Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଭକ୍ତଙ୍କ ଦର୍ଶନ ଲାଗି ଖୋଲିବ କେରଳର ଶାବରୀମାଳା ମନ୍ଦିର, ହେଲେ କଟକଣାରେ

10/08/2020 at 9:18 PM

ତିରୁଅନନ୍ତପୁରମ ୧୦।୮: ଦୀର୍ଘ ଦୁଇମାସ ଧରି ହେବାକୁ ଥିବା କେରଳର ଶାବରୀମାଳା ଦର୍ଶନ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଅନୁଷ୍ଠିତ ହେବ। ଏଥିଲାଗି ଭକ୍ତଙ୍କ ନିମନ୍ତେ ମନ୍ଦିରର ଦ୍ୱାର ଉନ୍ମୁକ୍ତ ରହିବ। ଏଥିଲାଗି ସୋମବାର ପ୍ରାଥମିକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନଭେମ୍ବର ୧୬ ତାରିଖରୁ ହେବାକୁ ଥିବା ଦର୍ଶନରେ କୌଣସି ବାଧା ଦିଆଯିବ ନାହିଁ ବୋଲି କୁହାଯାଇଛି। ତେବେ ଏହି କାର୍ଯ୍ୟକ୍ରମ ଲାଗି ସରକାରଙ୍କ କୋଭିଡ କଟକଣା କଡାକଡି କରାଯିବ ବୋଲି ରାଜ୍ୟ ଦେବସୋମ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ନଭେମ୍ବରର ଏହି ଦର୍ଶନ ଲାଗି ଦେବସୋମ ମନ୍ତ୍ରାଳୟ ପକ୍ଷରୁ ସୋମବାର ପ୍ରଥମ ପର୍ଯ୍ୟାୟ ବୈଠକ ଆହ୍ୱାନ କରାଯାଇଥିଲା। ଏଥିରେ ଦେବସୋମ ମନ୍ତ୍ରୀ କେ.ସୁରେନ୍ଦ୍ରନ ଅଧ୍ୟକ୍ଷତା କରିଥିବା ବେଳେ ତୀର୍ଥାଟନରେ ଯୋଗଦେବାକୁ ଆଗ୍ରହୀ ଭକ୍ତଙ୍କୁ ସାଙ୍ଗରେ କୋଭିଡ-୧୯ ନେଗେଟିଭ ସାର୍ଟିଫିକେଟ୍ ଆଣିବା ଜରୁରି ବୋଲି କହିଛନ୍ତି।

ସାରା ରାଜ୍ୟରେ ଏବେ କୋଭିଡ-୧୯ ମହାମାରୀର ପ୍ରକୋପ ଜାରି ରହିଛି। ଯଦି ନଭେମ୍ବର ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରିତ ନ ହୋଇଥାଏ ତେବେ କଡା କଟକଣା ମଧ୍ୟରେ ଆମକୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡିବ ବୋଲି ସୁରେନ୍ଦ୍ରନ କହିଛନ୍ତି। ଯେଉଁମାନେ ଦର୍ଶନ ଲାଗି ଆସିବେ ସେମାନଙ୍କୁ ଭର୍ଚୁଆଲ କ୍ୟୁ ପ୍ରଣାଳୀରେ ଆବେଦନ କରିବାକୁ ପଡିବ। ତେବେ ପରବର୍ତ୍ତି ବୈଠକରେ ଶାବରୀମାଳା ଦର୍ଶନ ଲାଗି ଆବଶ୍ୟକ ନୀତିନିୟମ ନିର୍ଦ୍ଧାରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।  

   Related Posts