Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସବୁ ସୀମା ଟପିଗଲା : 9pm Discussion on 28th Dec 2018

ଆଜିର ବିତର୍କ- ସବୁ ସୀମା ଟପିଗଲା ।

ଯାହା ଶ୍ରୀମନ୍ଦିର ଇତିହାସରେ କେବେ ଘଟି ନଥିଲା, ଆଜି ଘଟିଗଲା। ଏକ କଳଙ୍କିତ ଇତିହାସର ସୃଷ୍ଟି ହେଲା , ଜନ୍ମସିଦ୍ଧ ଅଧିକାର ନାଁରେ ନିଜ ମନମାନିର ସବୁ ସୀମା ସରହଦ ଟପାଗଲା.. ମିଛ ଅହଂ ଆଗରେ ଛୋଟ ପଡିଗଲେ ବଡ଼ ଠାକୁର…ଦୀର୍ଘ ୧୨ ଘଣ୍ଟା ଅଧୁଆମୁହଁ,ଅଗାଧୁଆ, ଭୋକ ଉପାସରେ ପଡି ରହିଲେ ଆମ କାଳିଆ ସାଆନ୍ତ,ଆଉ କିଛି ଗଣତାନ୍ତ୍ରିକ ଅଧିକାର ନାଁରେ ଫାଇଦା ଉଠାଇବାରେ ବ୍ୟସ୍ତ ରହିଲେ। ଦୋଷୀ କିଏ , ଦୋଷ କାହାର ସେକଥା ତ ଛାଡନ୍ତୁ ,ସମାଧାନର ସୂତ୍ର ବାହାର କରିବ ଦାୟିତ୍ୱ ଥିବା କିଛି ଅଧିକାରୀଙ୍କ ଦେଖା ତ ମିଳିଲା ନାହିଁ , ଯାହାର ବି ଦେଖା ମିଳିଲା ସିଏ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଲେ ଯେ , ଭକ୍ତଙ୍କ ମନରେ ପ୍ରଶ୍ନ ଆସିଲା ସତରେ କଣ  ପ୍ରଶାସନ ଏତେ ଅସହାୟ। ବଡ଼ ପ୍ରଶ୍ନ  ଦାୟିତ୍ୱ ତୁଲାଇବାକୁ ଯିଏ ଅସମର୍ଥ, ସେ କିଏ ବି ହୁଅନ୍ତୁ ନା କାହିଁକି ଦାୟିତ୍ୱରୁ ବାଦ୍ ପଡିବା ଉଚିତ୍ କି ।

108 Views

   You May Also Like