Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସବୁ ଲକ୍‌ଡାଉନ୍‌, ଉଠିଲା ସେନ୍‌ସେକ୍ସ , ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ପରେ ସେୟାର ବଜାର ତେଜିଲା

25/03/2020 at 9:55 AM

ନୂଆଦିଲ୍ଲୀ ୨୫।୦୩: ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ୍‌ମିଟ୍‌ କରି ବିଭିନ୍ନ ଘୋଷଣା କରିଛନ୍ତି । ତେବେ ଅର୍ଥମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଭାରତୀୟ ଷ୍ଟକ ବଜାରରେ ଆଶାର ଆଲୋକ ଖେଳିଯାଇଛି । ବୁଧବାର ଦିନ ସେନସେକ୍ସ ଖୋଲିବା ମାତ୍ରେ ୪୦୦ପଏଣ୍ଟ ବୃଦ୍ଧି ପାଇଥିବାର ଦେଖିବାକୁ ଦେଖିବାକୁ ମିଳିଛି । ଏହା ସହିତ ନିପ୍ଟି ପ୍ରାୟ ୨୦୦ପଏଣ୍ଟ ବୃଦ୍ଧି ପାଇଁ ୫ହଜାର ପଏଣ୍ଟ ସ୍ତରରେ ପହଞ୍ଚିଛି ।  ତେବେ କିଛି ସମୟ ପରେ ବଜାର ହ୍ରାସ ପାଇଥିବାର ଦେଖିବାକୁ ମିଳିଛି ।

କରୋନା ଭାଇରସ ନେଇ ବିଶ୍ବରେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାର ଉପରେ ପଡିଛି । ସୋମବାର ଦିନ ଲଗାତର ଭାବେ ସେୟାର ବଜାର ହ୍ରାସ ପାଇଥିଲା । ମଙ୍ଗଳବାର ଦିନ ଧୀମା ହ୍ରାସ ପାଇଥିଲେ ମଧ୍ୟ ସେନସେକ୍ସ ୨୬,୬୭୪.୦୩ ପଏଣ୍ଟ ସହ ବନ୍ଦ କରାଯାଇଥିଲା । ସେହିପର ନିଫ୍ଟି ମଧ୍ୟ ୧୯୦.୮୦ ପଏଣ୍ଟ ବଢି ୭,୮୦୧.୦୫ ଅଙ୍କ ରେ ବନ୍ଦ ହୋଇଥିଲା ।

ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସମିଟ୍‌ କରି ବିଭିନ୍ନ ସେକ୍ଟର ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିଲେ । ଯେପରି ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ୍ ଟାକ୍ସ ରିଟର୍ଣ୍ଣ ସମୟ ସୀମା ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି। ଏହା ଉପରେ ସୁଧ ହାର ମଧ୍ୟ ହ୍ରାସ ପାଇଛି। ଜିଏସଟି ଫାଇଲିଂ ତାରିଖକୁ ମଧ୍ୟ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି । କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଭଳି ବିବାଦରୁ ବିଶ୍ୱସ ସ୍କିମର ସମୟ ସୀମା ମଧ୍ୟ ଜୁନ ଯାଏଁ ବୃଦ୍ଧି କରାଯାଇଛି। ଏହାସହିତ ବିଭିନ୍ନ ସେକ୍ଟର ପ୍ରତି ଅନେକ ଘୋଷଣା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାଶୀଙ୍କୁ ସମ୍ବୋଧନ କରି ସାରାଦେଶକୁ ୨୧ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଏହି ଲକ୍‌ଡାଉନ ସମୟରେ ଦେଶବାଶୀ ଘରେ ରହିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

   Related Posts