Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅକ୍ଟୋବର ୧୬ରୁ ପାଞ୍ଚ ଦିନ ପାଇଁ ଖୋଲିବ ସବରିମାଳା ମନ୍ଦିର

15/10/2020 at 3:50 PM

ନୂଆଦିଲ୍ଲୀ ୧୫/୧୦: କରୋନା ମହାମାରୀ ଯୋଗୁ ବନ୍ଦ ଥିବା ସବରିମାଳା ମନ୍ଦିର ଅକ୍ଟୋବର ୧୬ରୁ ଖୋଲିବ। ଅର୍ଥାତ ଆସନ୍ତାକାଲି ଠାରୁ ୫ ଦିନ ପାଇଁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ। ତେବେ ଏହା ମଲାୟାଲାମ ମାସ ଯୋଗୁ କେବଳ ପାଞ୍ଚ ଦିନ ଲାଗି ଖୋଲା ଯାଉଛି। ତ୍ରାବଣକୋର ଦେବସୋମ ବୋର୍ଡର ନିର୍ଦେଶ ଅନୁସାରେ କେବଳ ୨୫୦ ଲୋକଙ୍କୁ ନିତିଦିନ ପ୍ରାର୍ଥନା ପାଇଁ ମନ୍ଦିରକୁ ପ୍ରବେଶ ଅନୁମତି ରହିଛି। ଯାତ୍ରା ପୂର୍ବରୁ ଅନଲାଇନ ବୁକିଙ୍ଗ ଲୋକଙ୍କ ପାଇଁ ଖୋଲା ଯାଇଛି।

ତୀର୍ଥଯାତ୍ରୀ ହିଲଟପ ତୀର୍ଥସ୍ଥଳରେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ କରିବାକୁ ପଡ଼ିବ। କରୋନାରେ ସଂକ୍ରମିତ ନ ଥିବା ଲୋକଙ୍କୁ ହିଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ରିପୋର୍ଟ ନ ଥିବା ତୀର୍ଥଯାତ୍ରୀ  ନିଲକ୍କଲ ବେସ କ୍ୟାମ୍ପରୁ କୋଭିଡ ଟେଷ୍ଟ କରାଇବେ।

ଏହା ସହ ସରକାର ପମ୍ପା ନଦୀରେ ସ୍ନାନ କରିବା ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି। କେବଳ ଏତିକି ନୁହେଁ ତୀର୍ଥଯାତ୍ରୀଙ୍କ ପାଇଁ ଅସ୍ଥାୟୀ ସ୍ନାନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପାଣି, ସାବୁନ ଓ ସାନିଟାଇଜ ବ୍ୟବସ୍ଥା  ହୋଇଛି। ତେବେ ଭକ୍ତଙ୍କୁ ସବୁ ପ୍ରକାର କୋଭିଡ୍ ନିୟମ ପାଳନ କରିବାକୁ ହେବ। ସବରିମାଳା ଭକ୍ତଙ୍କ ପାଇଁ ରହିବା ପାଇଁ କୌଣସି ଘର ଉପଲବ୍ଧ ହେବ ନାହିଁ।

   Related Posts