ସାଉଥ ଇଣ୍ଡିଆନ ବ୍ରାଇଡ ହେଲେ ‘ସାଥ ନିଭାନା ସାଥିୟାଁ’ର ଅଭିନେତ୍ରୀ : ଫଟୋ ଭାଇରାଲ

Published By : Prameya-News7 Bureau | June 05, 2019 IST

ମୁମ୍ବାଇ ୫/୬: ସାଥ ନିଭାନା ସାଥିୟାଁ’ର ଅଭିନେତ୍ରୀ ଲଭଲୀନ କୈାର ସାସନ(ପରିଧି)ଫେବୃୟାରୀ ୧୦ତାରିଖରେ ବେଙ୍ଗାଲୁରୁର ବ୍ୟବସାୟୀ କୈାଶିକ କୃଷ୍ଣମୂର୍ତ୍ତିଙ୍କୁ ଶିଖ ରୀତିରେ ବିବାହ କରିଥିଲେ। ଏବେ ସେ ତାଙ୍କ ସ୍ବାମୀଙ୍କୁ ଦକ୍ଷିଣ ଭାରତୀୟ ପରମ୍ପରାରେ ବିବାହ କରିଛନ୍ତି। ବିବାହ ଏବଂ ରିସେପ୍ସନର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

{"id":119837,"width":594,"height":360}

ଦକ୍ଷିଣ ଭାରତୀୟ ବିବାହରେ ଲଭଲୀନ ବହୁତ ସୁନ୍ଦର ଦେଖାଯାଉଥିଲେ। ବିବାହ ଫଟୋକୁ ସେ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

{"id":119838,"width":596,"height":380}

ଦକ୍ଷିଣ ଭାରତୀୟ କନିଆଁ ହୋଇ ଲଭଲୀନ ଷ୍ଟନିଙ୍ଗ୍ ଲାଗୁଥିଲେ। ସେ ରେଡ କାଞ୍ଜିବରମ୍ ଶାଢ଼ୀ ସହ ହେଭି ଗୋଲ୍ଡ ଜୁଏଲାରୀ ପିନ୍ଧିଥିଲେ। ତାଙ୍କ ସ୍ବାମୀ ମଧ୍ୟ ଗୋଲଡେନ୍ ଶେରଓ୍ବାନୀରେ ଖୁବ୍ ହ୍ୟାଣ୍ଡସମ୍ ଦେଖାଯାଉଥିଲେ।

{"id":119839,"width":596,"height":628}

ଦ୍ବିତୀୟ ଥର ବିବାହ ହେବା ପରେ ଏହି ଯୋଡ଼ି ରିସେପ୍ସନ୍ ମଧ୍ୟ ଆୟୋଜିତ କରିଥିଲେ। ରିସେପ୍ସନରେ ଦୁଇଜଣ ଧଳା ରଙ୍ଗର ଆଉଟଫିଟରେ ନଜର ଆସିଥିଲେ। ରିସେପ୍ସନର ଆଉଟଫିଟ ଅବୁ ଜାନୀ ଏବଂ ସନ୍ଦୀପ ଖୋସଲା ଡିଜାଇନ୍ କରିଥିଲେ।

{"id":119840,"width":594,"height":390}

ଉଭୟଙ୍କର ଶିଖ ରୀତିରେ ହୋଇଥିବା ବିବାହ ଅମୃତସରରେ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ହୋଇଥିଲା।

{"id":119841,"width":595,"height":398}

ଲଭୀ ସାସନ ଗତ ବର୍ଷ କୈାଶିକଙ୍କ ସହ ନିର୍ବନ୍ଧ କରିଥିଲେ। ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଥିଲେ । ଶିଖ ରୀତିରେ ବିବାହ କରିବା ପରେ ଏହି ଯୋଡ଼ି ହନିମୁନରେ ମାଳଦ୍ବୀପର ଫଟୋ ସେୟାର କରିଛନ୍ତି।

{"id":119842,"width":595,"height":398}

ଲଭଲୀନ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ତାଙ୍କୁ ‘ସାଥ ନିଭାନା ସାଥିୟାଁ’ରେ ପରିଚୟ ମିଳିଥିଲା। ଏଥିରେ ସେ ପରିଧି ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ‘ବଡ଼େ ଅଚ୍ଛେ ଲଗତେ ହେଁ’,‘କିତନି ମୋହବ୍ବତ ହେ’ ଭଳି ଟିଭି ଶୋରେ କାମ କରିଛନ୍ତି।

{"id":119843,"width":595,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.