ମହଙ୍ଗା ପଡିଲା ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ, ଘର ଉପରକୁ ଟେକାପଥର ମାଡ କରୁଛନ୍ତି ଲୋକେ, ପିତା କହିଲେ ଅକ୍ଷମଣୀୟ

Published By : Prameya-News7 Bureau | February 21, 2020 IST

ଚିକ୍‌ମଙ୍ଗଲୁର ୨୧।୨:  ବେଙ୍ଗାଲୁରରେ ନାଗରିକ ସଂଶୋଧିତ ଆଇନ (ସିଏଏ) ବିରୋଧରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ଦେଇଥିବା ଯୁବତୀ ଅମୂଲ୍ୟା ଲିୟୋନଙ୍କ ସମସ୍ୟା ବେଳକୁ ବେଳ ଉତ୍କଟ ହେଉଛି। କାର୍ଯ୍ୟକ୍ରମରେ ଏଭଳି ନାରାବାଜୀ ଯୋଗୁ ପୋଲିସ ତାଙ୍କୁ ଭରା ସଭାରେ ଗିରଫ କରିଥିବା ବେଳେ ମାଜିଷ୍ଟ୍ରେଟ୍ ତାଙ୍କ ବିରୋଧରେ ଦେଶଦ୍ରୋହ ଧାରାରେ ମୋକଦ୍ଦମା ରୁଜୁ କରିଛନ୍ତି। ସେପଟେ ଲୋକେ ଚିକମଙ୍ଗଲୁର ସ୍ଥିତ ଅମୂଲ୍ୟାଙ୍କ ଘର ଉପରେ ଆକ୍ରମଣ କରୁଥିବା ଜଣାପଡିଛି। ଲୋକଙ୍କ ଟେକାପଥର ମାଡରେ ଅମୂଲ୍ୟାଙ୍କ ପୈତୃକ ଗୃହ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

{"id":227221,"sizeSlug":"large"}

ଘଟଣା ପରେ ଅମୂଲ୍ୟାଙ୍କ ପିତା ବାଜୀ ତାଙ୍କର ଏଭଳି ଆଚରଣକୁ ଦୃଢ ନିନ୍ଦା କରିଥିଲେ। ଏହା ସତ୍ତ୍ୱେ ଲୋକଙ୍କ ରୋଷରୁ ତାଙ୍କ ଘର ବର୍ତ୍ତି ନାହିଁ। ଇତିମଧ୍ୟରେ ଅମୂଲ୍ୟାଙ୍କୁ କୋର୍ଟ ୧୪ ଦିନ ଲାଗି ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ତାଙ୍କ ଜାମିନ ନାକଚ ହୋଇଯାଇଛି। ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ଯୁବତୀଙ୍କ ନକ୍ସଲ ସମ୍ପର୍କ ନେଇ ସନ୍ଦେହ ବ୍ୟକ୍ତ କରୁଥିବା ବେଳେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭ୍ୟ ଅମୂଲ୍ୟାଙ୍କ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ଏପରି ସ୍ଲୋଗାନବାଜି କରିବା ଲାଗି ଲୋକେ ଉସକାଇଥିବାର ଅଭିଯୋଗ ଆଣିଛନ୍ତି।

wp:html /wp:html

ଅମିତ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ପୋଷ୍ଟ କରିଥିବା ଭିଡିଓରେ ତାଙ୍କ ପଛରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପରାମର୍ଶଦାତାଙ୍କ ବଡ ଲବି ଥିବାର କହୁଥିବା ଦେଖାଯାଇଛି। ଏଥିରୁ ଯାହା ଦେଖାଯାଉଛି ତାର ଗଭିରତା ବହୁତ ତଳକୁ ଥିବା ମାଲବ୍ୟ ଟ୍ୱିଟ୍ ମାଧ୍ୟମରେ ସୂଚିତ କରିଛନ୍ତି।  ଏଆଇଏମଆଇଏମ ପକ୍ଷରୁ ଅସଦୁଦିନ ଓବେସୀଙ୍କ କାର୍ଯ୍ୟକ୍ରମରେ ଯୁବତୀ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିବା ବେଳେ ମଞ୍ଚରେ ଓୱେସୀ ମଧ୍ୟ ତାଙ୍କୁ ବିରୋଧ କରିଥିଲେ। ଏପରିକି ଭରା ସଭାରେ ତାଙ୍କର ଗିରଫ ବେଳେ ବି ନିରବ ରହିଥିଲେ ଓବେସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.