ଜୁଲାଇ ୧୯ତାରିଖରେ ପଡ଼ିବ ଶ୍ରାବଣ ମାସର ଶିବରାତ୍ରି ବ୍ରତ : ନିଶ୍ଚୟ କରନ୍ତୁ ଏହି ୫ଟି ଉପାୟ

Published By : Prameya-News7 Bureau | July 18, 2020 IST

ଶ୍ରାବଣ ମାସ​ରେ ଆସୁଥିବା ଶିବରାତ୍ରି ହିନ୍ଦୁ ଧର୍ମର ବହୁତ ବଡ଼ ପର୍ବ। ଧାର୍ମିକ ମାନ୍ୟତା ଅନୁସାରେ,ଏହି ଦିନ ଶିବଙ୍କ ପ୍ରାକଟ୍ୟ ହୋଇଥିଲା। ଭଗବାନ ଶିବଙ୍କ ବିବାହ ମଧ୍ୟ ଏହି ଦିନ ହୋଇଥିଲା। ଏହି ଦିନ ମହାଦେବଙ୍କ ଉପାସନା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ସମ୍ପୂର୍ଣ୍ଣ ସୁଖ ପ୍ରାପ୍ତ ହୋଇପାରେ। ଶ୍ରାବଣ ମାସରେ ଏହି ବର୍ଷ ଶିବରାତ୍ରିର ବ୍ରତ ଜୁଲାଇ ୧୯ତାରିଖ ରବିବାର ରଖାଯିବ।

ସକାଳେ ସ୍ନାନ କରିବା ପରେ ଶିବ ପୂଜାର ସଂକଳ୍ପ ନିଅନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ତଥା ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ପରେ ପଞ୍ଚୋପଚାର ପୂଜା କରି ଶିବଙ୍କ ମନ୍ତ୍ର ଜପ କରନ୍ତୁ। ରାତିରେ ଶିବ ମନ୍ତ୍ର ବ୍ୟତୀତ ରୁଦ୍ରାଷ୍ଟକ ଅଥବା ଶିବ ସ୍ତୁତି ପାଠ ମଧ୍ୟ କରି ପାରିବେ। ଯଦି ୪ପ୍ରହର ପୂଜା କରିବେ ତେବେ ପ୍ରଥମ ପ୍ରହରରେ କ୍ଷୀର,ଦ୍ବିତୀୟରେ ଦହି,ତୃତୀୟରେ ଘିଅ ଏବଂ ଚତୁର୍ଥ​‌ରେ ମହୁ ଦ୍ବାରା ପୂଜା କରନ୍ତୁ। ପ୍ରତି ପ୍ରହରରେ ଜଳର ପ୍ରୟୋଗ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା ଶିବରାତ୍ରିରେ କେଉଁ ବିଶେଷ ପ୍ରୟୋଗ ଦ୍ବାରା କ’ଣ ଲାଭ ହେବ?

ଧନ ପ୍ରାପ୍ତି ପାଇଁ -

wp:list
  • କ୍ଷୀର,ଦହି,ମହୁ,ଚିନି ଏବଂ ଘିଅ ଦ୍ବାରା ଭଗବାନ ଶିବଙ୍କ ଅଭିଷେକ କରନ୍ତୁ।
  • ଏହା ପରେ ଜଳ ଧାରା ଅର୍ପିତ କରନ୍ତୁ।
  • ଓଁ ଦରିଦ୍ରୟ ଦୁଃଖ ଦହନାୟ ନମଃ ଶିବାୟ ଜପ କରନ୍ତୁ।
  • ଏହା ପରେ ଧନ ପ୍ରାପ୍ତି ପାଇଁ ପ୍ରାର୍ଥନା କରନ୍ତୁ।
/wp:list

ସନ୍ତାନ ପାଇଁ-

wp:list
  • ଶିବ ଲିଙ୍ଗରେ ଘିଅ ଅର୍ପଣ କରନ୍ତୁ।
  • ଏହା ପରେ ଜଳ ଧାରା ଅର୍ପଣ କରନ୍ତୁ।
  • ଓଁ ଶଂ ଶଙ୍କରାୟ ନମଃ ଜପ କରନ୍ତୁ।
  • ଏହା ପରେ ସନ୍ତାନ ପ୍ରାପ୍ତି ପାଇଁ ପ୍ରାର୍ଥନା କରନ୍ତୁ।
/wp:list

ବିବାହ ପାଇଁ-

wp:list
  • ଶିବଲିଙ୍ଗରେ ୧୦୮ବେଲ ପତ୍ର ଅର୍ପଣ କରନ୍ତୁ।
  • ପ୍ରତି ବେଲ ପତ୍ର ସହ ନମଃ ଶିବାୟ କୁହନ୍ତୁ।
  • ଏହା ପରେ ଜଳ ଧାରା ଅର୍ପଣ କରନ୍ତୁ।
  • ଶୀଘ୍ର ବିବାହର ପ୍ରାର୍ଥନା କରନ୍ତୁ।
/wp:list

ରୋଜଗାର ଏବଂ ମନମୁତାବକ ଚାକିରୀ ପାଇଁ-

wp:list
  • ଶିବରାତ୍ରି ଦିନ ଜଳଧାରା ଦ୍ବାରା ଭଗବାନ ଶିବଙ୍କ ଅଭିଷେକ କରନ୍ତୁ।
  • ଶିବ ମନ୍ଦିରରେ ୧୧ଟି ଘିଅର ଦୀପ ଜଳାନ୍ତୁ।
  • ଓଁ ବିଶ୍ବନାଥାୟ ନମଃ ଜପ କରନ୍ତୁ।
/wp:list

ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ ପାଇଁ-

wp:list
  • ଅତରରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ,ଏହା ପରେ ଜଳ ଅର୍ପଣ କରନ୍ତୁ।
  • ମନ୍ଦିରରେ ହିଁ ଓଁ ଜୁଂ ସଃ ମାମ ପାଳୟ ପାଳୟ ମନ୍ତ୍ର ଜପ କରନ୍ତୁ।
  • ସମ୍ଭବ ହେଲେ ରୁଦ୍ରାକ୍ଷ ମାଳା ଆଜି ଧାରଣ କରନ୍ତୁ।
/wp:list

ଶ୍ରାବଣର ଶିବରାତ୍ରିରେ କେଉଁ କେଉଁ କଥା ପ୍ରତି ଧ୍ୟାନ ରଖିବେ?

wp:list
  • ଯେତେ ଦୂର ସମ୍ଭବ ଶିବଙ୍କ ପୂଜା ରାତିରେ କରନ୍ତୁ।
  • ଶିବଙ୍କ ପୂଜା ସାତ୍ତ୍ବିକ ଭାବେ କରନ୍ତୁ।
  • ଏହି ଦିନ ରୁଦ୍ରାଭିଷେକ କରନ୍ତୁ ନାହିଁ,ଶୃଙ୍ଗାର କରି ପାରିବେ।
  • ଉପବାସ ରଖିବା ସବୁଠୁ ଅଧିକ ଫଳଦାୟକ ରହିବ,କିନ୍ତୁ ଯଦି ଏପରି ନ କରି ପାରିଲେ ତେବେ ସାତ୍ତ୍ବିକ ଆହାର ହିଁ ଗ୍ରହଣ କରନ୍ତୁ।
  • ଏହି ଦିନ କିଛି ନା କିଛି ଦାନ ନିଶ୍ଚୟ କରନ୍ତୁ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.