Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଖୋଲିଲା ସାବରୀମାଲା ମନ୍ଦିରର ଦ୍ୱାର – ମହିଳାଙ୍କ ପ୍ରବେଶ ପାଇଁ ସୁରକ୍ଷା ନେଇ ୟୁଟର୍ଣ୍ଣ ମାରିଲେ କେରଳ ସରକାର

16/11/2019 at 6:35 PM

ନୂଆଦିଲ୍ଲୀ ୧୬।୧୧ –   ସୁପ୍ରିମକୋର୍ଟଙ୍କ ରାୟର ଦୁଇ ଦିନ ପରେ ଆଜି ଆୟାପ୍ପା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଆଜି ସନ୍ଧ୍ୟା ୫ଟାରେ ଖୋଲିଛି ମନ୍ଦିରର ମୁଖ୍ୟ କବାଟ । ତେବେ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଏବେବି ବାଦବିବାଦ ଲାଗି ରହିଛି ।  ଦର୍ଶନ ପାଇଁ ଯାଉଥିବା ମହିଳାଙ୍କ ସୁରକ୍ଷା ନେଇ କେରଳର ଏଲ୍‌ଡିଏଫ୍ ମେଣ୍ଟ ସରକାର ୟୁ ଟର୍ଣ୍ଣ ମାରିଛନ୍ତି । ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ମହିଳାଙ୍କୁ ସରକାର ସୁରକ୍ଷା ଦେଇ ହେବନି ବୋଲି କହିଛନ୍ତି କେରଳ ସରକାର ।

ଫେରିଲା ସାବରିମାଲା ପ୍ରସଙ୍ଗ । କେରଳର ପ୍ରସିଦ୍ଧ  ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଆଜି ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିଛି ମନ୍ଦିର । ମୁଖ୍ୟ ପୂଜକ ମହେଶ କଣ୍ଡାରାଉ ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ପରେ ହଜାର ହଜାର ଭକ୍ତ ଦର୍ଶନ ପାଇଁ ପ୍ରବେଶ କରିଛନ୍ତି । ଦୁଇମାସ ଧରି ଚାଲିବ ସାବରିମାଲା ତୀର୍ଥଯାତ୍ରା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେରଳ ସରକାର କରିଛନ୍ତି ବ୍ୟାପକ ବ୍ୟବସ୍ଥା । ହେଲେ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବିବାଦ ଲାଗି ରହିଥିବା ବେଳେ ସେଠାକୁ ଯିବାକୁ ଚାହୁଁଥିବା ମହିଳା ମାନଙ୍କୁ ସରକାର ସୁରକ୍ଷା ଯୋଗାଇ ପାରିବେ ନାହିଁ ବୋଲି କେରଳ ସରକାର କହିଦେଇଛନ୍ତି ।

ଏହାପରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଆହୁରି ଗୋଳିଆ ହୋଇଯାଇଛି । ଯଦି କୌଣସି ମହିଳା ସାବରିମାଳା ମନ୍ଦିରକୁ ଦର୍ଶନ କରିବାକୁ ଯାଆନ୍ତି ଏବଂ ପୋଲିସ ସୁରକ୍ଷା ମାଗନ୍ତି ତେବେ ଏଥିପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଦେଖାଇବାକୁ ପଡିବ ବୋଲି କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି ।…

୪୧ ଦିନ ଧରି ଚାଲିବ ସାବରିମାଲା ମନ୍ଦିରରେ ଦର୍ଶନ । ପ୍ରଥମ ଦିନ ପ୍ରାୟ ୧୦ ହଜାର ତୀର୍ଥଯାତ୍ରୀ ଦର୍ଶନ ପାଇଁ ଲାଇନ୍‌ରେ ଅଛନ୍ତି ।ତେବେ ଅନେକ ମହିଳା ସାମାଜିକ କର୍ମୀ ଦର୍ଶନ ପାଇଁ ଯିବେ ବୋଲି ଘୋଷଣା କରିଛନ୍ତି । ମହିଳାଙ୍କ ପ୍ରବେଶ ଅଧିକାର ପାଇଁ ଲଢୁଥିବା ତୃପ୍ତି ଦେଶାଇ ସାବରିମାଲାରେ ପ୍ରବେଶ କରିବେ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ୪୫ ଜଣ ମହିଳା ଅନଲାଇନ୍‌ରେ ଆବେଦନ କରିଛନ୍ତି । ତେବେ ପୂର୍ବ ପରମ୍ପରାକୁ ବଜାୟ ରଖି କୌଣସି ମହିଳା ଭକ୍ତଙ୍କୁ ସେଠାକୁ ଯିବାକୁ ଦିଆଯିବ ନାହିଁ ବୋଲି ସାବରିମାଲା ମନ୍ଦିର କର୍ମ ସମିତି ପକ୍ଷରୁ କୁହାଯାଇଛି ।…

ସାବରିମାଲା ମାମଲାରେ ଗତ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ତେବେ ଧାର୍ମିକ ଓ ବିଶ୍ବାସର ପ୍ରସଙ୍ଗ ହୋଇଥିବାରୁ ୭ ଜଣିଆ ବୃହତ୍ତର ବେଞ୍ଚକୁ  ମାମଲାର ଶୁଣାଣି ପାଇଁ ସୁପାରିଶ କରାଯାଇଛି ।…

   Related Posts