BCCIରୁ କ୍ରିକେଟ୍ ପରିଚାଳନା ପ୍ରମୁଖ ସବା କରୀମଙ୍କ ଛୁଟି, ଜାଣନ୍ତୁ କାହିଁକି ମଗାଗଲା ଇସ୍ତଫା

Published By : Prameya-News7 Bureau | July 19, 2020 IST

ମୁମ୍ବାଇ ୧୯।୭: ଟିମ୍‌ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟସ୍‌ମ୍ୟାନ୍‌ ସବା କରୀମ ରବିବାର ବିସିସିଆଇ କ୍ରିକେଟ୍ ପରିଚାଳନା ପ୍ରମୁଖ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ କ୍ରିକେଟ୍ କ୍ୟାରିୟରରେ ଭାରତ ଲାଗି ଗୋଟିଏ ଟେଷ୍ଟ ଓ ୩୪ଟି ଏକଦିବସୀୟ ମ୍ୟାଚ୍ ଖେଳିଥିଲେ। କରୀମଙ୍କ ଏହି ଇସ୍ତଫା ସହ ଗୋଟିଏ ସପ୍ତାହରେ ବିସିସିଆଇରୁ ୨ ଜଣ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି।

{"id":302718,"sizeSlug":"large"}

କରୀମଙ୍କ ପୂର୍ବରୁ ସିଇଓ ରାହୁଲ ଜୌହରୀଙ୍କ ସେବା ସମାପ୍ତ କରିଦେଇଥିଲେ ବିସିସିଆଇ। ତେବେ ସପ୍ତାହକ ପୂର୍ବେ ହୋଇଥିବା ଏହି ନିଷ୍ପତ୍ତି ନେଇ ବିସିସିଆଇ କୌଣସି କାରଣ ସ୍ପଷ୍ଟ କରିନାହାନ୍ତି। ମିଳିଥିବା ସୂଚନା ଅନୁସାରେ ସବା କରୀମ ଶନିବାର ବିସିସିଆଇଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଥିଲେ। ବୋର୍ଡ ତାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି କି ନା ତାହା ଜଣାପଡି ନାହିଁ। ସେହିପରି ପ୍ରସଙ୍ଗରେ ବୋର୍ଡ କୌଣସି ଅଧିକାରୀକ ବୟାନ ମଧ୍ୟ ଜାରି କରିନାହାନ୍ତି। ତେବେ ଘରୋଇ କ୍ରିକେଟ୍ ଲାଗି କରୀମ ଯୋଜନାରେ ବିସିସିଆଇ ସନ୍ତୁଷ୍ଟ ନଥିଲେ ବୋଲି ଜଣାପଡିଛି।

{"id":302723,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ କୋଭିଡ-୧୯ ଲାଗି ଘରୋଇ କ୍ରିକେଟ୍ ନିମନ୍ତେ କରୀମ ସେପରି କୌଣସି ଯୋଜନା ପ୍ରସ୍ତୁତ କରିପାରିନଥିଲେ। ଏଣୁ ବିସିସିଆଇ ତାଙ୍କୁପ ପଦରୁ ଇସ୍ତଫା ଦେବାକୁ କହିଥିଲେ। ଏଣୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ମନୋନୀତ ଟିମ୍‌ରୁ ସବା କରୀମଙ୍କ ଇସ୍ତଫା ସହ ଏପର୍ଯ୍ୟନ୍ତ ୪ ଜଣ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଲେଣି। ଗତ ଡିସେମ୍ବରରେ ମୁଖ୍ୟ ଆର୍ଥିକ ଅଧିକାରୀ ସନ୍ତୋଷ ରଙ୍ଗନେକର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେହିପରି ଜାତୀୟ କ୍ରିକେଟ୍ ଆକାଡେମୀର ଚିଫ୍ ଅପରେଟିଂ ଅଫିସର ପଦରୁ ତୋଫାନ ଘୋଷ ଇସ୍ତଫା ଦେଇଥିବା ବେଳେ ନିକଟରେ ସିଇଓ ପଦରୁ ଜୋହରୀ ମଧ୍ୟ ଇସ୍ତଫା ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.