ଆତ୍ମ ସମର୍ପଣ କଲେ ମଣିଷ ମାଂସ ଖାଉଥିବା ଜନଜାତିର ଲୋକ : ସୌଭାଗ୍ୟ ପ୍ରାପ୍ତି ପାଇଁ କରୁଥିଲେ ଏଭଳି ଅମାନବୀୟ କାଣ୍ଡ

Published By : Prameya-News7 Bureau | December 13, 2018 IST

ଦିଲ୍ଲୀ ୧୩/୧୨ : ଆପଣ କାହାଣୀରେ ନର ଭକ୍ଷୀ ବା ମଣିଷ ମାଂସ ଖାଉଥିବା ଜନଜାତି ବିଷୟରେ ପଢ଼ିଥିବେ | ଦକ୍ଷିଣ ଆଫ୍ରିକାରେ ବାସ କରୁଛନ୍ତି ଏମିତି ଏକ ଜନଜାତି | କିଛି ଦିନ ପୂର୍ବରୁ ଏହି ଜନଜାତିର ଦୁଇ ଜଣ ପୋଲିସ ପାଖରେ ଆସି ଆତ୍ମ ସମର୍ପଣ କରିଥିଲେ | ସେହି ଦୁଇଜଣ ଆତ୍ମା ସମର୍ପଣ କରିବା ପରେ ମଣିଷ ମାଂସ ଖାଉଥିବା ଗାଁ ବିଷୟରେ ଜଣାପଡିଥିଲା | ଏମାନଙ୍କ କଥା ଶୁଣି ପୋଲିସର ମଧ୍ୟ ହୋଶ ଉଡିଯାଇଥିଲା | ଏମାନେ ଦୁଇଜଣ ପୋଲିସକୁ ଆସି କହିଥିଲେ ଯେ, ଏମାନେ ମଣିଷ ମାଂସ ଖାଇ ହାଲିଆ ହୋଇଗଲେଣି | ଆଉ ଖାଇବାକୁ ଚାହୁଁନାହାନ୍ତି | ପୋଲିସ ଜଣକ ବ୍ୟାଗରୁ ମଣିଷ ହାତ ଏବଂ ମଣିଷ ପାଦ ଜବତ କରିଥିଲା | ଦୁଇ ଜଣଙ୍କୁ ମଣିଷକୁ ହତ୍ୟା କରୁଥିବା ଏବଂ ମଣିଷ ମାଂସ ଖାଉଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ସଜା ଶୁଣାଯାଇଛି |

ପୋଲିସ ପାଖେ ଆତ୍ମ ସମର୍ପଣ କରିଥିବା ଅଭିଯୁକ୍ତ ହେଲା ୩୩ ବର୍ଷ ବୟସ୍କ ନିନୋ ମବାଥା ଏବଂ ୩୨ ବର୍ଷ ବୟସ୍କ ଲୁଙ୍ଗିସାନି ମଗୁବେନ | ଉଭୟ ମିଶି ଜଣେ ୨୪ ବର୍ଷ ବୟସ୍କ ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି | ଏମାନଙ୍କ ମଧ୍ୟରୁ ନିନୋ ମବାଥା ପାରମ୍ପରିକ ଚିକିତ୍ସକ | ତା ପାଖରୁ ପୋଲିସ ମଣିଷ ହାତ ଓ ପାଦ ଜବତ କରିଥିଲା | 

{"id":63319}

ଏମାନେ ଯେତେବେଳେ ପୋଲିସ ପାଖେ ଆସି ସବୁ କଥା କହି ଆତ୍ମା ସମର୍ପଣ କରିଥିଲେ ପୋଲିସ ତାଙ୍କ କଥାରେ ବିଶ୍ୱାସ କରିନଥିଲା | ପୋଲିସକୁ ବିଶ୍ୱାସ ଦେବା ପାଇଁ ନିନୋ ମବାଥା ତାଙ୍କୁ ନିଜ ଘରକୁ ନେଇଯାଇଥିଲା | ନିନୋ ମବାଥା ଘରେ ପହଂଚି ପୋଲିସ ଯାହା ଦେଖିଲା ପୋଲିସର ମୁଣ୍ଡ ବୁଲେଇଗଲା | ଘର ସାରା ମଣିଷ ମାଂସ ବିଛେଇ ହୋଇ ପଡିଥିଲା | ସତେ ଯେମିତି ସେଇଠି ମଣିଷ ମାଂସ ଜମା କରାଯାଉଛି |

