Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଅଭିନେତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ସବ୍ୟସାଚୀ, ପାରାଲିଶିସ୍ ମାଆଙ୍କ ସହ ଭିଡିଓ କଲିଂରେ କଥା ହେଲେ…

23/07/2020 at 9:11 PM

ଭୁବନେଶ୍ବର୨୩/୭: ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି ଆଲବମ୍‌ ଅଭିନେତ୍ରୀ ପ୍ରତିଭା ମହାରଣା। ପିଙ୍କି ନାଁରେ ତାଙ୍କୁ ସମସ୍ତେ ଜାଣନ୍ତି। ଏହି ଘଟଣା ଜାଣିବା ପରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହଯୋଗରେ ହାତ ବଢ଼ାଇଛନ୍ତି। କେବଳ ସହଯୋଗ ନୁହେଁ, ଭିଡିଓ କଲିଂ ମାଧ୍ୟମରେ ପାରାଲିଶିସ୍ ରୋଗରେ ବିଛଣାରେ ପଡି ରହିଥିବା ପ୍ରତିଭାଙ୍କ ମାଆଙ୍କ ସହ ମଧ୍ୟ ସବ୍ୟସାଚୀ କଥା ହୋଇଛନ୍ତି। ଘରର ଭଲମନ୍ଦ କଥା ମଧ୍ୟ ପଚାରି ବୁଝିଛନ୍ତି। ପ୍ରତିଭାଙ୍କ ଦୁଃଖକଷ୍ଟ ସଂପର୍କରେ ସାମ୍ବାଦିକମାନଙ୍କୁ ମଧ୍ୟ ଅବଗତ କରାଯାଇଛନ୍ତି ସବ୍ୟସାଚୀ। ସବ୍ୟଙ୍କ କ୍ୟାରିଅର ଆରମ୍ଭ ସମୟରେ ଗୋଟେ ଆଲବମ୍ ଗୀତରେ ତାଙ୍କ ହିରୋଇନ୍ ଥିଲେ। ବର୍ତ୍ତମାନ ଯାତ୍ରା ଜଗତର ପାର୍ଶ୍ଵ ଅଭିନେତ୍ରୀ ଭାବେ କାମ କରୁଛନ୍ତି। ଶୁଣନ୍ତୁ ସବ୍ୟ ରିଙ୍କିଙ୍କ ସହ କଣ କଥା ହେଉଛନ୍ତି….

କରୋନା ଲକ୍‌ଡାଉନ୍‌ରେ ଫଶି ରହିଥିବା ହଜାର ହଜାର ଓଡ଼ିଆ ପ୍ରବାସୀଙ୍କୁ ସବ୍ୟ ସାହାଯ୍ୟ କରିଛନ୍ତି। ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀଙ୍କୁ ଓଡ଼ିଶାକୁ ଫେରାଇ ଆଣି ସେ ପ୍ରଶଂସା ସାଉଁଟିଛନ୍ତି। ଖାଲି ସେତିକି ନୁହେଁ ବିଦେଶ ଅର୍ଥାତ ଦୁବାଇରେ ରହୁଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ସେ ଓଡ଼ିଶାକୁ ଫେରାଇ ଆଣିଛନ୍ତି। କୌଣସି ସ୍ବାର୍ଥ ନ ରଖି କରୋନା ଲକ୍‌ଡାଉନ୍‌ରେ ଅହରହ ଲୋକମାନଙ୍କୁ ପାଇଁ କାମ କରୁଥିବା ସବ୍ୟସାଚୀ ମିଶ୍ରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସବ୍ୟ ଆଗକୁ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି କିଏ କିଏ କହୁଥିବା ବେଳେ ସବ୍ୟ ଏହାକୁ ଖଣ୍ଡନ କରିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତାକାରରେ ସବ୍ୟ କହିଛନ୍ତି ଯେ, ସବୁ ସମାଜସେବୀ ଯେ ରାଜନୀତି କରିବେ ଏହାର କିଛି ମାନେ ନାହିଁ। ତଥାପି କରୋନା ଲକ୍‌ଡାଉନ୍‌ର ପ୍ରଥମ ଦିନରୁ ଏଯାବତ୍‌ ଲୋକମାନଙ୍କ ସେବାରେ ସବ୍ୟ ନିଜକୁ ନିୟୋଜିତ କରି ରଖିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

   Related Posts