Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମଙ୍ଗଳସୂତ୍ରର ବିଜ୍ଞାପନ ପରେ ପୁଣି ଟାର୍ଗେଟରେ ସବ୍ୟସାଚୀ, ନୂଆ ପୋଷ୍ଟରକୁ ନେଇ ୟୁଜର୍ସ କଲେ ଟ୍ରୋଲ୍

29/11/2021 at 1:41 PM

ମୁମ୍ବାଇ ୨୯/୧୧: ପ୍ରସିଦ୍ଧ ଫ୍ୟାଶନ୍ ଏବଂ ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ପୁଣି ଥରେ ଟ୍ରୋଲ୍ କରାଯାଉଛି। କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ସେ ଏକ ପୋଷ୍ଟ ଲେଖି କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ। ବର୍ତ୍ତମାନ ସବ୍ୟସାଚୀ ତାଙ୍କ ଜୁଏଲେରୀ କଲେକ୍ସନର ଏକ ନୂଆ ବିଜ୍ଞାପନ ପୋଷ୍ଟର ସେୟାର କରିଛନ୍ତି। ଏହି ଅଳଙ୍କାରରେ ହୀରା, ମୋତି, ପନ୍ନା ଏବଂ ଆକ୍ୱାମରିନ୍ ଷ୍ଟୋନ୍ ବ୍ୟବହାର କରାଯାଇଛି ।

ଜୁଏଲେରୀ କଲେକ୍ସନର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ସାଢୀ ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର କ୍ୟାରୀ କରିଛନ୍ତି। ଗୋଟିଏ ପୋଷ୍ଟରରେ ତିନୋଟି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ଟି ମଡେଲ ନଜର ଆସିଛନ୍ତି। ତାଙ୍କ ମୁହଁରେ ଖୁସିର ଏକ୍ସପ୍ରେସନ୍ ନାହିଁ । ଯେଉଁଥିପାଇଁ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି। ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଏଦା ଯଦି ସେମାନେ ଖୁସି ନାହାଁନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି- ‘ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଟଙ୍କା ଆପଣଙ୍କୁ ସୁଖ କିଣି ଦେଇ ପାରିବ ନାହିଁ, ତେବେ ଏତେ ମୂଲ୍ୟବାନ ଅଳଙ୍କାରରେ ଟଙ୍କା କାହିଁକି ଖର୍ଚ୍ଚ କରିବେ?’ ଜଣେ ୟୁଜର୍ ଲେଖିଛନ୍ତି, ‘ସେମାନେ କାହାର ଶୋକ ସଭାକୁ ଯିବାକୁ ପ୍ରସ୍ତୁତ କି?’ ସେହିପରି ଆଉ ଜଣେ ଲେଖିଛନ୍ତି ‘କିଏ ମରିଛି?

   Related Posts