ନିଲାମ ହେଲା ୪ କୋଟି ବର୍ଷ ତଳ ମୁନିଆ-ଦାନ୍ତିଆ ବାଘର କଙ୍କାଳ, ୭୦ ହଜାର ଡଲାରରେ କିଣିଲେ ଆମେରିକୀୟ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯/୧୨ : ପ୍ରାୟ ୪୦ ମିଲିୟନ ଅର୍ଥାତ ୪ କୋଟି ବର୍ଷ ପୁରୁଣା ଏକ ବିରଳ ସ୍କେଲିଟନକୁ ନିଲାମ କରାଯାଇଛି । ମୁନିଆ-ଦାନ୍ତିଆ ବାଘ ପ୍ରଜାତିର ଏହି ସ୍କେଲିଟନ ୭୦ ହଜାର ଡଲାର​ରେ ନିଲାମ ହୋଇଛି । ଏହାର ଭାରତୀୟ ମୂଲ୍ୟ ପ୍ରାୟ ୫୨ ଲକ୍ଷ ଟଙ୍କା ହେବ । ଏହି ସ୍କେଲିଟନକୁ ବର୍ଷେ ତଳେ ଆବିଷ୍କାର କରାଯାଇଥିଲା ।

ତେବେ ଏହି ସ୍କେଲିଟନର ଲମ୍ବ ୪ ଫୁଟ୍ (୧୨୦ ସେଣ୍ଟିମିଟର) । ନିଲାମୀ ପ୍ରକ୍ରିୟା ଆରମ୍ଭର ମାତ୍ର ଏକ ମିନିଟ ମଧ୍ୟରେ ଏହାକୁ ଜେନେଭାର ଜଣେ ପ୍ରାଇଭେଟ୍ କଲେକ୍ଟର ୭୦ ହଜାର ଡଲାରରେ କିଣିନେଇଥିଲେ । ଏହାର ମୂଳ ହାଡଗୁଡିକ ଏକ ହପ୍ଲୋଫୋନସ୍ ପରି ଦେଖାଯାଏ । ସେମାନେ ନିମ୍ରଭାଇଡା ପରିବାରର ଏକ ବିଲୁପ୍ତ ପ୍ରାୟ ବଂଶ ଏବଂ ଏକଦା ଉତ୍ତର ଆମେରିକାର ସମତଳ ଭୂମିରେ ରହୁଥିଲେ । ଏହିପରି ବିଲୁପ୍ତ ପ୍ରାଣୀଗୁଡିକ ସାଧାରଣତଃ ମୁନିଆ-ଦାନ୍ତିଆ ବାଘ ଭାବରେ ଜଣାଯାଆନ୍ତି ।

ନିଲାମୀ ପ୍ରକ୍ରିୟାରେ ଗୋଟିଏ ଟାଇରାନୋସରସ୍ ରେକ୍ସ ସ୍କେଊିଟନ୍ ଥିଲା ଯାହାକି ମାତ୍ର ୬ ହଜାର ଡଲାରରେ ନିଲାମ ହୋଇଥିଲା । ଏହାର ଲମ୍ବ ୮୫ ସେଣ୍ଟିମିଟର । ସେହିପରି ଅନ୍ୟ ଏକ ସାମୁଦ୍ରିକ ସରୀସୃପ କ୍ରାଟେସ୍ ପ୍ରାୟ ୮ହଜାର ଡଲାରରେ ନିଲାମ ହୋଇଥିଲା । ୭୫ ନିୟୁତ ବର୍ଷ ପୁରୁଣା ୪୦ ସେମି ଲମ୍ବ ୩୬ ସେମି ଚଉଡାର ଏକ ଆମୋଲାଇଟ୍ ବିକ୍ରି ହୋଇନଥିଲା କାରଣ ଏହାର ରିଜର୍ଭ ମୂଲ୍ୟ ନିର୍ଦ୍ଧାରଣ ହୋଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.