ଶବ ସତ୍କାର ପାଇଁ ମିଳିଲାନି ଅନୁମତି: ମୃତଦେହକୁ ଧରି ଦୀର୍ଘ ସମୟ ରାସ୍ତାରେ ଛିଡ଼ା ହେଲେ ପୁଅ

Published By : Prameya-News7 Bureau | August 19, 2020 IST

ଭଦ୍ରକ୧୯/୮: ବର୍ଷାରେ ରାଜପଥରେ ଠିଆ ହୋଇଛି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ବାହାରେ ପିପିଇ କୀଟ ପିନ୍ଧି ଆମ୍ବୁଲାନ୍ସ ଚାଳକ ମଧ୍ୟ ଠିଆ ହୋଇଛନ୍ତି। ଦୁଇଜଣ ସମ୍ପର୍କୀୟ ବାହାରେ ଅପେକ୍ଷା କରିଛନ୍ତି। ମୃତଦେହ ନିକଟରେ ବସିଛନ୍ତି ମୃତକଙ୍କ ପୁଅ। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ସହର ଓଭର ବ୍ରିଜ ନିକଟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମୃତକଙ୍କ ପୁଅଙ୍କ କହିବା ମୁତାବକ, ତାଙ୍କ ବାପା କୋଭିଡ୍ କେୟାରରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତଦେହ ପାଖକୁ ତାଙ୍କ ପୁଅଙ୍କ ବ୍ୟତୀତ ଯିବା ପାଇଁ ଆଉ କାହାକୁ ଅନୁମତି ମିଳୁ ନାହିଁ । ତେବେ ମୃତଦେହକୁ ଆମ୍ବୁଲାନ୍ସରେ ଶବ ସତ୍କାର ଲାଗି ସହର ଥିବା ମଶାଣିକୁ ନେଇଥିଲେ। ହେଲେ ସ୍ଥାନୀୟ ଲୋକେ ମୃତଦେହକୁ ଶବ ସତ୍କାର ପାଇଁ ଅନୁମତି ଦେଇ ନଥିଲେ। ଶେଷରେ ସବୁଠି ବୁଲିବୁଲି ଆସି ରାଜପଥ କଡ଼ରେ ଠିଆ ହୋଇଛନ୍ତି । ଏହି ଘଟଣା ଜିଲ୍ଲାପାଳଙ୍କ କାନରେ ପଡିବା ପରେ ଘଟଣାର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.