେ ତାଙ୍କ ପୋଷାକକୁ ନେଇ ଖୁବ୍‌ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କର ନୂଆ ଅଳଙ୍କାରର ଫଟୋକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍‌ କରାଯାଇଛି ।

ସବ୍ୟସାଚୀ ‘ଇଣ୍ଟିମେଣ୍ଟ ଫାଇନ୍‌ ଜୁଏଲାରୀ’ ନାମରେ ନିଜର ନୂଆ ଅଳଙ୍କାରର କଲେକ୍‌ସନ ଲଞ୍ଚ କରିଛନ୍ତି। ତାଙ୍କର ଅଫିସିଆଲ ଆକାଉଣ୍ଟରେ ମଡେଲର ଫଟୋ ସହ ଏହ ଫଟୋ ସେୟାର କରାଯାଇଛି । ଯେଉଁଥିରେ ସେ ମଙ୍ଗଳସୂତ୍ରର ଦେଖାଇବାର ନଜର ଆସିଛନ୍ତି। ଏହା ସବ୍ୟସାଚୀଙ୍କର ଇଣ୍ଟିମେଣ୍ଟ ଜୁଏଲାରୀ କଲେକ୍‌ସନର ଏକ ଅଂଶ । ଏହି ଫଟୋରେ ଦୁଇ ଜଣ ମଡେଲ ଅଣ୍ଡର ଗାର୍ମେଣ୍ଟରେ ନଜର ଆସିଛନ୍ତି। ନୂଆ ଜୁଏଲାରୀର ପ୍ରମୋଶନ ଓ ବିଜ୍ଞାପନରେ ଦୁଇ ମଡେଲ୍‌ ‘ଦ ରୟାଲ ବଙ୍ଗାଲ’ର ମଙ୍ଗଳସୂତ୍ର ପିନ୍ଧି ପୋଜ୍‌ ଦେଛନ୍ତି।

ଅନ୍ୟପଟେ ସବ୍ୟସାଚୀଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। କହିଛନ୍ତି କି ଏହି ବିଜ୍ଞାପନ ଓ ମଙ୍ଗଳସୂତ୍ରର ଏଭଳି ଫଟୋ  ଛାଡିବା ହିନ୍ଦୁ ସଂସ୍କୃତି ଉପରେ ଖେଳା ଯାଉଛି , ଏହା ଠିକ୍‌ ନୁହେଁ। ଏହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି । ଏହାକୁ ନେଇ ଜଣେ ୁଜର୍ସ କହିଛନ୍ତି କି ଏହା ବହୁତ ଲଜ୍ୟାଜନକ ମୁଁ ଏହାକୁ କେବେ କିଣିବି ନାହିଁ , ଅନ୍ୟଜଣେ କହିଛି କି ଏହା ଆପଣ ବିଜ୍ଞାପନ କରୁଛନ୍ତି ମୁଁ କେବେ କିଣିବି ନାହିଁ । ପୂରା ଦୁନିଆ ଦେଖି ସାରିଲାଣି ତମ କଲେକସନ୍‌କୁ । ବର୍ତ୍ତମାନ ୟୁଜର୍ସ ଖୁବ୍‌ କମେଣ୍ଟ ସହ ଲଗାତାର ଟ୍ରୋଲ କରିବାରେ ଲାଗିଛନ୍ତି।

   Related Posts