ମନ୍ଦିରରେ ଝୁଲୁଛୁ ତାଲା, ନାହିଁ ଭକ୍ତଙ୍କ ଭିଡ : ଏଥର ଘରେ ହେଲା ସାବିତ୍ରୀ ବ୍ରତ ପୂଜା

Published By : Prameya-News7 Bureau | June 10, 2021 IST

ଭଦ୍ରକ ୧୦।୬: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ହିନ୍ଦୁ ସଧବା ନାରୀ ପାଇଁ ଏହି ଦିନଟି ଏକ ମହାନ ଦିନ । ନିଜ ସଙ୍ଖା-ସିନ୍ଦୁର ବଜ୍ର ରଖିବା ସହ ସ୍ବାମୀର ଦୀର୍ଘାୟୁ କାମନା କରି ନିର୍ଜଳ ଉପବାସ ରହି ବ୍ରତ ପରିଧାନ କରିଥାଏ । ସେଥିପାଇଁ ଫଳ, ପୁଷ୍ପ, ନୈବେଦ୍ୟ, ଧୂପ-ଦୀପ ସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।

{"id":463937,"sizeSlug":"large","linkDestination":"none"}

ସେହିଭଳି ଭଦ୍ରକ ଜିଲ୍ଲାରେ ଆଜିର ଦିନରେ ପୂଜାର୍ଚ୍ଚନା ପାଇଁ ଏକ ସ୍ବତନ୍ତ୍ର ପୀଠ ହେଉଛି ସାବିତ୍ରୀ ଆଡି । ବନ୍ତ ବ୍ଲକ ସ୍ଥିତ ଏହି ପୀଠକୁ ହଜାର ହଜାର ମହିଳାମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ପ୍ରାତଃରୁ ରାତ୍ର ଯାଏଁ ପୂଜାର୍ଚ୍ଚନା ଚାଲିଥାଏ । ହେଲେ କରୋନା କଟକଣାରେ ସବୁ ମନ୍ଦିର ପରି ଏହି ପୀଠରେ ମଧ୍ୟ ତାଲା ଝୁଲୁଛି ।

{"id":463938,"sizeSlug":"large","linkDestination":"none"}

ରୀତିନୀତି ଅନୁଯାଇ ପୂଜକ ସକାଳୁ ଦେବୀଙ୍କ ପୁଜାର୍ଚ୍ଚନା ସାରି ପ୍ରଶାସନିକ ନିୟମ ଓ କଟକଣା ପାଇଁ ତାଲା ପକାଇ ଦେଇଛନ୍ତି । ହେଲେ ଭକ୍ତର ବିଶ୍ବାସ ଓ ଭାବାବେଗ ପାଇଁ ଦୌଡି ଆସୁଛନ୍ତି ପୀଠକୁ । ବାହାରୁ ଦର୍ଶନ କରି ନଡିଆ ବାଡେଇ ଫେରୁଛନ୍ତି ଭକ୍ତମାନେ । ପ୍ରଶାସନ ପକ୍ଷରୁ କଟକଣାର ପରିଚାଳନା ପାଇଁ ପୋଲିସ  ମୁତୟନ କରାଯାଇଛି । ସେହିପରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ  କମିଟି ସଦସ୍ୟମାନେ ପୂର୍ବରୁ ସଚେତନ କରିଥିବା ଯୋଗୁଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିନାହିଁ । ଭକ୍ତଶୂନ୍ୟ ହୋଇ ଆଜି ବିରାଜମାନ ସାବିତ୍ରୀ ଆଡି ପୀଠ । ସେହିଭଳି ଅନେକ ସ୍ଥାନରେ ଗାଁ ଠାକୁରାଣୀ ଓ ଗଛ ମୂଳରେ ଏକାଠି ହୋଇ ପୂଜା କରିନାହାନ୍ତି । ନିୟମ ଅନୁଯାୟୀ ଘର ଭିତରେ ରହି ପୂଜା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.