ସୋସିଆଲ ମିଡିଆରେ ସମସ୍ତଙ୍କ ରେକର୍ଡ ଭାଙ୍ଗିଲେ ସବ୍ୟସାଚୀ: ୮୪ ହଜାର ୟୁଜରସ୍‌ କମେଣ୍ଟ ବକ୍ସରେ ଲେଖିଲେ, 'ହାପି ବାର୍ଥ ଡେ ସବ୍ୟ ଭାଇ‌'

Published By : Prameya-News7 Bureau | October 07, 2020 IST

ଭୁବନେଶ୍ବର୭/୧୦: ଓଡିଆ ଫିଲ୍ମ ହିରୋ ଭାବେ ସୋସିଆଲ ମିଡିଆରେ ସବ୍ୟସାଚୀ ସମସ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତ।ଗତକାଲି ସବ୍ୟସାଚୀଙ୍କ ଜନ୍ମ ଦିନ ଥିଲା। ସେ ନିଜ ପ୍ରଶଂସକଙ୍କ ସହ ଜନ୍ମ ଦିନ ପାଳନ କରିଥିଲି। କୋଭିଡ୍ କଟକଣା ଯୋଗୁଁ ସୋସିଆଲ ମିଡିଆ ଫେସ୍‌ବୁକ୍‌ ଲାଇଭ୍‌ରେ ସବ୍ୟ ନିଜ ପ୍ରଶଂସକଙ୍କ ସହ ଜନ୍ମ ଦିନ ପାଳନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ମାତ୍ର ୨ ଘଣ୍ଟା ମଧ୍ୟରେ ସବ୍ୟଙ୍କ କମେଣ୍ଟ ବକ୍ସରେ ମିଳିଥିଲା ୪୯ ହଜାର କମେଣ୍ଟସ୍, ୫୧ ହଜାର ଲାଇକ୍‌ ଏବଂ ୧୭ ଶହ ସେୟାର। ଯେଉଁ କମେଣ୍ଟରେ ଲେଖାଥିଲା, ହାପି ବାର୍ଥ ଡେ ସବ୍ୟ ଭାଇ, ଗଡ୍ ବ୍ଲେସ୍‌ ୟୁ, ଏମିତି ହଜାର ହଜାର ୟୁଜର ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

wp:html /wp:html

ମାତ୍ର ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆରେ ଓଡିଆ ଫିଲ୍ମ ଜଗତରେ କୌଣସି କଳକାରମାନଙ୍କୁ ଏମିତି ଶୁଭେଚ୍ଛା ମିଳି ନାହିଁ। ସବ୍ୟଙ୍କ ଜନ୍ମ ଦିନକୁ ୨୪ ଘଣ୍ଟା ନପୁରୁଣୁ ବର୍ତ୍ତମାନ ସୁଦ୍ଧା ସବ୍ୟଙ୍କୁ ୮୪ ହଜାର କମେଣ୍ଟସ୍‌,ଏକ ଲକ୍ଷ ୧୬ ହଜାର ଲାଇକ୍ ଏବଂ ଫେସ୍‌ବୁକ୍ ଲାଇଭ୍‌ରେ ତାଙ୍କୁ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୯୨ ହଜାର ୟୁଜର ଦେଖି ସାରିଛନ୍ତି। ଏହା ପ୍ରମାଣ କରୁଛି ଯେ, ସୋସିଆଲ ମିଡିଆରେ ଲୋକେ ସବ୍ୟଙ୍କୁ କେତେ ମାତ୍ରାରେ ଗ୍ରହଣ କରୁଛନ୍ତି। ଲାଇଭ୍ ଭିଡିଓରେ ସବ୍ୟ ନିଜ ପ୍ରଶଂସକମାନଙ୍କୁ ହିତକର କଥା କହିଥିଲେ।

{"id":340286,"sizeSlug":"large"}

ଦୀର୍ଘ ୭ ମାସରୁ ଉର୍ଦ୍ଧ୍ବ ହେବ ସବ୍ୟ ବର୍ଷା- ଖରାକୁ ଖାତିର ନ କରି ଲୋକମାନଙ୍କ ସେବା କରୁ ଆସୁଛନ୍ତି। ନିକଟରେ ସୋସିଆଲ ମିଡିଆରେ କୁନି ପଣ୍ଡା ନାମକ ଜଣେ ଯୁବତୀ ନିଜ ହାତର ଅପରେସନ୍ ପାଇଁ ସହାୟତା ମାଗିଥିଲେ। ସବ୍ୟ ସୋସିଆଲ ମିଡିଆରେ କୁନିଙ୍କ ଭିଡିଓ ଦେଖିବା ପରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ସେହିପରି କରୋନା ଲକ୍‌ଡାଉନ୍ ଏବଂ ସଟଡାଉନ୍‌ ସମୟରେ ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ସାରା ଚର୍ଚ୍ଚା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.