ପୀଟରମେରିଟ୍ସବର୍ଗ ହାଇକୋର୍ଟ ଜଜ ପୀଟର ଅଳସେନ ଏହି ମାମଲାକୁ ସବୁଠାରୁ କ୍ରୁର ଅପରାଧ ବୋଲି କହି ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି | କୋର୍ଟରେ ପ୍ରମାଣିତ ହୋଇଥିଲା ଯେ, ଏମାନେ ୨୪ ବର୍ଷ ବୟସ୍କ ଯୁବତୀ ଯେନଲେଙ୍କୁ ହତ୍ୟା କରିଥିଲେ | ଏହାପରେ ଦକ୍ଷିଣ ଆଫ୍ରିକାର କେତେକ ଉପାନ୍ତ ଅଂଚଳରେ ବ୍ୟବହାର ହେଉଥିବା ପାରମ୍ପରିକ ଔଷଧର ପ୍ରୟୋଗ ହେଉଥିବା ଏକ ସୌଭାଗ୍ୟ ପ୍ରାପ୍ତି ବିଧି ପାଇଁ ଏମାନେ ଯେନଲେଙ୍କ ମୃତଦେହରୁ ହାତ ଗୋଡ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡିକୁ କାଟି ଦେଇଥିଲେ | 

{"id":63320}

ଏହାପରେ ମବାଥା ସୌଭାଗ୍ୟ ପ୍ରାପ୍ତି ପାଇଁ ଯେନଲେଙ୍କ ମାଂସ ଖାଇବା ପାଇଁ ମଗୁବେନକୁ ନିର୍ଦେଶ ଦେଇଥିଲା | ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ବହୁତ ଥର ମଣିଷ ମାଂସ ଖାଇଥିଲା | ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା | ସେମାନଙ୍କ ମଧ୍ୟରୁ ଜଣେ ଜେଲରେ ଆତ୍ମହତ୍ୟା କରିଥିଲା | ମବାଥା ରହୁଥିବା ଗାଁରେ ତାର ଆଖପାଖ ଘରେ ପୋଲିସ ଖୋଜାଖୋଜି କରିବାରୁ ମଣିଷ ମାଂସ ମିଳିଥିଲା | ଏହାପରେ ଆଉ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା | ତଦନ୍ତ ପରେ ଜଣାପଡିଥିଲା ଯେ, ଯେନଲେଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା |

ଆଶ୍ଚର୍ଯ୍ୟର କଥା ହେଉଛି ଦକ୍ଷିଣ ଆଫ୍ରିକାରେ ନର ଭକ୍ଷଣ ବିରୋଧରେ କୌଣସି ଆଇନ ନାହିଁ | ଆଫ୍ରିକୀୟ ଦେଶରେ ମୁଥୀ ନାମକ ଅନ୍ଧବିଶ୍ୱାସ ଯୋଗୁଁ ଲୋକଙ୍କ ଜୀବନ ସଙ୍କଟରେ ରହିଛି | ସେମାନଙ୍କ ବିଶ୍ୱାସ ରହିଛି ଯେ, ମୁଥୀ ପରମ୍ପରା ଅନୁଯାୟୀ ମଣିଷ ମାଂସ ଖାଇଲେ ଶକ୍ତି ମିଳିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହେ | ଯାଞ୍ଚ ବେଳେ ପୋଲିସକୁ ଏକ ପାତ୍ରରୁ ୮ଟି ମଣିଷ କାନମଧ୍ୟ ମିଳିଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.