Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କୁନିଙ୍କୁ ସହଯୋଗର ହାତ ବଢ଼ାଇଲେ ସବ୍ୟ: କହିଲେ, ‘ତମେ ଏକା ନୁହଁ, ଆମେ ତମ ସାଙ୍ଗରେ ଅଛୁ’

25/09/2020 at 4:48 PM

ଭୁବନେଶ୍ବର୨୫/୯: କରୋନା ଲକ୍‌ଡାଉନ୍‌ ଏବଂ ସଟଡାଉନ୍‌ରେ ଓଡିଆ ପ୍ରବାସୀଙ୍କ ଭଗବାନ ସାଜିଥିବା ସବ୍ୟସାଚୀ ମିଶ୍ର ଗୋଟେ ପରେ ଗୋଟେ ପୂଣ୍ୟକାମ କରି ଚାଲିଛନ୍ତି। କେବଳ ଓଡିଆ ପ୍ରବାସୀ ନୁହଁନ୍ତି, ବାହାର ରାଜ୍ୟର ଅନେକ ପ୍ରବାସୀଙ୍କୁ ନିଜ ଘରକୁ ଫେରିଯିବାରେ ସବ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ବର୍ତ୍ତମାନ ରାଜ୍ୟବାସୀଙ୍କ ପାଇଁ ରିଏଲ ସୁପରଷ୍ଟାର ହେଉଛନ୍ତି ସବ୍ୟସାଚୀ ମିଶ୍ର। ଏହି କଥା ଆମେ କହୁନି, ପ୍ରତିଦିନ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ପୋଷ୍ଟ ଗୁଡିକ ପ୍ରମାଣ କରୁଛି। କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁ ଭିଡିଓରେ ଜଣେ ଝିଅ କାନ୍ଦି କାନ୍ଦି କହୁଥାଆନ୍ତି, ମୋ ପାଖରେ ଟଙ୍କା, ମୋ ହାତରେ ଟ୍ୟୁମର ହୋଇଛି, ଭଲ କରିବା ପାଇଁ ଲକ୍ଷେ ଟଙ୍କା ଦରକାର, ମୋତେ ସାହାଯ୍ୟ କରନ୍ତୁ। ଏମିତି ଭୋ ଭୋ ହୋଇ କାନ୍ଦି କାନ୍ଦି ଗୁହାରି କରୁଥାଆନ୍ତି। ସେ ଝିଅ ଆଉ କିଏ ନୁହଁନ୍ତି, ସେ  ହେଉଛନ୍ତି କୁନି ପଣ୍ଡା, ତାଙ୍କ ବୟସ ୨୭ ବର୍ଷ।

ପୁରୀ ଜିଲ୍ଲାର ସଦର ବ୍ଲକର ବାଲିପଡା ଗ୍ରାମରେ ତାଙ୍କ ଘର। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଦରଦୀ ମଣିଷ ସବ୍ୟସାଚୀ କୁନିଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଖାଲି ସହଯୋଗର ହାତ ବଢ଼ାଇ ନାହାଁନ୍ତି ତ, ଆଜି ଏମ୍‌ସ ହସ୍ପିଟାଲକୁ ଆଣି ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ କୁନିଙ୍କ ପରିବାରରେ ୩ ଜଣ ସଦସ୍ୟ, ତାଙ୍କ ଭାଇ, ଆଉ ବିଧବା ମାଆ । ତାଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ, ତେଣୁ ସେ ଚିକିତ୍ସା ଲାଗି ତାଙ୍କ ପାଖରେ ଏତେ ଟଙ୍କା ନାହିଁ। ଘରର ପୁଅ ଭଳି, ଗୋଟେ ଭାଇ ଭଳି କୁନିଙ୍କ ପାଖରେ ସବ୍ୟ ଛିଡ଼ା ହୋଇଛନ୍ତି। । ଏଥିସହ ସବ୍ୟ ନିଜ ଫେସ୍‌ବୁକ୍‌ ପେଜ୍‌ରେ କୁନିଙ୍କ ଭିଡିଓ ଶେୟାର କରି  ଲେଖିଛନ୍ତି, ତମର ଚିକିତ୍ସା ହୋଇପାରିବ, କୁନି ତମେ ବ୍ୟସ୍ତ ହୁଅ ନାହିଁ, ଆମେ ତମ ସହ ଅଛୁ। ସବ୍ୟଙ୍କ ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି।

   Related Posts