ସମ୍ବିଧାନରେ ମିଳୁଥିବା ସ୍ୱାଧିନତାର ଅଧିକାରକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ, ବାକ୍ ସ୍ୱାଧିନତା ଉପରେ ଏମିତି ମତ ରଖିଲେ ପ୍ରଧାନ ବିଚାରପତି
27/11/2020 at 1:40 PM

ନୂଆଦିଲ୍ଲୀ,୨୭/୧୧: କୋର୍ଟର କାର୍ଯ୍ୟ ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ରକ୍ଷା କରିବା । ଏହାସହ ନାଗରିକଙ୍କୁ ଦିଆଯାଉଥିବା ମୌଳିକ ଅଧିକାରକୁ ସୁରକ୍ଷା ଦେବା ମଧ୍ୟ କୋର୍ଟର ପ୍ରମୁଖ କାର୍ଯ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡ଼େ।
ପ୍ରଧାନ ବିଚାରପତି କହିଛନ୍ତି ଯେ, ସମ୍ବିଧାନରେ ନାଗରିକଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ରତାକୁ ଆଇନ କାନୁନ ନାମରେ ରାଜ୍ୟର ଅତିକ୍ରମଣରୁ ସୁରକ୍ଷା ଦେବା କୋର୍ଟର ସର୍ବୋଚ୍ଚ କର୍ତ୍ତବ୍ୟ । ଗୋଟିଏ ସଂସ୍ଥା ଦ୍ୱାରା ନ୍ୟାୟପାଳିକାର ସମ୍ମାନ କରିବା ଜରୁରୀ ।
ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ ଭର୍ଚ୍ୟୁଆଲ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ବାକ୍ ସ୍ୱାଧିନତାଠୁ ମହତ୍ତ୍ୱପୂର୍ଣ୍ଣ ଆଉ କିଛି ନୁହେଁ । ସମ୍ବିଧାନ ନିର୍ମାତାମାନେ ଏହି ସ୍ୱତନ୍ତ୍ରତା ଓ ଉପୁଜୁଥିବା ପରିସ୍ଥିତି ମଧ୍ୟରେ ସନ୍ତୁଳନ ରଖିଛନ୍ତି ଯାହାକୁ ରାଜ୍ୟ ମନା କରିପାରେ । ନ୍ୟାୟପାଳିକାର କାମ ହେଉଛି ରାଜ୍ୟର ହିତ ଓ ଲୋକଙ୍କୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସ୍ୱତନ୍ତ୍ରତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା । ଆମ ପୂର୍ବ ପୁରୁଷମାନେ ସଦାବେଳେ ଏହି ସନ୍ତୁଳନ ବାବଦରେ କହିଥାନ୍ତି ।
ସେ ଆହୁରି କହିଛନ୍ତି ଯେ, ସମ୍ବିଧାନ ପ୍ରସ୍ତୁତକର୍ତ୍ତାଙ୍କ ଅନେକ ପରିକଳ୍ପନା କରିଛନ୍ତି । ଯଦି ଦୀର୍ଘ ସମୟ ଧରି ଅସ୍ତିତ୍ୱ ରଖିବା ଆବଶ୍ୟକ ତାହାଲେ କେଶବାନନ୍ଦ ଭାରତୀ ମାମଲାରେ ଆସିଥିବା ନିଷ୍ପତ୍ତି ଅନୁରୂପ ସମ୍ବିଧାନର ମୂଳ ସ୍ୱରୂପକୁ ମାନିବାକୁ ହେବ ।ସମ୍ବିଧାନ ନିଜର ମୂଳ ଭାବନା ଓ ବିଶେଷତାକୁ ନେଇ କାମ କରିବା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ହିତ ସହ ଲୋକଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହିଁ ନ୍ୟାୟପାଳିକାର ପ୍ରମୁଖ କାର୍ଯ୍ୟ ।
ସେ ଆହୁରି କହିଛନ୍ତି ଯେ, କରୋନା ମହାମାରୀ ସମୟରେ ମଧ୍ୟ ସୁପ୍ରିମକୋର୍ଟରେ ଗୋଟିଏ ଦିନ କାମ ବନ୍ଦ ହୋଇନାହିଁ । କାରଣ ଏହି ସମୟରେ ମୌଳିକ ଅଧିକାର ହନନ ବାବଦରେ ଅଧିକ ମାମଲା ଆସିଥିଲା । କମ୍ କେସ୍ ଆସୁଥିବାରୁ ଓକିଲଙ୍କ ରୋଜଗାର ଉପରେ ଏହାର ପ୍ରଭାବ ପଡିଥିଲା । ଓଡିଶା ଓ ମହାରାଷ୍ଟ୍ରରେ କିଛି ଓକିଲ ପନିପରିବା ବିକ୍ରି କରୁଥିବା ସୂଚନା ମିଳିଥିଲା ।