ସାବରମତୀରେ ଚରଖା ଚଲାଇଲେ ଟ୍ରମ୍ପ ଓ ମେଲାନିଆ

Published By : Prameya-News7 Bureau | February 24, 2020 IST

ଅହମ୍ମଦାବାଦ ୨୪।୦୨: ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତରେ ଆସିଛନ୍ତି । ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସକାଳ ୧୧.୪୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ବିମାନ ଯୋଗେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ଭାରତ ଗସ୍ତରେ ଆସିଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରୋଟକଲ ଭାଙ୍ଗି ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ସ୍ବାଗତ କରିଥିଲେ । ତେବେ ବିମାନବନ୍ଦରରୁ ବାହାରି ଟ୍ରମ୍ପ ସିଧା ଅହମ୍ମଦାବାଦ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଯାଇଥିଲେ ମୋଦି । ସାବରମତୀ ଆଶ୍ରମଙ୍କ ନିଜ ପତ୍ନୀ ମାଲେନିଆଙ୍କ ସହ ଗସ୍ତ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1231838464041213952","type":"rich","providerNameSlug":"twitter","className":""}
https://twitter.com/ANI/status/1231838464041213952
/wp:core-embed/twitter

ସାବରମତୀ ଆଶ୍ରମକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ମାଲେନିଆ ଗସ୍ତ କରିଥିଲେ । ଏବଂ ଦୁଇ ଜଣଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ମଧ୍ୟ ଆଶ୍ରମରେ ଉପସ୍ଥିତ ଥିଲେ । ତେବେ ଟ୍ରମ୍ପଙ୍କ ସାବରମତୀ ଆଶ୍ରମ ଗସ୍ତ ଅବସରରେ ସେ ବାପୁଙ୍କ ଚରଖା ଚଳାଇଥିଲେ । ତେବେ କାନ୍ଧରେ ଏକ ସୂତାର ସରୋପା ପକାଇଥିବାର ଦେଖିବାକୁ ମିଳିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଟ୍ରମ୍ପ ଓ ମାଲେନିଆଙ୍କୁ କିପରି ଚରଖା ଚଳାଯାଏ । ସେ ବିଷୟରେ ଶିଖାଇଥିଲେ ।  ତେବେ ଆଶ୍ରମ ଗସ୍ତ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଡାଏରୀରେ ମଧ୍ୟ ଦସ୍ତଖତ କରିଛନ୍ତି । ଟ୍ରମ୍ପଙ୍କ ଗସ୍ତସୂଚୀରେ ସାବରମତୀ ଆଶ୍ରମ ଗସ୍ତ କରିବାର କାର୍ଯ୍ୟକ୍ରମ ନଥିଲା । କିନ୍ତୁ ପରେ ସାବରମତି ଆଶ୍ରମ କାର୍ଯ୍ୟସୂଚୀରେ ସଯୁକ୍ତ କରାଯାଇଥିଲା ବୋଲି ସୂଚନା ରହିଛି । ତେବେ ସାବରମତୀ ଆଶ୍ରମ ଗସ୍ତ ପରେ ଦୁଇ ନେତା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଏବଂ ଆସନ୍ତାକାଲି ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.