ସାବରୀମାଲାରେ ଜମୁଛି ଭକ୍ତଙ୍କ ଅସମ୍ଭବ ଭିଡ, ଦ୍ୱିତୀୟ ଦିନରେ ଆୟପ୍ପାଙ୍କ ଦର୍ଶନ କଲେ ୨୮ ହଜାର ଭକ୍ତ

Published By : Prameya-News7 Bureau | November 17, 2019 IST

ପତ୍ଥନମଥିଟ୍ଟା : ସାବରୀମାଲା ଆୟପ୍ପାଙ୍କ ବାର୍ଷିକ ତୀର୍ଥଯାତ୍ରା 'ମଣ୍ଡଲ ମକର ବିଲକ୍କୁ' ଲାଗି ଶନିବାରଠାରୁ ଆରମ୍ଭ ହୋଇଥିବା ଦର୍ଶନ ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ଭକ୍ତଙ୍କ ସଂଖ୍ୟା କମିବା ବଦଳେ ଏବେ ବଢିବଢିଚାଲିଛି। ରବିବାର ଦ୍ୱିତୀୟ ଦିନ ରାତ୍ର ପହଡ ପର୍ଯ୍ୟନ୍ତ  ପ୍ରାୟ ୨୮ ହଜାର ଭକ୍ତ ଆୟପ୍ପାଙ୍କ ଦର୍ଶନ କରିଥିବା ମୁଖ୍ୟ ପୂଜାରୀ କହିଛନ୍ତି।

{"id":185851,"width":579,"height":383,"sizeSlug":"large"}

ଶନିବାର କଡା ସୁରକ୍ଷା ମଧ୍ୟରେ ମନ୍ଦିରର କବାଟ ଖୋଲିଥିଲା। ଆୟପ୍ପାଙ୍କ ଦର୍ଶନଲାଗି ଆସିଥିବା ୧୦ ଜଣ ମହିଳାଙ୍କୁ ଫେରାଇ ଦିଆଯାଇଥିଲା। ସେପଟେ ଭକ୍ତଙ୍କ ସୁଗମ ଦର୍ଶନ ଓ ମନ୍ଦିର ପକ୍ଷରୁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥା ନେଇ ରବିବାର ଦେବସୋମ ମନ୍ତ୍ରୀ କେ.ସୁରେନ୍ଦ୍ର ମନ୍ଦିର ଅତିଥି ନିବାସରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଏଥିରେ ବିଭିନ୍ନ ସୁବିଧାର ସୁପରିଚାଳନା ନେଇ ଆଲୋଚନା ହୋଇଥିଲା। ସେପଟେ ରାଜ୍ୟ ସରକାର ସାବରୀମାଲା ମନ୍ଦିର ଲାଗି ଦେଇଥିବା ୧୦୦ କୋଟି ଟଙ୍କାର ଅନୁଦାନ ମଧ୍ୟରୁ ୩୦କୋଟି ଆବଣ୍ଟିତ କରାଯାଇଥିବା ସୁରେନ୍ଦ୍ର କହିଛନ୍ତି।

{"id":185852,"sizeSlug":"large"}

ମନ୍ଦିରକୁ ୧୦ରୁ ୫୦ବର୍ଷ ବୟସ୍କା ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପୁନର୍ବିଚାର ନିବେଦନ କରାଯାଇଛି। ତେବେ କୋର୍ଟ ନିଜ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିନାହାନ୍ତି। ଏଣୁ ମହିଳା ଓ ଯୁବତୀମାନେ ଆୟପ୍ପାଙ୍କ ଦର୍ଶନ ଲାଗି ଆସୁଥିବା ବେଳେ ରାଜ୍ୟ ସରକାର ସେଭଳି ମହିଳାଙ୍କୁ ସୁରକ୍ଷା ଯୋଗାଇଦେବାକୁ ମନା କରିଦେଇଛନ୍ତି। ମନ୍ଦିର କୌଣସି ଆନ୍ଦୋଳନ ସ୍ଥଳ ନୁହେଁ କି ଏଥିରୁ ପ୍ରଚାର ନେବାକୁ ଆସୁଥିବା ଲୋକଙ୍କୁ ସରକାର ସୁରକ୍ଷା ଯୋଗାଇାପାରିବେନି ବୋଲି ସଫାସଫା ଶୁଣାଇଦେଇଛନ୍ତି। ତେବେ କେରଳ ଆଇନ ମନ୍ତ୍ରୀ ଏ.କେ.ବାଲନ ଏ ନେଇ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୮ ତାରିଖରୁ ବାସ୍ତବିକ ରୋକ ଲଗାଇଥିବା କହିଛନ୍ତି। ଏଣୁ ସରକାର ଆଇନ ଅନୁସାରେ କାମ କରୁଥିବା କହିଛନ୍ତି ବାଲନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.