Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସାବିତ୍ରୀ ଅମାବାସ୍ୟା ଦିନ ଲାଗିବ ସୂର୍ଯ୍ୟ ପରାଗ: ବିବାହିତା କେଉଁ ସମୟରେ କରିବେ ପୂଜା ?

3/06/2021 at 6:02 PM

ଭୁବନେଶ୍ୱର ୦୩/୦୬ : ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ବଟ ସାବିତ୍ରୀ ବ୍ରତ କୁହାଯାଏ | ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ସାବିତ୍ରୀ ଅମାବାସ୍ୟା ପଡୁଛି । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି । ଅର୍ଥାତ ଗୋଟିଏ ଦିନରେ ସାବିତ୍ରୀ ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ମଧ୍ୟ ଲାଗିବ । ଫଳରେ ଏହି ତିଥିର ମହତ୍ତ୍ୱ ଆହୁରି ବଢିଯିବ ।

ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ । ଯେହେତୁ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରାଯାଏ ନାହିଁ । ଫଳରେ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ ।

ଜାଣନ୍ତୁ ସାବିତ୍ରୀ ଅମାବାସ୍ୟା ପୂଜାର ଶୁଭ ସମୟ ଓ ଅନ୍ୟାନ୍ୟ ତଥ୍ୟ –
ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ । ସୂତକ କାଳରେ କୌଣସି ଶୁଭ କାର୍ଯ୍ୟ ବା ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । କିନ୍ତୁ ଏହି ନିୟମ କେବଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଲାଗୁ ହୁଏ । ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ସେଥିପାଇଁ ବିବାହିତା ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ବିବାହିତାମାନେ ପୂଜା କଲେ କୌଣସି ଦୋଷ ଲାଗିବନି ।

ସାବିତ୍ରୀ ବ୍ରତ ଶୁଭ ମୁହୂର୍ତ୍ତ –
ବ୍ରତ ତିଥି – ଜୁନ ୧୦ ତାରିଖ, ଗୁରୁବାର
ଅମାବାସ୍ୟା ଆରମ୍ଭ – ଜୁନ ୯ ତାରିଖ ବୁଧବାର ଅପରାହ୍ନ ୧:୫୭ ମିନିଟ
ଅମାବାସ୍ୟା ସମାପ୍ତ – ଜୁନ ୧୦, ଗୁରୁବାର ସନ୍ଧ୍ୟା ୪:୨୦ ମିନିଟ
ବ୍ରତ ସମାପନ – ଜୁନ ୧୧, ଶୁକ୍ରବାର
ସୂର୍ଯ୍ୟ ପରାଗ – ପରାଗ ଜୁନ ୧୦, ଗୁରୁବାର ଅପରାହ୍ନ ୧:୪୨ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬:୪୧ ମିନିଟରେ ସମାପ୍ତ ହେବ ।

   Related Posts