Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଖୋଲିଲା ସାବରିମାଲା କବାଟ, ଅକ୍ଟୋବର ୨୧ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ଭକ୍ତ

17/10/2020 at 7:08 PM

ପଥନାମିଥିଟା ୧୭।୧୦: କରୋନା ଭାଇରସ ମହାମାରୀ ଲଗି ଗତ ୬ ମାସ ହେଲା ବନ୍ଦ ରହିଥିବା କେରଳର ପ୍ରଶିଦ୍ଧ ସାବରିମାଲା ମନ୍ଦିରର କବାଟ ଶନିବାର ଭକ୍ତଙ୍କ ପୂଜାର୍ଚ୍ଚନା ଲାଗି ଖୋଲାଯାଇଛି। ଏହି ଅବସରରେ କିଛି ଭକ୍ତ ଆୟପ୍ପାଙ୍କ ଦର୍ଶନ ସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ଯେଉଁମାନେ କୋଭିଡ-୧୯ ନେଗେଟିଭ୍ ସାର୍ଟିଫିକେଟ୍ ସାଙ୍ଗରେ ନେଇ ଯାଇଥିଲେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦେଖାଇ ମନ୍ଦିରରେ କୋଭିଡ ନିୟମ ମାନି ପୂଜାର୍ଚ୍ଚନା କରିଛନ୍ତି।

ଦେଶରେ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ୍‌ ଘୋଷଣା ପରଠାରୁ ସାବରିମାଲା ଆୟପ୍ପା ମନ୍ଦିରରେ ଶନିବାର ପ୍ରଥମ ଦର୍ଶନ ହୋଇଛି। ତେବେ ଯେଉଁମାନେ ସାଙ୍ଗରେ କୋଭିଡ ସ୍ୱାସ୍ଥ୍ୟ ସାର୍ଟିଫିକେଟ ଆଣି ନାହାନ୍ତି ସେମାନଙ୍କ ଲାଗି ମନ୍ଦିର ନିକଟରେ ରାପିଡ ଆଣ୍ଟିଜେନ ଟେଷ୍ଟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ମନ୍ଦିରର ପରିଚାଳନା ଦେଖରେଖ କରୁଥିବା ଟ୍ରାଭାନକୋର ଦୋବସୋମ ବୋର୍ଡ ସୂଚନା ଅନୁସାରେ ଶନିବାର ଦର୍ଶନ ଲାଗି ମନ୍ଦିରର କବାଟ ସକାଳ ୫ଟା ବେଳେ ଖୋଲିଥିଲା।

ଆରମ୍ଭ ହୋଇଥିବା ଦର୍ଶନ ନିମନ୍ତେ ପ୍ରଥମ ଦଫାରେ ୨୪୬ ଜଣ ଭକ୍ତ ଡିଜିଟାଲ ପ୍ରଣାଳୀରେ ପଞ୍ଜିକରଣ କରାଇଥିଲେ। ଏଠାରେ ଦର୍ଶନ ଶେଷ ପର୍ଯ୍ୟନ୍ତ ଦୈନିକ ୨୫୦ ଜଣ ଭକ୍ତଙ୍କୁ ଦର୍ଶନ ଅନୁମତିର ବ୍ୟବସ୍ଥା ହୋଇଛି। ତେବେ ଏଠାରେ ୧୦ରୁ ୬୦ ବର୍ଷର ଆୟୁବର୍ଗର ଲୋକଙ୍କୁ ଦର୍ଶନ ଅନୁମତି ମିଳୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରମାଣ ପତ୍ର ମଧ୍ୟରେ ସାଙ୍ଗରେ ଥିବା ଜରୁରି କରାଯାଇଛି। ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ହୋଇପାରିବ ବୋଲି ଦେବସୋମ ବୋର୍ଡ କହିଛନ୍ତି। ମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ସବୁ ବର୍ଷ ଭଳି ଏବର୍ଷ ସନ୍ନିଧାନମ, ନିଲକ୍କଲ ଓ ପାଁବାରେ ରହଣୀର ଅନୁମତି ପ୍ରଦାନ କରାଯାଉ ନାହିଁ।

   Related Posts