ଫିକା ପଡିଲା ସାବିତ୍ରୀ ବ୍ରତର ମାହୋଲ, ପଇଁତରା ମାରିଲା ପୋଲିସ, ମନ୍ଦିର ସବୁ ଖାଁ ଖାଁ

Published By : Prameya-News7 Bureau | June 10, 2021 IST

ଢେଙ୍କାନାଳ, ୧୦।୬ : କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳରେ ସମସ୍ତ ମନ୍ଦିର ଗୁଡି଼କରେ କଡା କଟକଣା ଜାରି କରାଯାଇଛି । ଫଳରେ ମନ୍ଦିର ଗୁଡିକରେ ତାଲା ଝୁଲୁଥିବା ସହ ପ୍ରତେକ ମନ୍ଦିର ସମ୍ମୁଖରେ ପୁଲିସ ମୃତୟନ କରାଯାଇଥିଲା । ଯାହା ଫଳରେ ସାବିତ୍ରୀ ବ୍ରତର ମାହୋଲ ଢେଙ୍କାନାଳରେ ସମ୍ପୂର୍ଣ୍ଣ ଫିକା ପଡିଯାଇଛି ।

ବିଶେଷ କରି ଢେଙ୍କାନାଳ ସହରର କୁଞ୍ଜକାନ୍ତ ରାଧାକୃଷ୍ଣ ମନ୍ଦିର, ଚଣ୍ଡିଆ ସାହି, ଦେଉଳସାହି, ଶାସନ, କୋରିଆଁ ସ୍ଥିତ ଶିବ ମନ୍ଦିର ଓ ଦକ୍ଷିଣକାଳୀ ମନ୍ଦିର ଗୁଡିକ ଖାଁ ଖାଁ ଦେଖାଯାଇଥିଲା । ସକାଳୁ ସକାଳୁ ଏହି ମନ୍ଦିର ମାନଙ୍କରେ ପୋଲିସ ପଇଁତରା ମାରୁଥିବାରୁ କୌଣସି ମହିଳା ପୂଜା କରିବାକୁ ଆସିନଥିଲେ l ଏକ ପ୍ରକାର ସେମାନଙ୍କୁ ବାରଣ କରାଯାଇଥିଲା । ଫଳରେ ମହିଳା ମାନେ ନିଜ ନିଜ ଘରେ ପୂଜାର୍ଚନା କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.